ମା ତାରିଣୀ ଭଜନ – ବାସନ୍ତୀଲତା ଜେନା
ମା ଗୋ ମା କୃପାମୟୀ ନାମ ତୋ ତାରିଣୀ
ମଙ୍ଗଳ ମୟୀ ମା ମମତା ପ୍ରଦାୟିନୀ l 0l
ଘଟ ଗ୍ରାମେ ରହି ଅଛୁ ଶାଳ ବଣେ ଜନନୀ
ଦୁଃଖୀକୁ ତୁ ସାହା ହେଉ ତୁହି ମା ଭବାନୀ
ସତ୍ୟରେ ହୋଇଲୁ ମା ମହିଷା ମର୍ଦ୍ଦିନୀ l 1l
ଶକ୍ତି ମୟୀ କଲ୍ୟାଣୀ ମା ବିପଦ ଭଞ୍ଜନୀ
ଆରତ ନାଶିନୀ ମାଗୋ ଦୁଃଖ ବିନାଶିନୀ
କିଞ୍ଚିତେ ସୁଦୟା କର ଅକିଞ୍ଚନ ଜନନୀ l 2l
ଯୋଗ ମାୟା ଜନନୀ ତୁ ମୋକ୍ଷ ପ୍ରଦାୟିନୀ
ଅଳପରେ ଖୁସି ହେଉ ମା ନଡ଼ିଆ ରାଣୀ
ସୁଖ ଦୁଃଖ ସବୁ ତୋତେ ଜଣାଉଛି ଜନନୀ l 3l
କଳି ଯୁଗେ କ୍ଷମା ଶିଳା ଦୁର୍ଗତି ନାଶିନୀ
ଭକ୍ତିରେ ଡାକିଲେ ତୋତେ ଶୁଣୁ ତୁ ଜନନୀ
ଅଧମ ସନ୍ତାନ ମୁଁ ଯେ ରକ୍ଷା କର ଜନନୀ l 4l
ବାସନ୍ତୀ ଲତା ଜେନା, ଗାନ୍ଧିନଗର,
ପୋଷ୍ଟ /ଜିଲ୍ଲା :ନବରଙ୍ଗପୁର
ମୋ 8658655979
