ବର୍ଷା – ରାକେଶ ସାହୁ

ପୁଣିଥରେ ଆଜି ଆସିଲ ତୁମେ
ବିନା ସୂଚନାରେ ସମୟର କ୍ରମେ ।।
ହଠାତ ଭିଜାଇଲ ଅଧା ରାସ୍ତାରେ
ସ୍ମୃତିକୁ ଉଜାଗର କଲ ପୁଣି ଥରେ ।।
ମନେ ପଡ଼ିଲା ପୁଣି ମୋ କବିତା
ମନରେ ଆଣିଦେଲା ପୁଣି ଅସ୍ଥିରତା ।।
ବର୍ଷାର ଛିଟା ଯେତିକି ବିଜଉଥିଲା ମୋତେ
ମନେପକାଉଥିଲି ମୁଁ ତୋତେ ସେତେ ।।
ଶରୀରଟା ସିନା ଓଦା ହେଉଥିଲା ବର୍ଷାରେ
ମନ ହଜିଯାଇଥିଲା ସ୍ମୃତିର ଉଷ୍ମତାରେ ।।
ଲାଗୁଥିଲା ସବୁ ଯେମିତି ସ୍ବର୍ଗୀୟ
ବର୍ଷାର ପାଣିରେ ସବୁ ଭାସମାନ ମୟ ।।
ମେଘର ସେଇ ଘଡଘଡି ମନେଆଣୁଥିଲା ଭୟ
କିନ୍ତୁ ତୁମ ସ୍ମୃତି ମୋତେ ଦେଉଥିଲା ଅଭୟ ।।
ଯେତେଥର ବର୍ଷା ତୁମେ ଆସିବ ଭିଜାଇବାକୁ
ସେତେଥର ଭିଜିବି ମୁଁ ସ୍ମୃତିକୁ ତାଜା କରିବାକୁ ।।
କାରଣ ତୁମେ ମୋର ସେଇ କବିତା
ତୁମ ପାଇଁ ମନ ମୋର ହୋଇଛି ସାଇତା ।।


ରାକେଶ ସାହୁ, ଭୁବନେଶ୍ଵର

ମନ୍ତବ୍ୟ ରଖନ୍ତୁ