ପଟିଦିଅଁ ମୋର କଳାଗୋସାଇଁ – ପ୍ରଣତି ମହାପାତ୍ର

ବରଷକେ ଥରେ ସୁଗନ୍ଧ ଚନ୍ଦନେ ଢାଳି ସୁନାକୁଅ ପାଣି, ମହାଆନନ୍ଦରେ ମହାସ୍ନାନ କରୁ ସାଥେ ଭାଇ ଓ ଭଉଣୀ । ଲୀଳାମୟ ପୁଣି କେତେ ଲୀଳାଖେଳା କରୁ ଏ ମର୍ତ୍ତ୍ୟ ମଣ୍ଡଳେ, ଚିତ୍ରଶିଳ୍ପୀ ଙ୍କର ବେଉସା ବଢାଉ ପଟିଦିଅଁ ପୂଜା ମେଳେ । ସ୍ନାନ କରି ଶୋଉ ଅଣସର ଘରେ ଜ୍ୱର ବାହାନାରେ ତୁହି, ଅଲାରନାଥରେ ଦରଶନ ଦେଉ ଶ୍ରୀମନ୍ଦିର ଶୂନ୍ୟ ଥାଇ । ତୋ ସ୍ନାହାନ ଦିନେ ମୋହର ଜନମ କେଡେ ଭାଗ୍ୟବତୀ ମୁହିଁ, ହେଲେ ପଟିଦିଅଁ ଦରଶନ କିବା ଭାଗ୍ୟରେ ମୋହର ନାହିଁ ? ମନପ୍ରାଣ ସଦା ଝୁରୁଛି କାଳିଆ ତୋ

ଆମେ ଦୁହେଁ ବିଭୋର – ଓମ୍ ପ୍ରକାଶ ବିଶ୍ୱାଳ

ଶ୍ରାବଣର ପହିଲି ବର୍ଷାରେ ଭିଜାମାଟିର ବାସ୍ନା ପରି, ତମ ଦେହର ଭୁରୁଭୁରୁ ଗଂଧ ମୋତେ ଆନମନା କରେ, ମନ ଖୋଜେ ତମକୁ ଏ ବର୍ଷାରେ... ତମେ ଥାଆନ୍ତକି, ମୋ ପାଖରେ,..., ତମେ ବର୍ଷାରେ ଭିଜୁଥାନ୍ତ, ମୁଁ ତମ ପ୍ରେମରେ ଭିଜୁଥାନ୍ତି ଭିଜିଭିଜି ଆମେଦୁହେଁ, ପାଲଟନ୍ତେ ଦେହରୁ ବିଦେହ... ତମେ ବି ବିଭୋର, ମୁଁ ବି ବିଭୋର... ଦୋଳସାହି, ଭଦ୍ରକ

ତୁମରି ଓଠର ହସ – ସିଦ୍ଧେଶ୍ୱର ତ୍ରିପାଠୀ

ତୁମରି ଓଠର ହସ କଲାମୋତେ ବେହୋସ ବଦଳିଲା ମୋ ଦୁନିଆଁ ପାଇ ତୁମ ପରଷ ଅବୁଝା ଏ ମନ ଝୁରେ ଯାଅନି ଘଡ଼ିଏ ଦୁରେ ଆସ ଆସ ତୁମରି ଓଠର ହସ - - - - ଆକାଶେ ଉଡୁଛି ଆଜି ସାଜି ପ୍ରେମ ପକ୍ଷୀ ସବୁ ଖୁସି ପାଇଯାଏ ତୁମକୁ ମୁଁ ଦେଖି ଭଲମୁଁ ପାଉଛି ଏତେ ଛନ୍ଦିତ ଦେଇଛି ମୋତେ ପ୍ରେମର ଫାଶ ତୁମରି ଓଠର ହସ- - - - ତୁମ କଥା ସବୁ ଲାଗେ ମହୁଠାରୁ ମିଠା ତୁମ ତେରେଛା ନଜର ଲଗାଏ ପ୍ରେମ ଛିଟା ତୁମେ ଋଷି ଚାଲିଗଲେ ଏଇମୋ ମନ

ହେ ନୀଳାଦ୍ରି ନାୟକ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେ କି ବୁଝିବ ଦୁଃଖୀ ର ଦୁଃଖ ହେ ନୀଳାଦ୍ରି ନାୟକ ବଡ଼ ଦେଉଳ ର ବଡ ଦିଅଁ ତୁମେ ତୁମେ କି ଶୁଣିବ ଗରୀବ ଡାକ ।। ଜରାଜୀର୍ଣ୍ଣ ମୋର ଭଙ୍ଗା କୁଡିଆ ଦିନରେ ସୂରୁଯ ରାତିରେ ତାରା ଦୀନ ଦାରିଦ୍ର୍ୟତା ଭରିଦେଲ ପୁଣି ଦାଉ ସାଜଇ ମୋ ପେଟର ଭୋକ ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।। ଅସହ୍ୟ ଯନ୍ତ୍ରଣା ଦୁଃଖ ଆବର ସହି ସହି ଏବେ ତୁଠ ପଥର ଜୀବନ ଜଞ୍ଜାଳ ଭିତରେ ଏମିତି କଟିଲାଣି ଆସି ଜୀବନ ଯାକ ତୁମେ

କାଇଞ୍ଚ ମାଳି – ପ୍ରକାଶ କୁମାର ଚାନ୍ଦ

ଆଖି ତୁମ ଆଖି ନୁହେଁ ବନ୍ଧୁକର ଗୁଳି ଓଠ ତୁମ ଓଠ ନୁହେଁ ପଦୁଅଁର କଳି । ମନ ତୁମ ମନ ନୁହେଁ ଅଛିଣ୍ଡା ଗଣିତ ପ୍ରେମ ତୁମ ପ୍ରେମ ନୁହେଁ ଅଵୁଝା ସାହିତ୍ୟ ସ୍ୱପ୍ନ ତୁମ ସ୍ୱପ୍ନ ନୁହେଁ ସତେ କି ବିଜୁଳି । ଆଖି ତୁମ ଆଖି ନୁହେଁ ଵନ୍ଧୁକର ଗୁଳି... ଚାଲି ତୁମ ଚାଲି ନୁହେଁ ସତେ ରାଜହଂସି କଥା ତୁମ କଥା ନୁହେଁ ସାତ ସୁର ଵଂଶୀ ହସ ତୁମ ହସ ନୁହେଁ କାଇଁଚର ମାଳି । ଆଖି ତୁମ ଆଖି ନୁହେଁ ଵନ୍ଧୁକର ଗୁଳି... ଜୟପୁର ଶାସନ, ପିପିଲି, ପୁରୀ, ଦୂରଭାଷ: ୯୮୫୩୩୫୪୯୩୮

ରମ୍ୟ ରଚନାରୁ – ଜଣାଣ ଭର୍ସେସ ଜନନ – ସୁଵଳ ମହାପାତ୍ର

କଲେଜ ସମୟର ଘଟଣାଟିଏ । ସମୟ ପାଖାପାଖି ଦିନ ତିନିଟା । କଲେଜ ରେ କାଉ କୋଇଲି ବି ଉଡୁ ନଥାନ୍ତି । ହାତ ଗଣତି କେତୋଟି ପିଲା ପ୍ରାକ୍ଟିକାଲ ସାରି ଫେରୁଥାନ୍ତି। କିଛି ଶିକ୍ଷକ, କ୍ଲର୍କ, ପିଅନ ସବୁ ବାହାର ବଗିଚା ରେ ଗାନ୍ଧୀଙ୍କ ମୂର୍ତି ପାଖରେ ଠିଆ ହୋଇ କଥାବାର୍ତା ହେଉଥାନ୍ତି, ପିଲାମାନେ ନିଜ ନିଜ ଭିତରେ କଥାବାର୍ତା ହୋଇ ଖୁସି ମନରେ ଚାଲି ଗଲେଣି ପ୍ରାୟ

ଫୁଲରେ ଫୁଲ – ଅନାମ ଚରଣ ସାହୁ

ଫୁଲରେ ଫୁଲ ତୁ' ମୋ ନିଜର ଅତି ଭଲ ମୁଁ ପାଉଛି ତୋତେ କି ଦିନରାତି ।(ଘୋଷା) ରୂପ ତୋ କୋମଳ ଧାରି ସୁନ୍ଦର ତନୁ କେମିତି ଭୁଲିବି କହ ମୋହରି ମନୁ ସଂସାରେ ଫୁଟୁରେ ତୁହି ଜାତିକି ଜାତି ।୧। ଧଳା କଳା ନାଲି ନେଳି କେତେ ରଙ୍ଗର ପରଜାପତି ଚୁମଇ ତୋର ଅଧର ଭୁଲିଯାଏ ଦିନରାତି ପ୍ରେମରେ ମାତି ।୨। ଦେବାଦେବୀ କରେ ପୂଜା ଦେଇ ମୁଁ ତୋତେ ଅାନନ୍ଦ ଦଉଛୁ କେତେ ତୁ ନାନା ମତେ ତୋ' ସହ ହସିଖେଳି

କ୍ଷୁଦ୍ରଗଳ୍ପ – ଅଜାଗା ଘା – ଅରବିନ୍ଦ ଆଚାର୍ଯ୍ୟ

ବିଭୁ ଘଣ୍ଟେ ହେବ ସେମିତି ମୋବାଇଲ ଟାକୁ ଧରି ବସିଛି | ଲାଇକ, କମେଣ୍ଟ କାହିଁ ? ବାପା ଦି ଥରଡାକି ସାରିଲେଣି | ଏତେ ଦିନ ଧରି, ବହୁତ ମନ ଦେଇ ଗପ ଟି ଲେଖିକି ପୋଷ୍ଟ କରିଥିଲା ଏଇ ଗ୍ରୁପ ରେ | କିନ୍ତୁ, ଏତେ ସମୟ ହେଲା କେହି ବି ଜଣେ କିଛି ଲେଖିକି ଦେଲେନି | ହଉ, ବାପା ଙ୍କ କାମ କରି ସାରି

ସମ୍ପର୍କେ ପଡିଲା ଫାଟ – ପ୍ରକାଶ କୁମାର ଚାନ୍ଦ

ଆଉ ଝୁରିବନି ଏଇ ମନ ତତେ ଆଉ ହସିବନି ଓଠ ଆଉ ପଡିବନି ତୋ ଗଳିରେ ପାଦ ଆଉ ହେବି ନାହିଁ ଦୁଷ୍ଟ ॥ ଆଉ ଲେଖିବିନି ତୋ ପାଇଁ ଚିଠିଟେ ରାତି ସାରା ଚେଇଁ ଚେଇଁ ଆଉ ଚାହିଁବିନି ତୋହରି ବାଟକୁ ଛାଇଟିକୁ ସାଥେ ନେଇ ବୁଝେଇ ଦେଇଛି ମନକୁ ମୋହର ହେଲେ ହେଉ ପଛେ କଷ୍ଟ ॥ ଆଉ ଯିବି ନାହିଁ ସେଇ ନଈକୂଳ ଯୋଉଠି ତ ହୁଏ ଦେଖା ଆଉ ଦେବି ନାହିଁ ତତେ ପ୍ରତିଶ୍ରୁତି ହୋଇଗଲି ଆଜି ଏକା ଆଜିଠାରୁ ସାଥି ତୋହର ମୋହର ସମ୍ପର୍କେ