କ୍ଷୁଦ୍ରଗଳ୍ପ – କରୁଣ ପ୍ରଣୟ – ପ୍ରଦ୍ୟୁମ୍ନ ରଞ୍ଜନ ସାହୁ

ମୁକୁଳିତ କେଶରାଜି ଲୋଟିପଡିଛି ବିକ୍ଷିପ୍ତ ଭାବେ ଶଯ୍ୟା ଉପରେ । ଅବୟବର ଠାଏ ଠାଏ ଫୁଙ୍ଗୁଳା ପଡିଛି । ଅଲକ୍ଷ୍ୟ, ଅଚେତନ ତାର ମନ । ଜ୍ଞାନାଶୁନ୍ୟା କାଠଗଡ଼ି ପରି ଶୋଇରହିଛି ସେ ନିର୍ବିକାର ଭାବରେ । ଅନୁଶୋଚନା ନାହିଁ ତାର ବାହାର ଦୁନିଆରେ ଘଟିଯାଉଥିବା ଘଟଣା ସମ୍ପର୍କରେ । ମନରେ ନିକଟ ଅତୀତର ବିଷାଦ ଭରା ପୃଷ୍ଠା ଗୁଡ଼ାକ ସ୍ୱତଃପ୍ରବୃତ୍ତଭାବେ ଓଲଟେଇ ହୋଇ ଯାଉଛି । ଦୁଃଖଦ ଘଟଣାଟି

କ୍ଷୁଦ୍ରଗଳ୍ପ – କେଞ୍ଚୁଆ – ସୁବଳ ମହାପାତ୍ର

ବାପା, "ଏ ସୁପ୍ରିତି ଦିଦି ନା ଜମା ଭଲ ନୁହଁ" । କାନ୍ଧ ରେ ବ୍ୟାଗ ପକେଇ ସ୍କୁଲ ଗେଟ ପାଖରେ ପହଞ୍ଚୁ ପହଞ୍ଚୁ ମୋ ଝିଅ କହିଲା । -- କହିଲି, କାହିଁକି ? ସେ ତୋର କଣ କଲା ?? -- ସେ ନା, ଆଜି ସମସ୍ତଙ୍କୁ ପଚାରିଲେ 'ସକାଳୁ କଣ ଖାଇକି ଆସିଛ ?" ମୁଁ କହିଲି "ମାଗି" । ମୋତେ କହିଲେ, "ତୋ ବାପା ର ପଇସା

କେନ୍ଦରା – ବନ୍ଦନା ମହାପାତ୍ର

            ମନେ ପଡ଼ିଲେ ବି ଲୁହ ଝରେଇବାଟା ସାର ।  କିନ୍ତୁ, ଲେଖିବାକୁ କାହିଁକି ଭଲ ଲାଗେନା । ହେଲେ ଆଜି ନରେଶଙ୍କ ପ୍ରେରଣାଥିଲା ୱ୍ହାଟ୍ସଆପ୍ପରେ । କିଛି ସ୍ମୃତି ଲେଖିବା ପାଇଁ ଏବେ ବି ଟାଙ୍କୁରି ଉଠେ ଦେହଟା ସାରା ।  ଦୀର୍ଘ ୪୦ ବର୍ଷ ତଳର କଥା । ମୁଁ ସେତେବେଳେ ସପ୍ତମ ଶ୍ରେଣୀ ବାଳିକା ।  ଭାରି ଦୁଷ୍ଟ ଥିଲି । ଖେଳିବା, ଗୀତ ଗାଇବା,

ଏପ୍ରିଲ ଫୁଲ୍ – ବିଶ୍ଵ ଭାରତୀ (ଗୋସ୍ଵାମୀ) ଦାଶ

  ବର୍ଷକ ବାରମାସ । ମାର୍ଚ୍ଚ ମାସ ସରୁ ସରୁ ଆରମ୍ଭ ହୋଇଯାଏ ଏପ୍ରିଲ ମାସ । ଏବେ ବି ମନେପଡେ ସେଇ ଦିନ, କେବେ ବି ଭୁଲିଳ ପାରିବିନି । ସାନୁ ଦୌଡ଼ି ଦୌଡ଼ି ଧଇଁସଇଁ ହୋଇ କହିଲା ମିଲୁ ଭାଇ, ତୁମ ବାବାଙ୍କୁ ପୋଲିସ ନେଇଗଲା । ମୁଁ ପଡ଼ିଆରେ ଖେଳୁଥିଲି, ଧାଇଁଲି ଘରମୁହାଁ । ବୋଉକୁ ପଚାରିଲି, ବାପା କାହାନ୍ତି? ବୋଊ କହିଲା ପ୍ରିୟ ମଉସା

କ୍ଷୁଦ୍ରଗଳ୍ପ – ଶୂନ୍ୟଫଳ – ତପସ୍ୱିନୀ ଦାଶ

ପ୍ରଭୁ ତରୁଣୀ ର ତପସ୍ୟାରେ ସନ୍ତୁଷ୍ଟ ହେଲେ । କହିଲେ ଯାହା ମାଗୁଛୁ କେବଳ ଗୋଟିଏ ସ୍ଥୂଳ ବର ମାଗି ପାରିବୁ । ତ୍ରୁରୁଣୀ ଟି ବହୁତ ଚିନ୍ତା କରି କହିଲା ପ୍ରଭୁ ଗୋଟି ପୂର୍ଣ୍ଣ ତୁଳା ବସ୍ତା ଦିଅନ୍ତୁ । ପ୍ରଭୁ ତଥାସ୍ତୁ କହି ଉଭାନ ହୋଇଗଲେ । ତରୁଣୀ ର ମନରେ ଅନେକ ସ୍ବପ୍ନ ଥିଲା । ଭାବିଲା ପ୍ରଥମେ ତୂଳାରେ ଗୋଟିଏ ଭଲ ତକିଆ ଓ

କ୍ଷୁଦ୍ରଗଳ୍ପ – ହାପି ରଜ – ସୁଵଳ ମହାପାତ୍ର

ସକାଳୁ ସକାଳୁ ନାନୁଆଁ ଡାକିଲା, "ବବୁଲୁ, ଶୀଘ୍ର ଆ....ସିଆଡେ ଦଳ ସବୁ ଆସି ସାରିଲେଣି"। ଗାଁ ରେ ସମସ୍ତଙ୍କ ନାଁ ପଛରେ ଆ ଲାଗିବା ଥୟ। କୁନିଆ, ପିଣ୍ଟୁଆ, ମଣ୍ଟୁଆ, ସନିଆଁ, ମାନିଆଁ, ନାନୁଆଁ ଏମିତି ସବୁ। ମୋ ନାଁ ଟା ବବୁଲୁ ବୋଲି ଟିକେ ଅଲଗା। ଯାହା ହଉ, ବୁଝିବାକୁ ଆଉ ବାକି ନଥିଲା ଯେ ପାଖ ଗାଁ ର ଝିଅ ଦଳ ଆମ ଗାଁ କୁ ଆସିଲେଣି

ପ୍ରବନ୍ଧ – ଜୈନଧର୍ମର ନିର୍ଷ୍କଷ ଶ୍ରୀଜଗନ୍ନାଥ – ଡକ୍ଟର ଲକ୍ଷ୍ଣଣ ସାହୁ

ପବିତ୍ର ଭାରତ ବର୍ଷରେ ଉତ୍କଳରହିଁ ପୁଣ୍ୟତମ ଭୂମି ଭାବେ ସର୍ବବିଦିତ, ବଡଠାକୁର ଶ୍ରୀଜଗନ୍ନାଥଙ୍କୁ ନେଇ ଏହା ଦେବ ଭୂମି, ବେଦ ଭୂମି, ମାନବ ପରିତ୍ରାଣର ତୀର୍ଥ ଭୂମି ପାଲଟିଛି । ସେହିଁ କେବଳ ସକଳ ବିଶ୍ୱାସ ଓ ପ୍ରାଣର କେନ୍ଦ୍ରବିନ୍ଦୁ । ସକଳ ମାନବ ଜାତିର ହୃଦୟରେ ଈଶ୍ୱରଙ୍କ ସାକ୍ଷାତ ଅବତାର ଭାବେ ଅବିଭୂତ । ଏପରିକି ସେ ହେଉଛନ୍ତି ସାକ୍ଷାତ୍ ପରଂବ୍ରହ୍ମ ସକଳ ଅବତାରର ସ୍ରଷ୍ଟା ଅବତାରି ।

କ୍ଷୁଦ୍ରଗଳ୍ପ – କି ବନ୍ଧୁ – ପରମିତା ମିଶ୍ର

ବଡ ବଜାର ଗଳିରେ ବୁଲୁବୁଲୁ ସେଦିନ ହଠାତ୍‍ ଚିତ୍ରା ସହ ଦେଖା ହୋଇଗଲା । ଉଦୁଉଦିଆ ଖରାବେଳଟାରେ ଛୁଆଟେ କାନ୍ଧରେ ଧରି ଫଳ କିଣୁଥିଲା । କଟି ଯାଏଁ ଲମ୍ବା କେଶ, କଙ୍କାଳକୁ ଘୋଡାଇ ରଖିବାକୁ ଛିଟ ଛିଟ ସିଫନ ଶାଢି ଖଣ୍ଡେ ପିନ୍ଧିଛି, ଆଖି ତଳେ ଏଡେ ବଡ ବଡ କଳା ଦାଗ । ଏ ତ ସପୂର୍ଣ୍ଣ ଅଲଗା ଚିତ୍ରା ! ହସଟି ନଥିଲେ ତାକୁ ଚିହ୍ନି

କ୍ଷୁଦ୍ରଗଳ୍ପ – ଏ ଭଲ ପାଇବାର ନାଁ କଣ ? – ତପସ୍ୱିନୀ ଦାଶ

ଝିଅ ଟିର ଏଇଟା ପ୍ଲସ ଥ୍ରୀ third year । ଅନେକ ସୁନ୍ଦର ସୁନ୍ଦର wish କରି ପଠାଏ । ପୁଅଟି ବି ଦେଖେ । କେତେବେଳେ ଦୁଇ ଆଙ୍ଗୁଳି ରେ v ତ କେତେବେଳେ ଦୁଇ ଆଙ୍ଗୁଳି ଯୋଡି, very nice, excellent ବିଭିନ୍ନ ଶୈଳୀ ରେ ଶୁଭ ସୂଚନା ଦିଏ । ସମୟ ସମୟରେ କ୍ଷୁଦ୍ର କ୍ଷୁଦ୍ରଗଳ୍ପ ବି ପଠାଇଛି । ଖୁବ ସୁନ୍ଦର ସୁନ୍ଦର ମନ୍ତବ୍ୟ