ଅନୁଭୂତି କାହାଣୀ – ଵାଵା ଵାଣୀ ଶୁଣି ନାମ ନେଲି ଜାଣିଜାଣି – ଜିତେନ୍ଦ୍ର ସାହୁ

ଗୋଟିଏ ଲୋକର ବିବାହର ୪ ବର୍ଷ ହେଇ ଯାଇଥିଲା । ସେ କିନ୍ତୁ କେବେ ମଧ୍ୟ ତାର ପତ୍ନୀର ହାତ ରନ୍ଧା ଖାଦ୍ୟକୁ ପ୍ରଶଂସା କରୁନଥିଲେ । ତେଣୁ ସବୁବେଳେ ତାଙ୍କର ପାରିବାରିକ ଜୀବନରେ ଖିଟିପିଟି ଲାଗିରହିଥିଲା । ଦିନେ ହଠାତ୍ ଜଣେ ବାବାଙ୍କ ସହିତ ସେ ଲୋକର ସାକ୍ଷାତ ହେଲା ପରେ ବାବା ସବୁ ତାଙ୍କର ମନକଥା ଜାଣିପାରି କହିଲେ; ପୁତ୍ର ମନଦୁଃଖ କରିନାହିଁ କି ଉଦାସ ରୁହନାହିଁ

ଅନୁଭୂତି କଥା – ଲୁହ ଭିଜା ଆଖି – ଜିତେନ୍ଦ୍ର ସାହୁ

ସେଇ ଦିନର କଥା, ସେ ଏତେ କାନ୍ଦିଥିଲା ମୋ ଛାତି ଉପରେ ମଥା ରଖି ଯେ ତାର ଲୁହରେ ମୋ ହୃଦୟ ମଧ୍ୟ ଭିଜି ଯାଇଥିଲା । ମୁଁ କିନ୍ତୁ ଭାଙ୍ଗିଯାଇନଥିଲି । ଛାତି ତଳେ ଏତେ କୋହ ଥାଇ ମଧ୍ୟ ପାଷାଣ ପାଲଟି ସେମିତି ତାକୁ ଜାବୁଡି ଧରିଥିଲି। ଆଉ ଶେଷରେ ସ୍ୱାର୍ଥପର ହୋଇ ସେଇ ଦିନଠୁ ସବୁଦିନ ପାଇଁ ମୋ ନିଜଠୁ ତାକୁ ଦୁରେଇ ଦେଇଥିଲି। କାରଣ

ଅନୁଭୂତି କଥା – ନିରିମାଖି ପ୍ରେମିକା – ଜିତେନ୍ଦ୍ର ସାହୁ

ସକାଳ ଗାଧୁଆ ସାରି ନଈ ତୁଠରୁ ଫେରି ଆସିଥୁଲା ପ୍ରେମିକା ମୋର । ହଳଦୀ ମାଖି ସେ ହଳଦୀ ମୁଖୀ ସତରେ ଭାରି ସୁନ୍ଦର ଦିଶୁଥିଲା । ଯେତେବେଳେ ସିଏ ଗଜଗାମାନୀ ର ରୂପନେଇ ଚାଲି ଆସୁଥିଲା ନା; ତା ଦେହର ବାସ୍ନା ପବନରେ ମିଶି କିଛି ବାରତା ନେଇ ଭାସି ଭାସି ଆସି, ମତେ ନିଦରୁ ଜଗାଇବା ପାଇଁ ସତେ ଯେମିତି ଚେଷ୍ଟା କରୁଥିଲା ଆଉ ମୋ କଳ୍ପନାରେ

ଅନୁଭୂତି କଥା – ସରକାରୀ ବାବୁ – ଦେବୀ ପ୍ରସାଦ ଖଡ଼ିରତ୍ନ

ତର ତର ହୋଇ ପହଞ୍ଚି ଗଲି EPF ଅଫିସିରେ । କାଳେ କୋଉ କଥା । ଦି ଦିନ ହେଲା ଫେରିବାକୁ ପଡୁଛି । ଏତେବଡ ଲମ୍ବା ଲାଇନି ।ପୁଣି ଡେରିରେ ଆସିଲେ ଲାଇନି ନାହିଁ । ଠିକ ଟାଇମି ରେ ଯଦି ନମ୍ବର ନ ହେଲା ତାହେଲେ ପୁଣି ଆରଦିନକୁ ଅପେକ୍ଷା । ଆଉ ନୁହଁ.. । କାଲି ରାତିରେ ଯୋଜନା ପୂର୍ବକ ଜଲଦି ସବୁ କାମ ସାରି

ଅନୁଭୂତି ଗଳ୍ପ – ବାପା ଆଖିରେ ଲୁହ – ମୌସୁମୀ ସାଓ

ସୁର୍ଯ୍ୟ ନ ଉଇଁଲେ ସକାଳ ହୁଏନି , ଚନ୍ଦ୍ର ତାରା ଓ ଅନ୍ଧାର ନଥିଲେ ରାତି ହୁଏନି,ଆଉ ଆକାଶରେ ବାଦଲ ନଥିଲେ ବର୍ଷା ହୁଏନି । ବଣମଲ୍ଲୀ ବଣରେ ଫୁଟି ମଉଳିବା ପରି କିଛି ସ୍ମୃତି ହୃଦୟ ଭିତରେ କବର ନିଏ ତ ଆଉ କିଛି ସ୍ମୃତି କୁ ଏ ମନ ଭୁଲିପାରେନି । ଅବଶ୍ୟ ମୁଁ ଆଜି ଯେଉଁ ସ୍ମୃତି କଥା କହିବାକୁ ଯାଉଛି ମୋ ବାପାଙ୍କ ଭିଟା

ତୁ ନଥିଲେ ମା’ ମୋର ନାହିଁ ନାଁ – ଜିତେନ୍ଦ୍ର ସାହୁ

ଯେବେ କିଣିଭିଣା କରି ଝୁଣି ପକାଉଥାଏ କ୍ଷୁଧା ମୋ ଉଦର ଭିତରେ, ସେତେବେଳେ ତୋରି ହିଁ ନାଁ ସର୍ବପ୍ରଥମେ ମୋ ମୁଖରୁ ନିସୃତ ହୋଇଥାଏ । ମୁଁ ବଡହେଲା ପରେ ସିନା ତୋ କୋଳ ଛାଡି ରୋଜଗାର ପାଇଁ ପରଦେଶୀ ହେଇଗଲି କିନ୍ତୁ, ତୋର ପଣତକାନି ତଳରୁ ଚାଲିଆସିଲା ପରେ ସତେ ଯେମିତି ମୋ ଶ୍ବାସରୁଦ୍ଧ ହେଲା ଭଳି ଲାଗୁଛି । ତୁ ମୋର ସମୀପରେ ରହିଥିଲେ ମୁଁ କେବେବି

ଗଳ୍ପଟିଏ ନୁହେଁ – ଆମ୍ବ ଓ ଜୀବନ – ତପନ ପ୍ରଧାନ

ଆଜି ଗାଆଁକୁ ଯାଇଥିଲି । ପୁରୁଣା ଘର ମାଝୀତୋଟା ଆଡେ ଘେରାଏ ବୁଲି ଆସିଲି । ଚାରିଆଡେ ଆମ୍ବ ଗଛରେ ବଉଳ ଭର୍ତ୍ତି । ଏ ବର୍ଷ ନିଶ୍ଚୟ ଭଲ ଆମ୍ବ ଫଳିବ । ଆମ୍ବ ତୋଟା ଦେଖି ସେ ପୁରୁଣା ବଡ଼ ଗଛ ଓ ପିଲାଦିନ କଥା ମନେ ପଡ଼ିଲା । ସେତେବେଳେ ଅଷ୍ଟମ କି ନବମ ଶ୍ରେଣୀରେ ପଢୁଥାଏ । ଆମ୍ବ ସିଜିନ ସରି ଆସିଥାଏ ।

ଗୁରୁଦକ୍ଷିଣା – ଇଂ ପଦ୍ମ ଚରଣ ମିଶ୍ର

୨୦୦୫ ମସିହାରେ ବିରମିତ୍ରପୁର ସ୍ଥିତ ରାଷ୍ଟ୍ରାୟତ ମାଇନିଂ କମ୍ପାନୀରେ ଉମାକାନ୍ତ ମହାପାତ୍ର ବୋଲି ପିଲାଟିଏ ଇଲେକ୍ଟ୍ରିକାଲ୍ ଡିପ୍ଲୋମା ସାରି ବର୍ଷିକିଆ ଆପ୍ରେନ୍ଟିସିପ୍ କରିବାକୁ ଆସିଥିଲା। ଆମ କମ୍ପାନୀର ଇଲେକ୍ଟ୍ରିକାଲ୍ ବିଭାଗରେ ଆମେ ୩-ଜଣ ଇଞ୍ଜିନିୟର୍ ଥିଲୁ। ମୋର ଚାକିରୀ ମାତ୍ର ୩ ବର୍ଷ ହେଇଥାଏ। ମୁଁ ସେତେବେଳେ କ୍ରସର୍ ପ୍ଲାଣ୍ଟର ଦାୟିତ୍ବରେ ଥାଏ। ପିଲାଟା ପ୍ରଥମେ ୬-ମାସ କମ୍ପାନୀର କଲୋନୀ ସପ୍ଲାଇରେ ରହି ଟ୍ରେନିଂ ନେବାପରେ ମୋ ପାଖକୁ ଆସି

ପ୍ରେମର ପ୍ରାରମ୍ଭ – ଶୁଭକାନ୍ତ ସାହୁ

ଅଞ୍ଜୁ.. ଅଞ୍ଜୁ..... ଏ.. .ଅଞ୍ଜୁ! ଓଃ! ମିସ୍ ଅଞ୍ଜଳି ନା? ହଉ, ମିସ୍ ଅଞ୍ଜଳି ହୁଅ ବା ଅଞ୍ଜଳି । କିନ୍ତୁ ମୋ ପାଇଁ ଅଞ୍ଜୁ କେବଳ ଅଞ୍ଜୁ। ସତରେ ଅଞ୍ଜୁ, ମୁଁ ତୁମକୁ ବହୁତ ଭଲ ପାଏ। ମୋ ବୋଉକୁ ଛାଡ଼ିଦେଲେ ମୁଁ ତୁମକୁ ସବୁଠାରୁ ଏପରିକି ମୋ ନିଜଠାରୁ ମଧ୍ଯ ଅଧିକ ଭଲ ପାଏ। ତୁମକୁ ମୁଁ କେଉଁଦିନ ଠାରୁ ଭଲ ପାଏ ଜାଣ? ଶୁଦ୍ଧ ଓଡ଼ିଆ