ଅଣୁଗଳ୍ପ – ଚୋର – ଶୁଭକାନ୍ତ ସାହୁ

ପିଲାଟି ଅତି କରୁଣ ଭାବେ ଅଫିସର୍ ଙ୍କ ମୁହଁକୁ ଚାହିଁ କହୁ ଥିଲା,”ସାର୍, ମୋତେ ଛାଡି ଦିଅନ୍ତୁ । ଚୋରି କରିବା ମୋର ଇଛା ନଥିଲା ମୁ ଅନେକ ଚେଷ୍ଟା କରିଛି ମୋ ଟିକି ଭଉଣୀ ପାଇଁ ପେଟକୁ ଶୁଖିଲା ରୁଟି ଖଣ୍ଡେ ଓ ଔଷଧ ଟିକେ ଯୋଗାଇବା ଦେବାକୁ କେତେ ବାବୁଙ୍କ ଗୋଡ ଧରି ନେହୁରା ହେଲି । ସମସ୍ତେ ପାଦରେ ଠେଲି ଦେଇ ଚାଲିଗଲେ । କେତେ ହୋଟେଲ୍ ବାଡି ଦୋକାନରେ କାମ ପାଇବା ପାଇଁ ଗୁହାରି କରିଛି । ହେଲେ କେହି ମୋତେ କାମ ଖଣ୍ଡେ ବି ଦେଇ ନାହାନ୍ତି । ସମସ୍ତେ କହିଲେ, “ଶ! ଏଇ ପୁଣି କାମ କରିବ । ଯା ଯା ବାହାରି ଯା । ଭିକ ମାଗିବା ପାଇଁ ରାସ୍ତା କଡେ ମୋ ପିନ୍ଧା ସାର୍ଟକୁ ପକାଇ ଦେଇଛି, ହେଲେ ପଇସାଟିଏ ତ ଦୁରର କଥା ମୋ ଆଡକୁ କେହି ଚାହିଁଲେ ନାହିଁ ମଧ୍ୟ । ଟିକି ଭଉଣୀଟି ମୋର ଜ୍ୱରରେ ଥରୁଥିଲା । ଡାକ୍ତର ବାବୁ ଙ୍କ ଗୋଡ ଧରିଲି । ଔଷଧ ଟିକେ ତ ଦେବା ଦୁରର କଥା, ପଦେ କଥା ହେବାପାଇଁ ୨୦ ଟଙ୍କା ମାଗିଲେ । ଗାଁ ମୁଖିଆଙ୍କ ବଡପୁଅ ମୋ ବୋଉର ତଣ୍ଟି ଚିପି ମାରିଦେଇ ‘ଦଉଡି ଦେଇ ମରିଯାଇଛି’ ବୋଲି କହିଲା । ତାଙ୍କଠି ବାପା ଘରର ଜମି ବନ୍ଧକ ରଖି ଟଙ୍କା ଆଣିଥିଲେ । ସେ ଆମକୁ ଘରୁ ବାହାର କରିଦେଲେ । ଆପଣ ପ୍ରଥମେ ମୋ ଭଉଣୀ କୁ ଭଲ କରିଦିଅନ୍ତୁ, ଆମେ କାମ କରି ଆପଣଙ୍କ ଟଙ୍କା ଶୁଝିଦେବୁ । ହେଲେ ମୋତେ ଗୋଡରେ ଆଡେଇଦେଇ ‘ଶ!’ କହି ଆଗକୁ ଚାଲିଗଲେ । ମୁଁ କ’ଣ କରିଥାନ୍ତି ? ବାବୁ ଜଣକ ରାସ୍ତା କଡରେ ଟଙ୍କା ଗଣୁଥିଲେ । ମୋ ଟିକି ଭଉଣୀ କୁ ରୁଟି ଖଣ୍ଡେ ଦେବା ପାଇଁ ଅ ।ଉ ଔଷଧ ଟିକେ ଦେବା ପାଇଁ ମୋଟେ ୧୦ ଟଙ୍କା ମାଗିଲି ଅ ।ଉ ମନା କରିବାରୁ ଝାମ୍ପି ଆଣିଲି । ମୋ ଭଉଣୀ ମୋତେ ନପ ।ଇ ମରିଯିବ ଅ ।ଜ୍ଞ । । ମୁଁ ଜଗନ୍ନାଥ ଙ୍କ ରାଣ ଖାଇ କହୁିଛି ଅ ।ଜ୍ଞ ।,ମରିଯିବି ପଛେ ଏମିତି ଆଉ ଚୋରି କରିବି ନାହିଁ” । ପୋଲିସ୍ ବାବୁ କହିଲେ, “ଥାଉ ଥାଉ ମୋତେ ଆଉ ଏସବୁ ଶୁଣାନା ବେ! ଏଳା ଚୋରି କରି ପୁଣି ମିଛ କଥା କହୁଚୁ । ଶଳା ଚୋରାଇଛୁ ତ ଆଉ ବା କ’ଣ କହିଥାନ୍ତୁ । ଏଣୁତେଣୁ କହିଲେ ମୁଁ କ’ଣ ଛାଡିଦେବି? ଚାଲ୍ ଶଳା ପଞ୍ଜୁରୀ ଭିତରେ ଦି ପାହାର ଖାଇଲେ ସିଧା ପଡିଯିବୁ ।


ଶିକ୍ଷକ, ଗୋପବନ୍ଧୁ ହାଇସ୍କୁଲ୍, ପୋଲସରା, ଗଂଜାମ,
ମୋ-୯୮୬୧୭୩୨୨୫୬

ମନ୍ତବ୍ୟ ରଖନ୍ତୁ