Generic selectors
Exact matches only
Search in title
Search in content

ସମ୍ପର୍କ ଓ ସହାୟତା

ବଣମଲ୍ଲୀର ମହକ ହେଉଛି ଇଣ୍ଟରନେଟ ଜଗତରେ ଓଡିଆ ଭାଷା ସାହିତ୍ୟର ମହାମଞ୍ଚ । ଦୈନିକ ପାଠକ ଓ ଲେଖକମାନଙ୍କ ସୃଜନୀକୁ ବିଶ୍ଵ ସମ୍ମୁଖରେ ଉପସ୍ଥାପିତ କରିଥାଏ । ଏକ ଆତ୍ମ-ପ୍ରକାଶନ ୱେବ ପ୍ଲାଟଫର୍ମ ଯାହା ଲେଖକ ଏବଂ ପାଠକମାନଙ୍କୁ ଏକ ଭର୍ଚୁଆଲ୍ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଏହାର କୌଣସି ସେବା ନିମନ୍ତେ ବଣମଲ୍ଲୀର ମହକ ଟିମ ଆପଣଙ୍କୁ କୌଣସି ଅର୍ଥ ଦାବି କରିନଥାଏ । ଏହାର ସମସ୍ତ ସେବା ସମ୍ପୁର୍ଣ୍ଣ ନିଃଶୁଳ୍କ ଅଟେ ।

ଆପଣ ସର୍ବନିମ୍ନ ଷୋଳବର୍ଷ ବୟସ ଅତିକ୍ରମ କରିଥିବା ଆବଶ୍ୟକ । ଏଥିପାଇଁ ଆପଣଙ୍କୁ କୌଣସି ପଞ୍ଜିକରଣର ଆବଶ୍ୟକତା ପଡିନଥାଏ । ଆପଣ ପୃଥିବୀର ଯେକୌଣସି ସ୍ଥାନରେ ରହି ଏଥିରେ ନିଜର ଲେଖା ଯୋଡି ପାରିବେ । ୱେବସାଇଟ ନେଭିଗେସନ ମେନୁରେ ଉପଲବ୍ଧ ଲେଖନ୍ତୁ ଲିଙ୍କରେ କ୍ଲିକ କରି ନିଜ ନାମ ଓ ଠିକଣା ସହିତ ଲେଖା ପଠାଇ ପାରିବେ ।

ଏଠାରେ ବିନାମୂଲ୍ୟରେ ହଜାର ହଜାର ଗଳ୍ପ, କାହାଣୀ, କବିତା, ପ୍ରବନ୍ଧ, ଉପନ୍ୟାସ ଓ ଭଏସ ଆବୃତ୍ତି ଆଦି ପ୍ରକାଶିତ ହୋଥାଏ, ଯାହାକି ଉତ୍ତମ ସାହିତ୍ୟିକ ମାନ ବହନ କରୁଥିବା ଆବଶ୍ୟକ । ବ୍ୟାକରଣ ଓ ବନାନଗତ ଲେଖାଗୁଡ଼ିକୁ ପ୍ରକାଶିତ କରାଯାଏ ନାହିଁ ।

ୱେବସାଇଟର ନିମ୍ନଭାଗରେ ଦୃଶ୍ୟମାନ ହେଉଥିବା ବେଲ ଆଇକନକୁ କ୍ଲିକ କରି ସବ୍ସକ୍ରାଇବ କରି ନିଅନ୍ତୁ । ପରବର୍ତ୍ତୀ ସମୟରେ ସେହି ଆଇକନ ଉପରେ ଆପଣ ନୂଆ ପୋଷ୍ଟ ଗୁଡିକର ସଂଖ୍ୟା ଦେଖିପାରିବା ସହିତ ଆପଣଙ୍କ ଡିଭାଇସରେ ତତ୍କାଳ ପୋଷ୍ଟ ନୋଟିଫିକେସନ ପହଞ୍ଚିଯିବ ।

ଏହା ବହୁତ ସହଜ । ଏହି ପୋର୍ଟାଲରେ ମନ୍ତବ୍ୟ ଦେବାକୁ କୌଣସି ପଞ୍ଜୀକରଣ କରିବାକୁ ପଡେନାହିଁ । ପ୍ରତି ପୋଷ୍ଟ ତଳେ କମେଣ୍ଟ ବ୍ୟବସ୍ଥା ଉପଲବ୍ଧ ରହିଛି । ସେଠାରେ ଆପଣଙ୍କ ନାମ ଓ ଇମେଲ ପ୍ରଦାନ କରି କମେଣ୍ଟ ଲେଖିପାରିବେ । ଆପଣ ପ୍ରଥମଥର କୌଣସି ପୋଷ୍ଟରେ କମେଣ୍ଟ ଦେଉଥିଲେ, ତାହା ଯାଞ୍ଚ ପାଇଁ ପଠାଯାଇଥାଏ । ଏବଂ ପ୍ରଥମ କମେଣ୍ଟ ବଣମଲ୍ଲୀ ଟିମ ଦ୍ଵାରା ଅନୁମୋଦିତ ହେଲାପରେ, ଆପଣଙ୍କ ପରବର୍ତ୍ତୀ କମେଣ୍ଟ ଗୁଡିକ ଆପେ ଆପେ ତତ୍କାଳ ପୋଷ୍ଟ ହୋଇଥାଏ ।

ମୁଖ୍ୟ ପୋର୍ଟାଲ ସହିତ ଆପଣ ସମସ୍ତେ ପାଞ୍ଚବର୍ଷ ଧରି ଜଡିତ ଅଛନ୍ତି । ଆପଣ ପଠାଉଥିବା ନିଜର ସୃଷ୍ଟି ଗୁଡିକୁ, ସମ୍ପାଦକମଣ୍ଡଳୀଙ୍କ ଅନୁମୋଦନରେ ଏହି ପୋର୍ଟାଲରେ ପ୍ରକାଶିତ କରାଯାଇଥାଏ । ଏଥିରେ କୌଣସି ପଞ୍ଜିକରଣର ଆବଶ୍ୟକତା ନଥାଏ । ଯେ କେହି ଲେଖକ ସିଧାସଳଖ ନିଜ ଠିକଣା ସହିତ ଏହି ୱେବପୋର୍ଟାଲରେ ଥିବା ଲେଖନ୍ତୁ ଲିଙ୍କରେ ଯାଇ ଲେଖା ଯୋଡିପାରିବେ ।

କିନ୍ତୁ “ବଣମଲ୍ଲୀ ସମ୍ପ୍ରଦାୟ” ବା କମ୍ୟୁନିଟି ପୋର୍ଟାଲ ହେଉଛି ବଣମଲ୍ଲୀର ମହକ ଦ୍ୱାରା ୨୦୨୦ ମସିହାରୁ ଆରମ୍ଭ ହୋଇଥିବା ଅତିରିକ୍ତ ସେବା । ଏହା ଏକ ସାହିତ୍ୟ ଭିତ୍ତିକ ସାମାଜିକ ମଞ୍ଚ ବା ସାହିତ୍ୟ ସୋସିଆଲ ନେଟୱାର୍କ । ଏଭଳି ସେବା କୌଣସି ଭାଷାର ସାହିତ୍ୟରେ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏଥିରେ ଆପଣ ଓଡିଶା ଭିତ୍ତିକ ଯଥା- ଭାଷା, ସାହିତ୍ୟ, ସଂସ୍କୃତି, କଳା, ଇତିହାସ, ବ୍ୟକ୍ତିତ୍ୱ, ଅନୁଚିନ୍ତା, ନୀତିବାଣୀ, ଢଗଢମାଳି, କାବ୍ୟ, କବିତା, ଗଳ୍ପ, ପୁରାଣ, ବହି, ପତ୍ରିକା, ସାହିତ୍ୟ ସଂସ୍କୃତି ଭିତ୍ତିକ ଖବର, ଆଲୋଚନା, ସମାଲୋଚନା, ତର୍କ ଓ ବିତର୍କ, ପ୍ରଶ୍ନ ଓ ନିଜ ଭାବନା, ପର୍ଯ୍ୟଟନ, ଯାନିଯାତ୍ରା, ଭିଡ଼ିଓ ଓ ଫଟୋ ଆଦି ନିଜେ ଉପସ୍ଥାପନ କରିପାରିବେ । ଫେସବୁକ ଭଳି ଏଥିରେ ତତ୍କାଳ ପୋଷ୍ଟ କରିପାରିବେ ଏବଂ ଅନ୍ୟମାନଙ୍କ ପୋଷ୍ଟ ପଢିପାରିବେ, ଲାଇକ ଓ କମେଣ୍ଟ ଏବଂ ପୋଷ୍ଟ ଟ୍ୟାଗ କରିପାରିବେ । ଏଥିପାଇଁ କୌଣସି ସମ୍ପାଦକୀୟ ଅନୁମୋଦନର ଆବଶ୍ୟକତା ପଡିନଥାଏ ।

ଏହି କମ୍ୟୁନିଟି ପୋର୍ଟାଲରେ ଯୋଗ ଦେବାପାଇଁ ଆପଣଙ୍କୁ ଫେସବୁକ ଭଳି ବଣମଲ୍ଲୀ ସମ୍ପ୍ରଦାୟ ଆକାଉଣ୍ଟଟିଏ ଖୋଲିବାକୁ ପଡିଥାଏ । ଏବଂ ଲଗିନ କରି ପୋଷ୍ଟ କରିବାକୁ ପଡେ ।

ଆପଣଙ୍କ ଅସୁବିଧାକୁ ଆମେ ବୁଝିପାରୁଛୁ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସିଧାସଳଖ ସମ୍ପର୍କ ନିମନ୍ତେ ନିମ୍ନରେ ଏକ ୱେବ ଫର୍ମ ଉପଲବ୍ଧ ରହିଛି । ଅଧିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅଥବା କୌଣସି ବିଶେଷ ପ୍ରଶ୍ନର ଉତ୍ତର ନିମନ୍ତେ, ନିର୍ଦ୍ଧିଷ୍ଟ ସମସ୍ୟାର ସମାଧାନ ନିମନ୍ତେ କିମ୍ବା ଆପଣଙ୍କ ଅଭିମତ ପ୍ରଦାନ କରିବାକୁ ଚାହୁଁଥିଲେ ନିମ୍ନୋକ୍ତ ଫର୍ମ ଜରିଆରେ ଆମକୁ ଲେଖି ଜଣାନ୍ତୁ । ବଣମଲ୍ଲୀ ଟିମ ଖୁବଶୀଘ୍ର ଆପଣଙ୍କୁ ସମ୍ପର୍କ କରିବାକୁ ସମର୍ଥ ହେବେ ।

ସିଧାସଳଖ ସମ୍ପର୍କ

କେଉଁ ବିଷୟ ନେଇ ସମ୍ପର୍କ କରିବାକୁ ଚାହୁଁଛନ୍ତି ଉପରୋକ୍ତ ନିର୍ଦ୍ଧିଷ୍ଟ କାରଣଟି ଚୟନ କରନ୍ତୁ ।

ସମ୍ପର୍କ

ଠିକଣା : ମଙ୍ଗଳାଯୋଡି, ଖୋରଧା, ଓଡିଶା - ୭୫୨୦୨୩

ଇମେଲ ଠିକଣା : mail@banamalli.org