ସୃଜନୀର ପଥେ ପଥେ

banamalli_mahak_square
  • ବଣମଲ୍ଲୀର ମହକ ଆୟୋଜିତ ସାହିତ୍ୟ ଭିତ୍ତିକ ଇ-ପ୍ରତିଯୋଗୀତାରେ ଭାଗ ନେବା ପୂର୍ବରୁ ପ୍ରତିଯୋଗୀତାର ନିୟମାବଳୀ ଭଲ ଭାବରେ ପଢି ନିଅନ୍ତୁ ।
  • ଇ-ପ୍ରତିଯୋଗୀତା ନିମନ୍ତେ ଦେବାକୁ ଚାହୁଁଥିବା ଲେଖାଟି ପ୍ରଥମେ ବଣମଲ୍ଲୀର ମହକ ୱେବସାଇଟରେ ପୋଷ୍ଟ କରିବା ବାଧ୍ୟତାମୂଳକ ହୋଇଥାଏ ।
  • ବଣମଲ୍ଲୀର ମହକ ୱେବସାଇଟରେ ଲେଖା ପୋଷ୍ଟ କରିବା ନିମନ୍ତେ ନିଜର ପଞ୍ଜୀକରଣ କରି ଇଉଜର ଆଇଡି ଓ ପାସୱାର୍ଡ (Login Credential) ତିଆରି କରନ୍ତୁ । ଏହା ମାଧ୍ୟମରେ ଲଗିନ କରି ଲେଖା ପୋଷ୍ଟ କରନ୍ତୁ । ଯଦି ରେଜିଷ୍ଟ୍ରେସନ ନିମନ୍ତେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ପ୍ରଥମେ ଏହାର ଇଉଜର ମାନୁଆଲ ଡାଉନଲୋଡ କରି ପଢି ନିଅନ୍ତୁ ।
  • ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ, ସଂଗଠନ ଓ ବ୍ୟକ୍ତିବିଶେଷ ମାନଙ୍କ ମିଳିତ ସହଯୋଗରେ ମଧ୍ୟ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ବଣମଲ୍ଲୀର ମହକ ଦ୍ଵାରା ଭିନ୍ନ ଭିନ୍ନ ଇ-ପ୍ରତିଯୋଗୀତାର ଆୟୋଜନ କରାଯାଇଥାଏ ।

 

ସୁ-ସାହିତ୍ୟ ସୃଷ୍ଟି ଆମ ଲକ୍ଷ୍ୟ ହେଉ କାରଣ ସାହିତ୍ୟ ହିଁ ସମାଜକୁ ଉଚିତ ମାର୍ଗଦର୍ଶନ କରିଥାଏ, ଯାହାଦ୍ଵାରା ସମାଜର ସର୍ବଦା ହିତ ସାଧନ ହୋଇଥାଏ । ସାହିତ୍ୟର ଅଧୋପତ୍ତନ ସମାଜକୁ ପଥଭ୍ରଷ୍ଟ କରିଥାଏ । ଯେଉଁ ସମାଜର ସାହିତ୍ୟ ଯେତିକି ଉତ୍କୃଷ୍ଟ ସେହି ସମାଜ, ଦେଶ ତଥା ରାଷ୍ଟ୍ର ସେତିକି ଉନ୍ନତ୍ତ । ଓଡିଆ ସାହିତ୍ୟର ସମୃଦ୍ଧି ଓ ବିକାଶ କ୍ଷେତ୍ରରେ ନିଜକୁ ସଦା ନିୟୋଜିତ ରଖି ସମଗ୍ର ଓଡିଆର ହୃଦୟରେ ଆଜି ପରିଚିତ ହୋଇପାରିଛି ବଣମଲ୍ଲୀର ମହକ । ଅସଂଖ୍ୟ ଅଲୋଡା ବଣମଲ୍ଲୀ ମାନଙ୍କୁ ଅକୁଣ୍ଠିତ ହୃଦୟରେ ସାଉଣ୍ଟି ଆଣିଛି ତା' ପଣତରେ । ସର୍ବ ସମ୍ମୁଖରେ ସେଇ ଅଲୋଡା ବଣମଲ୍ଲୀ ମାନଙ୍କର ମହକକୁ ବିଞ୍ଚି ଚାଲିଛି । ଖୋଜି ଚାଲିଛି ସୁ-ସାହିତ୍ୟିକ ତଥା ସୃଜନଶୀଳତାର ଅଭିବୃଦ୍ଧି ନିମନ୍ତେ ନିୟମିତ ସୂତ୍ରରେ ଆୟୋଜନ କରି ଚାଲିଛି ସାହିତ୍ୟ ଭିତ୍ତିକ ବିଭିନ୍ନ ପ୍ରତିଯୋଗୀତା । ପ୍ରାଥମିକ ସ୍ତରରେ ଆରମ୍ଭ କରାଯାଇଛି ତିନିଗୋଟି ଇ-ପ୍ରତିଯୋଗୀତା "ବଣମଲ୍ଲୀର ମହକ କବିତା ପ୍ରତିଯୋଗୀତା" "ବଣମଲ୍ଲୀର ମହକ କ୍ଷୁଦ୍ରଗଳ୍ପ ପ୍ରତିଯୋଗୀତା" ଏବଂ କବିରଘର ଇ-ସାହିତ୍ୟ ସଂଗଠନ ଆନୁକୁଲ୍ୟରେ ହ୍ଵାଟସଆପ କବିତା ପ୍ରତିଯୋଗୀତା "ଛବି ଦେଖନ୍ତୁ କବିତା ଲେଖନ୍ତୁ" । ଏହାଛଡା ଅନେକ ସମୟରେ ବିଭିନ୍ନ ଆଗ୍ରହୀ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଆଗ୍ରହ ଓ ସହଯୋଗରେ ମଧ୍ୟ ମିଳିତ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥାଏ । ଓଡିଆ ସାହିତ୍ୟ ଓ ସଂସ୍କୃତିର ମହକକୁ ପ୍ରତିପାଦନ କରିବା, ସାହିତ୍ୟର ସମୃଦ୍ଧି ଓ ବିକାଶ ତଥା ସାହିତ୍ୟ ସୃଜନୀର ଅଭିବୃଦ୍ଧି ନିମନ୍ତେ ଏହି କ୍ଷେତ୍ରରେ ଜଡିତ ଥିବା ନିଆରା ମଣିଷ ମାନଙ୍କୁ ଖୋଜି ବାହାର କରିବା ସହିତ ସେମାନଙ୍କୁ ପ୍ରେରଣା ଯୋଗାଇଦେବା ହେଉଛି ଏହି ପ୍ରୟାସର ମୂଳଲକ୍ଷ୍ୟ । ଚାଲୁ ରହିଥିବା ପ୍ରତିଯୋଗୀତା ଗୁଡିକରେ ଅଂଶଗ୍ରହଣ କରିବା ପାଇଁ ନିମ୍ନ ପ୍ରଦତ୍ତ ପ୍ରତିଯୋଗୀତା ବ୍ୟାନର ଉପରେ କ୍ଲିକ କରନ୍ତୁ ଏବଂ ଚାଲୁ ରହିଥିବା ପ୍ରତିଯୋଗୀତା ଗୁଡିକରେ ନିଜକୁ ସାମିଲ କରନ୍ତୁ । ବନ୍ଦେ ଉତ୍କଳ ଜନନୀ...