ବଣମଲ୍ଲୀର ମହକ ଦ୍ଵାରା ପ୍ରସ୍ତୁତ ଇ-ବୁକ ଗୁଡିକ ଏହିଠାରେ ପଢନ୍ତୁ

ଦୃଷ୍ଟି ଆଢୁଆଳରେ ଆଜି ଅନେକ ପ୍ରତିଭା । ଖୁବ ଚଳଚଞ୍ଚଳ ସେମାନଙ୍କ ଲେଖନୀ । ହେଲେ ଝଡି ଯାଆନ୍ତି ଅକାଳରେ । କାହାର ବି ଟିକେ ନିଘା ନଥାଏ ପରଖିବାକୁ ସେମାନଙ୍କ ସୃଷ୍ଟିର ବିକଶିତ ରୂପକୁ, ସତେ କେଡେ ସୁନ୍ଦର ସେମାନଙ୍କ ସୃଷ୍ଟିର ଅପୂର୍ବ ସଂଭାର । ଅକାଳରେ ଝଡିପଡୁଥିବା ବଣମଲ୍ଲୀର ମହକକୁ ଲୋକଲୋଚନକୁ ଆଣିବା ନିମନ୍ତେ ଆରମ୍ଭ କରାଯାଇଛି ଏହି ଡିଜିଟାଲ ପୁସ୍ତକ ସଂଗ୍ରହାଳୟ । ବିଭିନ୍ନ ଓଡିଆ ଲେଖକ ଲେଖିକା ମାନଙ୍କ ସୃଷ୍ଟି ସମ୍ଭାରରେ ବଣମଲ୍ଲୀର ମହକ ଇ-ସାହିତ୍ୟ ସଂଗଠନ ତରଫରୁ ଏହି ଇ-ବୁକ (ଡିଜିଟାଲ ପୁସ୍ତକ) ଗୁଡିକ ପ୍ରକାଶିତ କରାଯାଇଥାଏ । ବିଶ୍ଵର ସମଗ୍ର ଓଡିଆ ପାଠକ ପାଠିକା ମାନଙ୍କ ପଢିବା ନିମନ୍ତେ ବଣମଲ୍ଲୀର ମହକ ତରଫରୁ ଏହିଗୁଡିକୁ ପ୍ରସ୍ତୁତ କରାଯାଇ ନିଃଶୁଳ୍କ ବିତରଣ କରାଯାଇଥାଏ । ପଢିବା ନିମନ୍ତେ ପ୍ରତି ପୁସ୍ତକର ସମୁଖ ଫର୍ଦ୍ଦ ଉପରେ କ୍ଲିକ କରନ୍ତୁ ।


Free Download
Free Download
Free Download
Free Download
Free Download
Free Download
Free Download