ବଣମଲ୍ଲୀର ମହକକୁ ନେଇ ଆପଣଙ୍କ ପ୍ରଶ୍ନର ଉତ୍ତର

ବଣମଲ୍ଲୀର ମହକକୁ ନେଇ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଉଠିଥାଏ, ତେବେ କିଛି ମୁଖ୍ୟ ପ୍ରଶ୍ନ ଗୁଡିକର ଉତ୍ତର ଆମେ ରଖିଅଛୁ । ଆଶା ଏହି ଉତ୍ତର ଗୁଡିକ ନିଶ୍ଚୟ ସହାୟକ ହେବ ।


ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ?

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତରେ ଏକ ସୁଦୂରପ୍ରସାରୀ ପରିକଳ୍ପନା । ସମଗ୍ର ବିଶ୍ଵସ୍ତରରେ ଏହା କେବଳ ଓଡିଆ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପ୍ରଚାର ପ୍ରସାର କରିଥାଏ । ବଣମଲ୍ଲୀ ସଦୃଶ ଲେଖକ ଲେଖିକା ମାନଙ୍କୁ ଲୋକଲୋଚନକୁ ଆଣିବା ସହିତ ସଂଗଠିତ କରିବା ନିମନ୍ତେ ସର୍ବଦା ପ୍ରୟାସ ଜାରି ରଖିଥାଏ । ଏହାଛଡା ଇ-ପତ୍ରିକା (Digital Magazine) ସଂକଳନ ପ୍ରସ୍ତୁତ କରିଥାଏ । କେବଳ ଓଡିଆ ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତା ହିଁ ବହନ କରି, ବିଜ୍ଞାନର ଦ୍ରୁତ ପ୍ରଗତି ସହିତ ତାଳଦେଇ ଆମ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର କରେଇବା ସହିତ ନୂତନ ପିଢିର ଲେଖକ ଲେଖିକା ମାନଙ୍କ ନିମନ୍ତେ ଲେଖିବା ଓ ପଢିବାର ସୁଯୋଗ ସୃଷ୍ଟି କରିବା ଏବଂ ସମସ୍ତ ଓଡିଆ ପାଠକ ପାଠିକା ମାନଙ୍କୁ ଉତ୍କଳୀୟ ସ୍ଵାଭିମାନରେ ବାନ୍ଧି ରଖିବା ଏହାର ମୂଳଲକ୍ଷ୍ୟ । ମୋଟାମୋଟି କହିବାକୁ ଗଲେ, “ଓଡିଆ ସାହିତ୍ୟ ଓ ସଂସ୍କୃତିର ବିଶ୍ଵବ୍ୟାପୀ ପ୍ରସାର ନିମନ୍ତେ ଯାନ୍ତ୍ରିକ ବିକାଶ କ୍ଷେତ୍ରରେ ଏହା ହେଉଛି କାଗଜପତ୍ର ବିହୀନ ନିଆରା ପ୍ରୟାସ” (It is a paperless concept to promote our literature and culture worldwide, An e-library of Odia Literature and showcase of Odia Culture..)


ବଣମଲ୍ଲୀର ମହକ ଇ-ପତ୍ରିକାର ମୁଦ୍ରିତ ସଂକଳନ ଅଛିକି ?

ବର୍ତ୍ତମାନ ସୁଧା ଏହାର କୌଣସି ମୁଦ୍ରିତ ସଂକଳନ ପ୍ରକାଶିତ ହୋଇନାହିଁ । ପିଡିଏଫ ଆକାରରେ ଏହି ପତ୍ରିକାଟି ପ୍ରତି ତିନିମାସ ଅନ୍ତରରେ ଥରେ ଏହି ୱେବସାଇଟର ସଂଗ୍ରହାଳୟରେ ଉପଲବ୍ଧ ହୋଇଥାଏ । କୌଣସି ପାଠକ ପାଠିକା ଇଚ୍ଛାକଲେ ଏହାର ମୁଦ୍ରଣ କପି ନିଜେ ନିଃଶୁଳ୍କ ଡାଉନଲୋଡ କରି ନେଇପାରିବେ ।


ଡିଜିଟାଲ ପତ୍ରିକାକୁ ବାଦ ଦେଲେ ବଣମଲ୍ଲୀର ମହକ କେଉଁ କେଉଁ ପ୍ରୟାସରେ ନିଜକୁ ସାମିଲ ରଖିଥାଏ ?

ବଣମଲ୍ଲୀର-ମହକ ତ୍ରୟମାସିକ ଇ-ପତ୍ରିକା (ଡିଜିଟାଲ ସଂକଳନ) ପିଡିଏଫ ଆକାରରେ ପ୍ରସ୍ତୁତ କରିବା ସହିତ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଗୁଡିକର ଉପସ୍ଥାପନା କରିଥାଏ । ଲେଖକ ଲେଖିକା ମାନଙ୍କ ନିମନ୍ତେ ଏହାର ୱେବସାଇଟରେ ସିଧାସଳଖ ନିଜ ଲେଖା ନିଜେ ସମ୍ପାଦିତ କରିବାର ବ୍ୟବସ୍ଥା କରିବା ସହିତ ସେଗୁଡିକୁ ନିଜର ଇ-ସଂଗ୍ରହାଳୟରେ ସାଇତି ରଖିଥାଏ ।


ଏହାର ଦୈନିକ ଇ-ପ୍ରକାଶନ ଓ ତ୍ରୟମାସିକ ପ୍ରକାଶନକୁ କିଭଳି ଲେଖା ପଠାଇ ହେବ ?

ବଣମଲ୍ଲୀର-ମହକ ଦୈନିକ ଇ-ପ୍ରକାଶନରେ ପ୍ରତ୍ୟେକ ଦିନ ପ୍ରତି ମୂହୁର୍ତ୍ତରେ (୨୪ X ୭) ଲେଖା ପ୍ରକାଶିତ ହୋଇଥାଏ । ଏହାର ୱେବପୋର୍ଟାଲ ମାଧ୍ୟମରେ ନିଜର ପରିଚୟ ପୃଷ୍ଠାର ନିର୍ମାଣ ନିମନ୍ତେ ନିଜେ ନିଜର ନିଃଶୁଳ୍କ ରେଜିଷ୍ଟ୍ରେସନ କରାଇବାକୁ ପଡିଥାଏ । ସଫଳତାର ସହ ନିଜର ରେଜିଷ୍ଟ୍ରେସନ କରିସାରିବା ପରେ ଆପଣଙ୍କ ଇଉଜର ଆଇ.ଡି ଏବଂ ପାସୱାର୍ଡ ବ୍ୟବହାର କରି ଯେକୌଣସି ମୂହୁର୍ତ୍ତରେ ଲେଖା ସମ୍ପାଦିତ କରିବା ସହିତ ନିଜ ପରିଚୟ ପୃଷ୍ଠାର ପରିଚାଳନା କରିପାରିବେ । ଯଦି ପଞ୍ଜୀକରଣ କରିବାକୁ ଚାହାନ୍ତି ନାହିଁ, ତେବେ ଲେଖା ପୋଷ୍ଟ ନିମନ୍ତେ କୌଣସି ଅସୁବିଧା ନାହିଁ । ଯେ କୌଣସି ମୂହୁର୍ତ୍ତରେ “ଲେଖନ୍ତୁ” ଲିଙ୍କକୁ କ୍ଲିକ କରି ନିଜ ଲେଖା ନିଜେ ସମ୍ପାଦିତ କରିପାରିବେ । ଯେଉଁମାନେ ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିବାରେ ଅସମର୍ଥ ପ୍ରକାଶ କରୁଛନ୍ତି, ସେମାନେ ଆମ ଇ-ମେଲ ଠିକଣା – emagazine@banamalli.org ମାଧ୍ୟମରେ ଲେଖା ପଠାଇ ପାରିବେ । କିନ୍ତୁ ଇ-ମେଲ ମାଧ୍ୟମରେ ଲେଖା ପ୍ରକାଶନ ପ୍ରକ୍ରିୟା ବିଳମ୍ବ ହୋଇଥାଏ । ସ୍ଵ-ସମ୍ପାଦିତ ପଦ୍ଧତ୍ତିରେ ତୁରନ୍ତ ହୋଇଥାଏ । ତ୍ରୟମାସିକ ପିଡିଏଫ ସଂକଳନ ନିମନ୍ତେ ୱେବସାଇଟ ମାଧ୍ୟମରେ ପ୍ରକାଶିତ ହେଉଥିବା ଦୈନିକ ଲେଖା ଗୁଡିକ ମଧ୍ୟରୁ ପ୍ରତି ଲେଖକ ଲେଖିକାଙ୍କର ବିଭାଗ ପ୍ରତି ଗୋଟିଏ ଲେଖା ବଣମଲ୍ଲୀର ମହକ ଚୟନ ମଣ୍ଡଳୀ ଦ୍ଵାରା ନିର୍ବାଚିତ କରାଯାଇଥାଏ ।


ଏହାକୁ କିଭଳି ଦେଖି ପାରିବୁ ଓ ପଢି ପାରିବୁ ଓ ଏଥିପାଇଁ ଦେୟ କଣ ଦେବାକୁ ପଡିଥାଏ ?

ଆପଣଙ୍କ ହାତମୁଠାରେ ଏହାକୁ ସର୍ବଦା ଦେଖିପାରିବେ । ଇଣ୍ଟରନେଟ ସଂଯୋଗ ଥିବା ମୋବାଇଲ ଫୋନ, ଟାବଲେଟ, ଲାପଟପ ଓ ଡେସ୍କଟପ ମାଧ୍ୟମରେ ଏହାକୁ ସର୍ବଦା ପଢିପାରିବେ ଏବଂ ଏହାର ସମସ୍ତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିବେ । ଏହାର ୱାର୍ଲ୍ଡ ୱାଇଡ ୱେବ ଡୋମିନ www.banamalli.org କୁ ଆପଣଙ୍କ ଡିଭାଇସ ବ୍ରାଉଜରରେ ଟାଇପ କରି ପରିଦର୍ଶନ କରିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଦେୟ ବା ଶୁଳ୍କ ପ୍ରଦାନ କରିବାକୁ ପଡି ନଥାଏ । ବଣମଲ୍ଲୀର ମହକ ଦ୍ଵାରା ପରିଚାଳିତ ଏହି ସମସ୍ତ ପ୍ରୟାସ ସଂପୂର୍ଣ୍ଣ ନିଃଶୁଳ୍କ ଅଟେ ।


ମୂଳପୃଷ୍ଠାକୁ ଫେରନ୍ତୁ