top of page
To test this feature, visit your live site.
Literature Club
Welcome! All individual writers and readers come together to share various literary topics in Odia.
Start Discussion
Share your new topic for live discussion
0Daily Writings
Share your recent poetry, story, prose, fiction & other articles
4
New Posts
- Daily Writingsଓଡିଶା ହେଉଛି ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାରେ ସମୃଦ୍ଧ ଏକ ରାଜ୍ୟ । ଓଡିଆ ସାହିତ୍ୟରେ ପ୍ରତିଭାବାନ ଲେଖକ, କବି ଏବଂ କଳାକାରମାନଙ୍କ ସୃଜନଶୀଳ କାର୍ଯ୍ୟକୁ ପ୍ରୋତ୍ସାହନ ତଥା ପ୍ରଦର୍ଶନ କରିବା କ୍ଷେତ୍ରରେ ସାହିତ୍ୟ ପତ୍ରିକାଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସାରସ୍ଵତ ପତ୍ରିକାଗୁଡ଼ିକ ସାହିତ୍ୟିକ ସୃଜନଶୀଳତାର ପରୀକ୍ଷଣ, ସମାଲୋଚନାମୂଳକ ବକ୍ତବ୍ୟ ଏବଂ ସାଂସ୍କୃତିକ ବିନିମୟ ପାଇଁ ବହୁ ଆବଶ୍ୟକୀୟ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଉଭୟ ଲେଖକ ତଥା ପାଠକମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିଥାଏ । ସାରସ୍ଵତ ସ୍ରଷ୍ଟାର କବିତା, କାଳ୍ପନିକ ଭାବନା ଏବଂ ସୃଜନଶୀଳ ସୃଷ୍ଟି ଧାରା ମଧ୍ୟରେ ମୂଲ୍ୟବୋଧଭିତ୍ତିକ ଚିନ୍ତାଧାରା ସୃଷ୍ଟି କରୁଥିବା ଲେଖାଗୁଡ଼ିକ ସମାଜକୁ ମାର୍ଗ ଦର୍ଶନ କରିଥାଏ । ବଣମଲ୍ଲୀର ମହକ ମାଧ୍ୟମରେ ପାଠକମାନେ ନୂତନ ଲେଖକ ଆବିଷ୍କାର କରିବା ସହିତ, ବିଭିନ୍ନ ଲେଖା ଶୈଳୀର ଅନୁସନ୍ଧାନ କରିପାରିବେ ଏବଂ ସମସାମୟିକ ସାହିତ୍ୟର ଧାରା ସହ ଜଡିତ ହେବା ସହିତ ନିଜର ସାହିତ୍ୟିକ ଦିଗକୁ ବିସ୍ତାର କରିପାରିବେ । ତେଣୁ ଆଜିର ବୈଜ୍ଞାନିକ ବିକାଶ ଧାରା ସହିତ ତାଳ ଦେଇ ଆମ ସାହିତ୍ୟର ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତାକୁ ଆମକୁ ଆଜି ବୁଝିବାକୁ ହେବ । ଓଡିଆ ସାହିତ୍ୟର ବୈଷୟିକ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଆମକୁ ଆହୁରି ଯତ୍ନବାନ ହେବାକୁ ପଡିବ । ଯେମିତିକି ଆମ ଉତ୍ତର ପିଢି ନିଜକୁ ଓଡିଆ ବୋଲି କହି ଗର୍ବରେ ଫାଟି ପଡୁଥିବ ।
- Daily Writingsଭାରି ମନେପଡେ... ଅତୀତର ସେଇ ମୂହୁର୍ତ୍ତ ମାନ, ପୁଣି ଆମ ପରାବର୍ତ୍ତ ହୃଦୟର ଅବ୍ୟକ୍ତ ସ୍ପନ୍ଦନ..॥ ତୁମେ କିନ୍ତୁ ଏଡେଇ ଚାଲିଥିଲ ପରମାର୍ଥ ତତ୍ଵଜ୍ଞ ମାନଙ୍କ ଉପହାସକୁ, ଆଉ ସମ୍ପର୍କର ସୂତାଖିଅରେ ଛନ୍ଦି ହୋଇ ଉଡି ଯାଉଥିଲେ ଆମେ ପରାର୍ଦ୍ଧ ଗଗନକୁ... ॥ କିନ୍ତୁ ସେଦିନ ହାତଠାରି କହୁଥିଲା ଜହ୍ନ ତା' ଦେହେ ବି ଅଛି କଳଙ୍କର ଚିହ୍ନ, ଏ ସମାଜର ଅନାତ୍ମତ୍ଵ ଜ୍ଵଳନରେ ଜଳିଯିବା ପୂର୍ବରୁ ବାଟଭାଙ୍ଗି ଚାଲିଯାଅ ଜୀଇଁବାକୁ ତୁମ ଦୁର୍ଲଭ ଜୀବନ... ॥
bottom of page