ଭାରି ମନେପଡେ...
ଅତୀତର ସେଇ ମୂହୁର୍ତ୍ତ ମାନ,
ପୁଣି ଆମ ପରାବର୍ତ୍ତ
ହୃଦୟର ଅବ୍ୟକ୍ତ ସ୍ପନ୍ଦନ..॥
ତୁମେ କିନ୍ତୁ ଏଡେଇ ଚାଲିଥିଲ
ପରମାର୍ଥ ତତ୍ଵଜ୍ଞ ମାନଙ୍କ ଉପହାସକୁ,
ଆଉ ସମ୍ପର୍କର ସୂତାଖିଅରେ ଛନ୍ଦି ହୋଇ
ଉଡି ଯାଉଥିଲେ ଆମେ ପରାର୍ଦ୍ଧ ଗଗନକୁ... ॥
କିନ୍ତୁ ସେଦିନ ହାତଠାରି କହୁଥିଲା ଜହ୍ନ
ତା' ଦେହେ ବି ଅଛି କଳଙ୍କର ଚିହ୍ନ,
ଏ ସମାଜର ଅନାତ୍ମତ୍ଵ ଜ୍ଵଳନରେ
ଜଳିଯିବା ପୂର୍ବରୁ ବାଟଭାଙ୍ଗି ଚାଲିଯାଅ
ଜୀଇଁବାକୁ ତୁମ ଦୁର୍ଲଭ ଜୀବନ... ॥