ଓଡିଶା ହେଉଛି ସାହିତ୍ୟ ଓ ସାଂସ୍କୃତିକ ପରମ୍ପରାରେ ସମୃଦ୍ଧ ଏକ ରାଜ୍ୟ । ଓଡିଆ ସାହିତ୍ୟରେ ପ୍ରତିଭାବାନ ଲେଖକ, କବି ଏବଂ କଳାକାରମାନଙ୍କ ସୃଜନଶୀଳ କାର୍ଯ୍ୟକୁ ପ୍ରୋତ୍ସାହନ ତଥା ପ୍ରଦର୍ଶନ କରିବା କ୍ଷେତ୍ରରେ ସାହିତ୍ୟ ପତ୍ରିକାଗୁଡିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସାରସ୍ଵତ ପତ୍ରିକାଗୁଡ଼ିକ ସାହିତ୍ୟିକ ସୃଜନଶୀଳତାର ପରୀକ୍ଷଣ, ସମାଲୋଚନାମୂଳକ ବକ୍ତବ୍ୟ ଏବଂ ସାଂସ୍କୃତିକ ବିନିମୟ ପାଇଁ ବହୁ ଆବଶ୍ୟକୀୟ କ୍ଷେତ୍ର ପ୍ରସ୍ତୁତ କରିଥାଏ । ଉଭୟ ଲେଖକ ତଥା ପାଠକମାନଙ୍କ ପାଇଁ ଅନେକ ସୁବିଧା ସୁଯୋଗ ପ୍ରଦାନ କରିଥାଏ । ସାରସ୍ଵତ ସ୍ରଷ୍ଟାର କବିତା, କାଳ୍ପନିକ ଭାବନା ଏବଂ ସୃଜନଶୀଳ ସୃଷ୍ଟି ଧାରା ମଧ୍ୟରେ ମୂଲ୍ୟବୋଧଭିତ୍ତିକ ଚିନ୍ତାଧାରା ସୃଷ୍ଟି କରୁଥିବା ଲେଖାଗୁଡ଼ିକ ସମାଜକୁ ମାର୍ଗ ଦର୍ଶନ କରିଥାଏ । ବଣମଲ୍ଲୀର ମହକ ମାଧ୍ୟମରେ ପାଠକମାନେ ନୂତନ ଲେଖକ ଆବିଷ୍କାର କରିବା ସହିତ, ବିଭିନ୍ନ ଲେଖା ଶୈଳୀର ଅନୁସନ୍ଧାନ କରିପାରିବେ ଏବଂ ସମସାମୟିକ ସାହିତ୍ୟର ଧାରା ସହ ଜଡିତ ହେବା ସହିତ ନିଜର ସାହିତ୍ୟିକ ଦିଗକୁ ବିସ୍ତାର କରିପାରିବେ ।
ତେଣୁ ଆଜିର ବୈଜ୍ଞାନିକ ବିକାଶ ଧାରା ସହିତ ତାଳ ଦେଇ ଆମ ସାହିତ୍ୟର ରୂପରେଖ ପ୍ରସ୍ତୁତ କରିବାର ଆବଶ୍ୟକତାକୁ ଆମକୁ ଆଜି ବୁଝିବାକୁ ହେବ । ଓଡିଆ ସାହିତ୍ୟର ବୈଷୟିକ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଆମକୁ ଆହୁରି ଯତ୍ନବାନ ହେବାକୁ ପଡିବ । ଯେମିତିକି ଆମ ଉତ୍ତର ପିଢି ନିଜକୁ ଓଡିଆ ବୋଲି କହି ଗର୍ବରେ ଫାଟି ପଡୁଥିବ ।
