ଅରୁକ୍ଷ କାବ୍ୟ ରୁ “ଗ” ଚମ୍ପୁ – ହେମନ୍ତ କୁମାର ବରାଇ

ରାଗ-ଖଣ୍ଡ କାମୋଦୀ-ଅବକାଶ

ଗ ଟି ଗମିଲଟି ବୋଲାଇ ସ୍ତୁତି
ଗ ରେ କନ୍ଦରେ ଦେଲା ପ୍ରତି-ଶ୍ରୁତି
ଗୌରୀଗୁରୁ-ପତି ମନ୍ଦିରେ ଗଲା
ଗୌରବେ ଦେବସ୍ତୁତି ବୋଲାଇଲା ାା୧ାା
ଗମିଲେ ଶ୍ରୀକଣ୍ଠ କଣ୍ଠ କୁ ବାରି
ଗ୍ଲାନି କାହାର କି ହୋଇଛି ଭାରୀ
ଗତି କି ଖୋଜିଣ ଗିରୀନ୍ଦ୍ରେ ଗତି
ଗୁରୁତା ଗଣ ଆସିଲେ ମୋ କତି ାା୨ାା
ଗରିଷ୍ଠ ରସରଙ୍ଗ କୁ ବହନ
ଗଣ୍ୟ-ଶୈଳବାସୀ ତେଜିଣ ତୂର୍ଣ୍ଣ
ଗୀର୍ଣ୍ଣ କି କରିବି ଛଳନା ମଣୁ
ଗିରୀଶ ବାମକରେ ଶିଶ୍ନ ଯେଣୁ ାା୩ାା
ଗିରିବାଳା-ପତି ସେ ରୂପ ଧରି
ଗୀର୍ବାଣ ଆଗେ ମନ୍ଦିରୁ ବାହାରି
ଗୋତ୍ରଭିଦ,ପବନ,ବୈଶ୍ୱାନର
ଗୀସ୍ପତି,ବରୁଣ,ଭାସ୍ୱତୀ ସୁର ାା୪ାା
ଗୋତ୍ରା ସହ ସର୍ବେ ଛନ୍ତି ବିଥିରେ
ଗ୍ଲାନି ଦେବଜାତି ସଂଘ ବୀଥିରେ
ଗ,କୁ,ତଳପୁରୁ ତ୍ରିଦିବଚାରୀ
ଗମିଛନ୍ତି ଏଠିକି କି ବିଚାରି ??୫??
ଗତି କି କାରଣେ ପୁଛନ୍ତେ କାହିଁ
ଗିର ଛଳେ ଆକ୍ରୋଶି ଗୌରୀ-ସାଇଁ
ଗୋଳିଆ କରି କଲ ରସଭଙ୍ଗ
ଗୋଳେ ଲଭିଥାନ୍ତ କାଳ ଉତ୍ସଙ୍ଗ ାା୬ାା
ଗଞଣା କଲେ ଯାହା ବାମଦେବ
ଗୀର୍ବାଣେ ହେଲେ ବିଦଗଧ ସର୍ବ
ଗୋତ୍ରା ବିଥିରେ ପୁନଃ ବିକଳିତ
ଗୋତ୍ରାବାସୀ ସଭୟେ ବିଚଳିତ ାା୭ାା
ଗୁଣପଟଳୀ ପୂଷା, ବିରୋଚନ
ଗନ୍ଧବହ ତେଜି ହେଲେ ବିମନ
ଗଦିତ ବିମର୍ଷ ବର୍ଣ୍ଣିବା ସାର
ଗରିମା ପରିହରି ହେଲେ ସ୍ଥିର ାା୮ାା
ଗୁଞନ ବଲ୍ଲକୀ ତେଜିଲେ ଅଳି
ଗାନ ତେଜିଣ ତୁନି ବଚ ଆଳି
ଗରିଷ୍ଠ ବି-ତାନ ସୁଖ ଦେବନ
ଗତାସୁ ପ୍ରାୟେ ବି-ରାଜି ମଉନ ାା୯ା
ଗୁଣଧାରୀ ପଶୁ ଜୀବାଦି ହାହା
ଗୁଣୋତ୍କର୍ଷ ତେଜି ସୁମନେ ତାହା
ଗୁଣାଭରଣ ସରିତ ସ୍ତବଧ
ଗଳିତ ଝରଣା ଶୀତ୍କାର ରୁଦ୍ଧ ାା୧୦ାା
ଗୀର୍ବାଣ ଜୀବାଦି ପ୍ରକ୍ରୁତି ତ୍ରାସ
ଗୋତ୍ରାଭିଦ ଚାହିଁ ବହି ସାହସ
ଗମ୍ଭୀରେ ବୋଇଲେ,ହେ ବାମଦେବ !
ଗମିଛୁ ଧରି କି ଦୁଃଖିତ ଭୂବ ାା୧୧ାା
ଗଣ୍ୟ ଦେବରାଷ୍ଟ୍ର ର ରାଷ୍ଟ୍ରପତି
ଗନ୍ତବ୍ୟ ହେଉ ଆମ୍ଭେ ସାର ଗତି
ଗୌରବ ଯାଉଛି ହେ ବିରୁପାକ୍ଷ !
ଗୀର୍ବାଣ ଗଣେ ଦୟାବହି ରକ୍ଷ ାା୧୨ାା


ଗ୍ରା/ପୋ-ରୁଷୁଡା, ବରଗଡ

ମନ୍ତବ୍ୟ ରଖନ୍ତୁ: