ହେ ନୀଳାଦ୍ରି ନାୟକ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେ କି ବୁଝିବ ଦୁଃଖୀ ର ଦୁଃଖ
ହେ ନୀଳାଦ୍ରି ନାୟକ
ବଡ଼ ଦେଉଳ ର ବଡ ଦିଅଁ ତୁମେ
ତୁମେ କି ଶୁଣିବ ଗରୀବ ଡାକ ।।

ଜରାଜୀର୍ଣ୍ଣ ମୋର ଭଙ୍ଗା କୁଡିଆ
ଦିନରେ ସୂରୁଯ ରାତିରେ ତାରା
ଦୀନ ଦାରିଦ୍ର୍ୟତା ଭରିଦେଲ ପୁଣି
ଦାଉ ସାଜଇ ମୋ ପେଟର ଭୋକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।

ଅସହ୍ୟ ଯନ୍ତ୍ରଣା ଦୁଃଖ ଆବର
ସହି ସହି ଏବେ ତୁଠ ପଥର
ଜୀବନ ଜଞ୍ଜାଳ ଭିତରେ ଏମିତି
କଟିଲାଣି ଆସି ଜୀବନ ଯାକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।

ତୁମ ଭରଷା ରେ ଚାଲିଲି ବାଟ
ଅଧାବାଟ ନେଇ ଛାଡ଼ିଲ ହାତ
ବାଟ ମଝିଟାରେ ହାତ ଛାଡ଼ିଦେଇ
କିଲାଭ ପାଇଲ କଳା ଶ୍ରୀମୁଖ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।

ମୋ ଫଟା କପାଳେ ନିଷ୍ଠୁର ବିହି
କି ଦୋଷେ ଅବା ସେ ଦେଇଛି ଲିହି
ଆଖି ଲୁହରେ ମୋ ଛାତି ଭିଜିଯାଏ
ଅଭାବେ ହଜଇ ବୁଦ୍ଧି ବିବେକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।

ତଥାପି ତୁମର ରଙ୍ଗା ପୟରେ
ମନ ପ୍ରାଣ ଢାଳି ସିଂହ ଦୁଆରେ
ହାତ ପାଦ ଯୋଡି ଡାକଇ ପ୍ରଫୁଲ୍ଲ
ଡାକ ଶୁଣ ବାରେ ବିଶ୍ବ ପାବକ
ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।।


ମଙ୍ଗଳାଯୋଡି, ଖୋରଧା

1 thought on “ହେ ନୀଳାଦ୍ରି ନାୟକ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର”

  1. ଆପଣଙ୍କ ବର୍ଣ୍ଣନା ଶୈଳୀ ଚମତ୍କାର,ନମସ୍କାର

ମନ୍ତବ୍ୟ ରଖନ୍ତୁ