ଅରୁକ୍ଷ କାବ୍ୟ ରୁ “ଜ” ଚମ୍ପୁ – ହେମନ୍ତ କୁମାର ବରାଇ

“ଜ” -ରାଗ- ପୁନଙ୍ଗ (ଆଡତାଳି)

ଜଗା କୁ ସମ୍ଭୁତ କରିବାକୁ ରେତ
ଘେନି ମନ୍ଦମନ୍ଦ କଷ୍ଟ ଜାତ,
ଜଙ୍ଗମ ବିଳାସ ସର୍ବାଙ୍ଗେ ବିଳାସ
ଅଥୟ ହୋଇଲେ ବୈଶ୍ୱାନର ାା୧ାା
ଜଡକୁ କ୍ରମଶଃ ଅଧମାଙ୍ଗ ବଶ
ଗତିକୁ କାରଣ ବାରଣାବିକାଶ,
ଜ୍ରୁମ୍ଭିତ ହୁଅନ୍ତେ ବୀର୍ଯଭାର ଯେତେ
ଶରବଣେ ଅଗ୍ନି ସୁସ୍ଥ ସ୍ଥିର ାା୨ାା
ଜୀବନ୍ର୍ମୁତ ମନ ମାରୁତ ଙ୍କୁ ଧ୍ୟାନ
ସଖା ପଣରେ ସ୍ମରିଲେ ହୁତାଶନ,
ଜୀବନ ବହିଲେ ବରେଣ୍ୟ ଅନଳେ
ମିଳି କି ହୋଇବେ ଶ୍ରେୟସ୍କର ାା୩ାା
ଜିଜ୍ଞାସୁ ମାରୁତ ସମ୍ମୁଖେ ତ୍ୱରିତ
ପାବକ ଅଛନ୍ତି ହୋଇ ଅଭିହତ,
ଜପିଲ ଗୋ ସଖା ଶ୍ରୀମୁଖ ଯେ ଥକା
ଏ ଭାବେ ସଂସାର ହେବ ଯୁର ାା୪ାା
ଜାଣ ସଖା ସମୀର ଶୁଣ ମୋର ଗୀର
ଶମ୍ଭୁ ରେତ ଭୀତି କୁ ହେଉଛି ଭାର,
ଜାତ ଯା ହୋଇଛି ତାପିତ କରୁଛି
ଉପାୟ ଚିନ୍ତା ହେଉ ସୁକର ାା୫ାା
ଜଗ ର ମଙ୍ଗଳ ସୁହାଗ ସକଳ
ଗିରିଜା ପତି ରେତେ ହୋଇଛି ଠୁଳ,
ଜାତୁଧାନ ନଷ୍ଟ ହୋଇବା ଅଭୀଷ୍ଟ
ପଣରେ ସେବାରେ ହୁଅ ଅଂଶୀଦାର ାା୬ାା
ଜଳ୍ପନା ମୋହର ରଖ ହେ ସମୀର
ଉପରୋଧ ଏକ ହେଉ ଅଙ୍ଗୀକାର,
ଜ ବୀର୍ଯ ବିଭବ ରୁ କିଛି ବହିବ
ମୋ ଶିରୁ ଯାଉ ଅଧେକ ଭାର ାା୭ାା
ଜାଣି ସମୀରଣ ସଖାଙ୍କର ମନ
ଯେ ବିପଦେ ହୁଅଇ ଭାବପ୍ରବଣ,
ଜୁଟାଇଣ ଶ୍ରଦ୍ଧା ସାହାଯ୍ୟ କୁ ସଦା
ବନ୍ଧୁ ସିନା ଯେ ଥାଏ ତତ୍ପର ାା୮ାା
ଜମାରୁ ବିବ୍ରତ ନହୁଅ ମାରୁତ
କହିଲେ ଭାଗ୍ୟେ ରେତ ହେବ ସେବିତ,
ଜାଗରଣ ବରି ସେ ରେତ ଆଧାରୀ
ହେବି ଛାଡ ଧୀରେ ମୋର ଶିର ାା୯ାା
ଜମାରୁ ବ୍ୟାକୁଳ ନହୁଅ ଅନଳ
ଛାଡ ରେତ ମୋ ଶିରେ କରି ନିଶ୍ଚଳ,
ଜନିତ ପୀଡନ ହେଲେ ତୁମ୍ଭେ ଜାଣ
କରିବି ଉପାୟ ବୈଶ୍ୱାନର ାା୧୦ାା
ଜ୍ୱଳନ ଏମନ୍ତ ଶୁଣନ୍ତେ ତ୍ରୁପତ
ହୋଇ ଧୀର ଧୀର ଛାଡିଦେଲେ ରେତ,
ଜୀବନ ଧରୁ ଧ- ରୁ ସତର୍କେ ଅଧ
ରେତ ପଡିଲା ଭୂମି ଉପର ାା୧୧ାା
ଜଗାର ରକ୍ଷକ ଇଚ୍ଛି ବାୟୁ ଏକ-
ଲା ସମୁଚିତ ସମୁଦ୍ୟତ ନିଛକ,
ଜୋଡ ନ ହୋଇଲା ବଳ ଭାର ଭଲା
ବେଳୁ ବେଳ ଅବଶ ସମୀର ାା୧୨ାା
ଜୀବନ ସମ୍ଭାଳି ଧରି ଦେଲେ ବୋଲି
ପ୍ରଭଞନ ନାମକୁ ପ୍ରତୀପ ଚାଲି,
ଜାଗରଣ ବଳ କରି ଅଙ୍ଗେ ମେଳ
ପହଞ୍ଚିଲେ ସେ ଜାହ୍ନବୀ ତୀର ାା୧୩ାା
ଜ୍ୟୋତିଃ ଗୁଣେ ସରି ଶରଚ୍ଚନ୍ଦ୍ର ପରି
ହୋଇଲାଣି ଏତ ମେରୁଠାରୁ ଭାରି,
ଜଟିଳ ମନରେ ଯାଉ ଯାଉ ଧୀରେ
ପହଞ୍ଚିଲେ ଯାଇ ଗଙ୍ଗା ତୀର ାା୧୪ାା


ଗ୍ରା/ପୋ-ରୁଷୁଡା, ବରଗଡ

ମନ୍ତବ୍ୟ ରଖନ୍ତୁ..