ବିଶ୍ଵ ପର୍ଯ୍ୟଟନରେ ମଙ୍ଗଳାଯୋଡି – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ସାହିତ୍ୟ ସହିତ ସମ୍ପର୍କ ଖୁବ ପିଲାବେଳୁ । ସାହିତ୍ୟ କ୍ଷେତ୍ରରେ ମୋର ପ୍ରଥମ ପ୍ରେରଣା ହେଉଛନ୍ତି ମୋର ସ୍ଵର୍ଗତ ପିତା । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା ବେଳେ ହୃଦୟକୁ ଖୁବ ବ୍ୟଥିତ କରିଥିବା ଏକ ଘଟଣାକୁ ନେଇ ମୋର ପ୍ରଥମ ସାରସ୍ଵତ ସୃଷ୍ଟି “ଅପରେସନ” ନାମରେ ଛୋଟ ଏକାଙ୍କିକାଟିଏ । ଦଶମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ଆଞ୍ଚଳିକ ସ୍ତରୀୟ ଗଳ୍ପ ଲିଖନ ପ୍ରତିଯୋଗିତାରେ ଶୀର୍ଷସ୍ଥାନ ହାସଲ କରି ଅତ୍ୟନ୍ତ ଅନୁପ୍ରାଣିତ ହୋଇ ସାରସ୍ଵତ ପ୍ରେମରେ ପଡିଯାଇଥିଲି । ଛୋଟ ଛୋଟ ଅନୁଭୂତିକୁ ନେଇ ଗଳ୍ପ ଓ ଭ୍ରମଣ କାହାଣୀ ଲେଖିବା ମୋର ସବୁଠୁ ବଡ ସଉକ ପାଲଟି ଯାଇଥିଲା ସେହିଦିନ ଠାରୁ । ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା କରୁଥିବା ସମୟରେ ରେଭେନ୍ସାଭିଆନ, ତୁଳସୀ, ସାୟଂତନ ଆଦି ବିଭିନ୍ନ ପତ୍ରପତ୍ରିକା ଗୁଡିକରେ ପ୍ରଥମ କରି ମୋର ଲେଖା ମାନ ପ୍ରକାଶିତ ହୋଇଥିଲା । ଭାଷା ସାହିତ୍ୟ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ନିମନ୍ତେ ଶାନ୍ତି ନିକେତନର ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସୁଧା ଆଗକୁ ବଢି ପାରିନଥିଲି । ହଠାତ ପିତାଙ୍କର ମୃତ୍ୟୁ ମୋର ଗତିପଥକୁ ବଦଳେଇ ଦେଇଥିଲା । ଖୁବ କମ ବଯସରୁ ପାରିବାରିକ ଚାପର ବୋଝକୁ ମୁଣ୍ଡେଇ ସାହିତ୍ୟ ଠାରୁ ଖୁବ ଦୂରକୁ ଠେଲି ହୋଇଯାଇଥିଲି ଦୀର୍ଘ ବର୍ଷ ପର୍ଯ୍ୟନ୍ତ । ଇତି ମଧ୍ୟରେ ଅନେକ ପୁରାତନ ଲେଖା ଗୁଡିକ ଅଦ୍ୟାବଧି ପାଣ୍ଡୁଲିପି ଆକାରରେ କିଛି ରହିଛି ଏବଂ କିଛି ମଧ୍ୟ ନଷ୍ଟ ହୋଇ ଯାଇଛି । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୭ ମସିହାରୁ ପୁନର୍ବାର ଲେଖା ଲେଖିରେ ମନୋନିବେଶ କରିଛି । ଏହି ସୀମିତ ସମୟର ପରିଧି ମଧ୍ୟରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଗୀତି କବିତା, ଆଧୁନିକ ଶୈଳୀର କବିତା ଏବଂ ଭ୍ରମଣ କାହାଣୀ ଓ କ୍ଷୁଦ୍ରଗଳ୍ପ କିଛି ରଚନା କରି ସାରିଛି । ତନ୍ମଧ୍ୟରୁ ଅନେକ ଗୁଡିଏ କବିତା ଓ କିଛି ଗଳ୍ପ ମଧ୍ୟ ଓଡିଶାର ଅନେକ ଦୈନିକ ଖବର କାଗଜ ତଥା ପତ୍ର ପତ୍ରିକା ମାନଙ୍କରେ ପୃଷ୍ଠା ମଣ୍ଡନ କରିସାରିଛି । ଏଯାବତ ମୋ ରଚିତ କୌଣସି ପୁସ୍ତକ ପ୍ରକାଶିତ ହୋଇନାହିଁ । ଆଶା ରଖିଛି ପଦ୍ୟ ସଂକଳନଟିଏ ପ୍ରକାଶ କରିବା ନିମନ୍ତେ । ସାଂପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଭାଷା ଓ ସାହିତ୍ୟ ସମ୍ପର୍କିତ ଛାପା ପତ୍ରିକାଟିଏ ବା ବହିଟିଏ ଆଗ୍ରହର ଦୃଷ୍ଟିକୋଣରୁ ଦୂରେଇ ଯାଉଥିବା ବେଳେ "ବଣମଲ୍ଲୀର ମହକ" ନାମରେ ଇ-ପତ୍ରିକାଟିଏ ପ୍ରତିଷ୍ଠା କରି ଓଡିଆ ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ଓ ବିକାଶ ଦିଗରେ ନିଜକୁ ସର୍ବଦା ନିଯୋଜିତ ରଖିବା ସହିତ ନିଜର ଲେଖା ଲେଖି ମଧ୍ୟ ଜାରି ରଖି ଆସୁଛି । ମଙ୍ଗଳାଯୋଡି, ଖୋରଧା, ଓଡିଶା ଦୂରଭାଷ : ୯୮୬୧୬୧୬୧୨୬

You may also like...

1 Response

  1. ବହୁତ୍ ସୁନ୍ଦର ତଥ୍ୟ . ଓଡିଶା ର ଗର୍ବ ଆଉ ଗୌରବ ମଂଗଳା ଯୋଡି

Leave a Reply

Your email address will not be published. Required fields are marked *