top of page

ବିଶ୍ଵ ବନ୍ଦିତା

Writer: Meenakshi PadhyMeenakshi Padhy

ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ

ମରତ ଭୁବନେ ଆଜି,

ମାଆ ସରସ୍ଵତୀ କରିଛନ୍ତି ବିଜେ

ବିଦ୍ୟା ଅଧିଷ୍ଠାତ୍ରୀ ସାଜି ।


ଶ୍ଵେତାମ୍ବରୀ ବୀଣା ବାଦିନୀ, ଆରୁଢ଼ା

ହଂସ ପୃଷ୍ଠେ ସୁଶୋଭିତା,

କମନୀୟ ରୂପ କାନ୍ତି ପଦ୍ମେସ୍ଥିତା

ହସ୍ତେ ପୁସ୍ତକ ରଞ୍ଜିତା ।


ବକ୍ଷ ସ୍ଥଳେ ମୋତି ଝଲସାଏ ଜ୍ୟୋତି

ବିଦ୍ୟା, ବୁଦ୍ଧିପ୍ରଦାୟିନୀ,

ତବ ଦିବ୍ୟ ଜ୍ଞାନ ଲଭିଲେ, ହୋଇବେ

ମହା ମୁର୍ଖ ମହା ଜ୍ଞାନୀ ।


ଘେନ ମୋ ପ୍ରଣତି ସାରଦା, ବରଦା

ଭକ୍ତି ପ୍ରିୟା ମହାଶ୍ୱେତା,

ସ୍ଥାବର, ଜଙ୍ଗମ, କୀଟ, ପ୍ରାଣୀ ନିତ୍ୟ

ବିଶ୍ଵ ଭୁବନ ବନ୍ଦିତା ।


ମୀନାକ୍ଷି ପାଢ଼ୀ

ଚିକିଟୀ ପେଣ୍ଠ, ଗଞ୍ଜାମ

ଦୂରଭାଷ - ୯୭୭୬୫୪୫୦୦୧

Comments

Rated 0 out of 5 stars.
No ratings yet

Add a rating*
bottom of page