ତୁଣ୍ଡକୁ ଅମୃତ
ପାଦପକୁ ସାର
ଚୁଲ୍ଲିକୁ ଜାଳେଣି ଯେ ଦେଉଛି ।
ଆଦରେ ତାହାକୁ
ନ ପାଳିବା କିଆଁ ?
ଘିଅ ଛେନା ସର ଯା'ଠୁ ପାଉଛି ?
ଜୀବନ କାଳରେ
ମାନବ ସେବାକୁ
ସାର ଧର୍ମ ଭାବି ଧରି ରଖିଚି।
ଶିଙ୍ଗରୁ କଣ୍ଢେଇ
ଚମଡ଼ାରୁ ବାଦ୍ୟ
ମଲା ପରେ ବି ଦେଇ ଯାଉଛି ।।
ମଞ୍ଚପୁରେ ରହି
କାମଧେନୁ ସମ
ମନ କଥା ବୁଝି ଖୁସି ଦେଉଛି ।
ଜଗତର ହିତେ
ଯାହାର ଆନନ୍ଦ
ତା'କୁ ପ୍ରଣାମ ପୂଜା ମୁଁ କରୁଛି ।।
ଦାଣ୍ଡ ଦୁଆରରେ
ବନ୍ଧା ହେଲେ ସିଏ
ଭୟ ବଳେ ରଡି ଛାଡି ଯାଉଛି ।
କହ୍ନେଇ ମନରେ
ବଳ ଦିଏ ବୋଲି
ନନ୍ଦ ଗୁହାଳ ଦାଣ୍ଡରେ ତୋଳିଛି ।।
ବିଜ୍ଞାନ କହୁଛି
ବାସ୍ତବ ଜୀବନ
ଗୋକୁଳ ସମ୍ପଦେ ଦୃଶ୍ୟ ହେଉଛି ।
ଅନୁଭବୀଟିଏ
ବଖାଣି ପାରିବେ
ରାଜା ଦିଲୀପ ସମ ଯେ ସେବା କରିଛି ।।
ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ
ଚିକିଟୀ ଗଡ଼, ଗଂଜାମ
ମୋ ନଂ - ୮୨୪୯୪୮୬୪୫୫
Comments