ନାଁ ଅଟେ ଆପଣାର ନାଁ ଅଛି ଅଧିକାର,
ନାଁ ଦେଇଛି ସିନ୍ଦୁର ନାଁ ଦିଶୁଛି ସୁନ୍ଦର,
ତଥାପି ମନ ମୋର ଖୋଜୁଛି ଅଠି ପହର ॥
ନାଁ ଦେଲି ଉପହାର ନାଁ କଲି ଉପକାର,
ନାଁ ଅଛି ଧନ ମୋର ନାଁ ଅଛି ମହଲ ମୋର,
ତଥାପି ମନ ମୋର ଖୋଜୁଛି ଅଠି ପହର ॥
ନାଁ ହେବୁ ରାଣୀ ମୋର ନାଁ ହେବି ରାଜା ତୋର,
ନାଁ ମୁହିଁ ସଂପର୍କର ନାଁ ମୁହିଁ ସୁଗୁଣର,
ତଥାପି ମନ ମୋର ଖୋଜୁଛି ଅଠି ପହର ॥
ନାଁ ସାଥି ଜୀବନର ନାଁ ସାଥି ମରଣର,
ନାଁ ସାଥି ବନ୍ଧୁତାର ନାଁ ସାଥି ବନ୍ଧନର,
ତଥାପି ମନ ମୋର ଖୋଜୁଛି ଅଠି ପହର ॥
ନାଁ ସଂଧ୍ୟା ସପନର ନାଁ ରବି ସକାଳର,
ନାଁ ରଙ୍ଗ ପୀରତିର ନାଁ ଫଗୁ ବସନ୍ତର,
ତଥାପି ମନ ମୋର ଖୋଜୁଛି ଅଠି ପହର ॥
ତଥାପି ମନ ମୋର ଖୋଜୁଛି ଅଠି ପହର ॥
ଆର୍ତ୍ତତ୍ରାଣ ଖୁର୍ଡିଆ
ବଙ୍କିଆ, ବୀ.ମା.ପୁର, ସୋନପୁର
Comentários