top of page

ମାଁ ମାଣିକେଶ୍ୱରୀ

Writer: Artatran KhurdiaArtatran Khurdia

ଅଧିଶ୍ୱରୀ ଅଟୁ ତୁହି କଳାହାଣ୍ତି

ତୋ ନାମେ ଉଡଇ ନେତ,

ଆଦିଶକ୍ତି କାତ୍ଯାୟନୀ ଭଇରବୀ

ନାମେ ପୁରପଲ୍ଲୀ ଖ୍ୟାତ ॥


ତୋଗୁଣ ଗାରିମା ସଙ୍ଗେ ତୋ ମହିମା

ଚଉଦିଗେ ତୋର ଆଖି,

ଦୁଃଖି, ରଙ୍କୀଙ୍କର ଅଟୁ ସହୋଦର

ତୁ ଅଟୁ ଧବଳମୁଖି ॥


ତୁହି ମାହେଶ୍ୱରୀ ତୁହି ଲଙ୍କେଶ୍ୱରୀ

ତୁହି ମହିଷାମର୍ଦ୍ଧିନୀ,

ତୁହି ଶାକମ୍ବରୀ ତୁହି ଖମ୍ବେଶ୍ୱରୀ

ତୁହି ଦୁଃଖ ନିବାରିଣୀ ॥


ତୁ ବିନ୍ଧ୍ୟବାସିନୀ ମନ୍ଦାର ମାଳିନୀ

କେତେକେତେ ତୋର ରୂପ,

ତୁହି ଠାବଦାତ୍ରୀ ତୁହି ରକ୍ଷାକର୍ତ୍ତ୍ରୀ

ଅସମ୍ଭାଳ ତୋର କୋପ ॥


ହୁଳ ହୁଳି ନାଦ ଭେରୀ ତୁରୀ ବାଦ

ରାଜରାସ୍ତେ କରୁ ନୃତ୍ୟ,

ତୁହି କ୍ଷମାମୟୀ ତୁହି ରକ୍ଷାମୟୀ

ଥରହର ସବୁ ଦୈତ୍ୟ ॥


ଆର୍ତ୍ତତ୍ରାଣ ଖୁର୍ଡିଆ

ବଙ୍କିଆ, ବୀ.ମା.ପୁର, ସୋନପୁର

Comments

Rated 0 out of 5 stars.
No ratings yet

Add a rating*
bottom of page