ମୋ ଭାଷା କେଡେ ସୁନ୍ଦର
କେଡେ ମଧୁରତା ହସ
ଓଡିଶା ଭୂଖଣ୍ଡେ ହୋଇଣ ଜନମ
କହି ଓଡ଼ିଆ ହୁଏ ଗର୍ବିତ ॥
ମାଆ ଠାରୁ ଶୁଣି ଶିଖିଛି
ବିଦ୍ୟାଳୟ ଦେଇଛି ଶୁଦ୍ଧତା
ଯେଉଁଠି ଥିଲେ ଯେମିତି ଥିଲେ
ମୋ ପାଇଁ ଶ୍ରେଷ୍ଠ ମୋ ଭାଷା ।।
କେତେ ଦୁର୍ଦ୍ଦିନ ଦେଖିଛି ମୋ ଭାଷା
ଲଢିଛି ସଂକଟ ଘଡିରେ
ତା ଫକୀର ତା ମଧୁସୁଦନ
ଟେକ ରଖିଲେ ମହୀର ।।
ଏପଟେ ବଙ୍ଗ ସେ ପଟେ ବିହାର
ଆନ୍ଧ୍ର ଆସୁଥିଲା ମାଡି
ଆଜିବି ବଙ୍ଗଭାଷା ଭାଷିଙ୍କ ସେ ଗୀର
ମନେପଡିଲେ ହୃଦୟ ଯାଏ ଚିରି ।।
ଧନ୍ୟ ମୋ ଜାତି ଲଢୁଆ ଜାତି
ପାଦେ କରେ ଦଣ୍ଡଵତ
ମୋ ଭାଷା ମୋ ମାଟିର ସୁରକ୍ଷା
ପାଇଁ ସଭିଏଁ ସଦା ସମର୍ପିତ ।।
କେତେକେଚେ ସାହିତ୍ୟ କାବ୍ୟ କବିତା
ଛୁଇଁଛି ସଭିଙ୍କ ହୃଦ
ଭଞ୍ଜ ସାହିତ୍ୟର ଅମଳିନ ଚିତ୍ର
ଆଜିଵି ଶୁଭେ ତା ନିନାଦ ।।
ବଳରାମ ଦାସଙ୍କ ଦାଣ୍ଡି ରାମାୟଣ
ଶୁଦ୍ରମୁନିଙ୍କ ମହାଭାରତ
ଭକ୍ତିରସଭରା ଜଗନ୍ନାଥ ଦାସ ଭାଗଵତ
ଘରେଘରେ ସେ ପରିଚିତ ।।
ଦୀନକୃଷ୍ଣଙ୍କ ରସ କଲ୍ଲୋଳ
ଥରେ ଯିଏ କରିଛି ପାନ
ସେ ରସର ଅମୃତ ପରସେ
ଧନ୍ୟ ହୋଇଛି ତାର ଜୀବନ ।।
ଗଙ୍ଗାଧରଙ୍କ ତପସ୍ବୀନି କାବ୍ୟ
ରାଧାନାଥଙ୍କ ନନ୍ଦୀକେଶ୍ବରୀ
ନାରୀ ଚରିତ୍ରର ଅମ୍ଳାନ ଚିତ୍ର
ହୃଦକୁ ନେଇଛି କିଣି ॥
କେତେ କେତେ ରଥି ଭାଷା ବିଷାରଦ
ମୋ ମାଟିର ଯୋଗ୍ୟ ପୁତା
ସାରା ବିଶ୍ବରେ ପିଟିଛନ୍ତି ଡିଣ୍ଡିମ
ସେପାଇଁ ମୋ ଭାଷା ଜଗତଜିତା ।।
ଜମ୍ବେଶ୍ଵରପୁର, ବାଲେଶ୍ଵର
ଦୁରଭାଷ - ୯୩୩୭୬୮୧୫୨୪
Comentarios