ଉତୁଙ୍ଗ ହିମାଳୟ ମସ୍ତକେ ଶୋଭିତ
ଗଙ୍ଗା ଗୋଦାଵରୀ ହୃଦେ ସମାହିତ
ସାଗର ନିଇତି କରେ ଚରଣ ବନ୍ଦନା
ଦେବଭୂମି ଏତ ନାହିଁ ଏହାର ତୁଳନା ।।୧।।
ଭିନ୍ନଭିନ୍ନ ଭାଷା ଭିନ୍ନଭିନ୍ନ ଭେକ
ସର୍ବଧର୍ମର ସମନ୍ନୟେ ହୃଦୟ ଏକ
କେମିତି ଭୂଲିବୁ ସେ ଅତୀତ
ବିଶ୍ବବୀର ଏଠି ହେଲେ ନତ ମସ୍ତକ ।।୨।।
ସାଧୁ ସନ୍ଥଙ୍କ ଏ ପବିତ୍ର ଭୂଇଁ
ଶୁଣିଥିଲା ସୃଷ୍ଟିର ପ୍ରଥମ ଝଙ୍କାର
ଆଦିକଵିଙ୍କ ରାମାୟଣ, ବେଦବ୍ୟାସ ମହାଭାରତ
ଅମୂଲ୍ୟ ଗ୍ରନ୍ଥ ସେ ମାନବ ଜାତିର ।।୩।।
ଯୁଗେ ଯୁଗେ ମାଆଟି ମୋର
ସହିଛି କେତେ ଯାତନା
ଦୁଇଶହ ବରଷର ବ୍ରିଟିଶ ଶାସନ
ସେ ଦୁଃଖ ହୃଦୁ ଲିଭେନା ।।୪।।
କେତେ ଝଡଝଞ୍ଜା କେତେ ସଂଗ୍ରାମେ
ମିଳିଲା ସ୍ବାଧୀନତା
ତ୍ୟାଗ ସଂଗ୍ରାମ ଵଳିଦାନର
ଅଭୁଲା ଅମର ଗାଥା ।।୫।।
ଦିକିଦିକି ଜଳୁଥିବା ପ୍ରଦୀପ ଶିଖା
ହେଲା ଆଲୋକ ବର୍ତ୍ତିକା
ତା ବାଜିଆ ତା ଭଗତ ତା ସୁବାଷ
ଦେଖାଇଲେ ନୂଆ ଦିଶା ।।୬।।
ଜୟୀ ରାଜଗୁରୁ, ସୁରେନ୍ଦ୍ର ସାଏ,
ବୀର୍ସା ମୁଣ୍ଡା, ବକ୍ସି ଜଗବନ୍ଧୁ ବିଦ୍ୟାଧର
ତା ଖୁଦିରାମ ତା ବୀର ବାଘାଯତୀନ କଥା
ମନେ ପଡେ ଆଜିର ଦିନର ।।୭।।
ସୁଜଳା ସୁଫଳା ଶସ୍ୟଶ୍ୟାମଳା
ସୂର୍ଣ୍ଣଗର୍ଭା ମୋ ମୂଲକ
ଲୁଟି ଚାଲିଲେ ଭାଙ୍ଗି ଚାଲିଲେ
ଧ୍ବଂସ ସ୍ତୁପ ହେଲା ମୋ ଦେଶ ।।୮।।
ଲାଲ ପଗଡି ଭାରିବୁଟ ତଳେ
ଜୀବନ ଥିଲା ଦୁର୍ବିସହ
ପରାଧୀନତାର ସେ ଦିନ ସ୍ମରଣେ
ଆଖିରୁ ଝରେ ଲୋତକ ।।୯।।
ପୁରେନା ପେଟ ଲୁଚେନା ଦେହ
ଜମିଦାର ସାହୁକାରଙ୍କ ନାଟ
ଫିରିଙ୍ଗଙ୍କ ଟୋଲି ଆଗରେ
ହୁଗୁଳେ ସବୁ ଫାଟକ ।।୧୦।।
କେତେ କେତେ ବୀର କେତେ ବୀରାଙ୍ଗନା
ହସିହସି ଦେଲେ ପରାଣ
ମାଟି ମାଆର ରଖିବାକୁ ଟେକ
ନୂଆଁଇଲେ ନାହିଁ ଶୀର ।।୧୧।।
ବିଦ୍ରୋହର ପ୍ରଜ୍ଜୋଳିତ ଶିଖା
ପୁରପଲ୍ଲୀ କଲା ଆଛାଦିତ
ପାଇକ ବିଦ୍ରୋହ,ସିପାହୀ ବିପ୍ଳବେ
ଦିଶିଲା ତାହାର ଛାପ ।।୧୨।।
ରକ୍ତର ଛିଟା ଆଜିବି ଦିଶେ
କାନେ ବାଜେ ଆର୍ତ୍ତଚିତ୍କାର
ଜାଲିଆନାଓ୍ବାଲା ବାଗ ହତ୍ୟା କାଣ୍ଡ
ଇତିହାସର କଳଙ୍କିତ ସ୍ବାକ୍ଷର ।।୧୩।।
ବର୍ବରତାର ଥିଲା ନମୁନା
ଇରମ ଗୁଳିକାଣ୍ଡ
ଏକୋଇଶ ଜଣ ହେଲେ ଶହୀଦ
ରକ୍ତରେ ଭିଜିଲା ଦାଣ୍ଡ ।।୧୪।।
ମହତପ୍ରାଣା ପରି ବେୱା
ଫିରିଙ୍ଗଙ୍କ ଗୁଳିରେ ଶିକାର
ନବ ଇତିହାସ ରଚିଲା
ପବିତ୍ର ଉତ୍କଳ ଭୂଇଁର ।।୧୫।।
ଗୋଟିଏ ନେତା ମହତ ଚିନ୍ତା
ସଂଗ୍ରାମର ମୂଳ
Comments