top of page

ମୁଁ ଯେ ଚାହିଁଅଛି ଚଉବାହାକୁ

Writer: Ranganath RathRanganath Rath

Updated: 3 hours ago

ମୁଁ ଯେ ଚାହିଁଅଛି ଚଉବାହାକୁ

ସେ ତ ଚଳାଏ ମୋ ଟିକି ନାଆକୁ

ହୃଦେ ଧ୍ୟାୟୀ ପଦପଙ୍କଜକୁ ତା'ର

ପାରି ହେବି ଭବ ସିନ୍ଧୁକୁ ॥୦॥


ହାତ ନାହିଁ ସିନା ଆହୁଲା ଚାଳୁଛି

ପାଦ ନାହିଁ ସାରା ବ୍ରହ୍ମାଣ୍ଡ ବୁଲୁଛି

ଯାହା ଦେଖେ ସବୁ ଅଟେ ତା'ର ଦାନ

ଆନନ୍ଦେ ଭରଇ ମନକୁ

ପାରି ହେବି ଭବ ସିନ୍ଧୁକୁ ॥୧॥


ଚକାଆଖି ଦୁଇ ନପଡ଼େ ପଲକ

ଟାଣୁଥାଏ ପାଶେ ନୁହଇ ଚୁମ୍ବକ

ରତ୍ନ ସିଂହାସନେ ଦେଖାଏ ଝଲକ

ଭାବ ଯୋଡ଼ିଦେବି ଚକାବଇଠିରେ

ପାରି ହେବି ଭବ ସିନ୍ଧୁକୁ ॥୨॥


ଏ ଦେହଟି ମୋର ନଉକା ତାହାର

ନାବିକ ହୋଇ ସେ ନେଉ ଯେଉଁ କୂଳ

ସେଇଟି ମୋହର ବୈକୁଣ୍ଠ ଭୁବନ

ତେଜିବି କି ଅହମିକାକୁ

ପାରି ହେବି ଭବ ସିନ୍ଧୁକୁ ॥୩॥


ରଙ୍ଗନାଥ ରଥ

ବରଗଡ ବ୍ରିଟ କଲୋନୀ, ବୁବନେଶ୍ଵର

ଦୂରଭାଷ - ୯୮୬୧୦୩୧୨୨୭

Comments

Rated 0 out of 5 stars.
No ratings yet

Add a rating*
bottom of page