top of page

ପାଇଗଲି କବି ମୂଲ

Writer: Tara Prasad JenaTara Prasad Jena

ଭାବିଥିଲି ଦିନେ ମନ ଆକାଶରେ

ଫୁଟାଇବି ତାରା ଫୁଲ

କେହି ନକହିଲେ ବି ତୁମେ କହିଦେବ

କବି ପ୍ରିୟ ମୋର ଭଲ

ଭାବିଥିଲି ଦିନେ ମନ ଆକାଶରେ.... ! ୦ !


ଭସା ବାଦଲରେ ହସ ଉକୁଟିବ

ଅନୁଗାମୀ ତୋଫା ଜହ୍ନ

ବାଙ୍କ ଚାହାଣିରେ ତୁମ କାହାଣୀକୁ

ଲେଖିଦେବି ଓଠେ ଚିହ୍ନ

ସରମରେ ତୁମେ ନରମୀ ଗୋ ଯିବ

ଆଉଜି ମୋ ଛାତି ଗେଲ

ଭାବିଥିଲି ଦିନେ ମନ ଆକାଶରେ.... ! ୧ !


ମାୟାଧର 'ଧୂପ' ତୁମେ ଚିତ୍ରଲେଖା

ଅଳସର ହେମ ଗୋରୀ

ପ୍ରଣୟର ରଙ୍ଗ ଫିକା ପଡ଼ିବନି

କରିଦେଲ ଚୁକ୍ତି ଭାରି,

ଜୀବନ ମୋ ଧନ୍ୟ ହୋଇଗଲା ସତେ

ପାଇଗଲି କବି ମୂଲ

ଭାବିଥିଲି ଦିନେ ମନ ଆକାଶରେ.... ! ୨ !


ରାଜ ରଣପୁର, ଜିଲ୍ଲା-ନୟାଗଡ଼,

ଦୂରଭାଷ- ୯୩୪୮୦୫୪୩୦୦

댓글

별점 5점 중 0점을 주었습니다.
등록된 평점 없음

평점 추가*
bottom of page