top of page

ସେ ଜାଳିବ ଆମେ ଜଳିବା

Writer: Ranjan Kumar BrahmaRanjan Kumar Brahma

ଆଜି ଜଙ୍ଗଲ ଜଳୁଛି ଦୁନିଆ ଦେଖୁଛି

ଚକିତ ଆମେରିକାବାସୀ ।

ବେଳୁ ସାବଧାନ ନ ହୋଇପାରିଲେ

ଜଳିବ ଆମରି ଛାତି ।।

ଜଳି ଜଳି ବନ ବାରତା ଦେଉଛି

ଅତିଷ୍ଠ ମଣିଷ ଗୁଣେ ।

ପଲିଥିନ ମୋହ ନ ଛାଡି ପାରିଲେ

ଜଳିବା ଆସନ୍ତା ଦିନେ ।।

ଦାଣ୍ଡ ବାରି ପକ୍କା ସିମେଣ୍ଟ ଶିଳା ରାସ୍ତା

ସହାୟ ହେବେନି କେହି ।

ଗଛ କାଟିଅଛେ ପଡିଆ କରିଛେ

ଜାଳିବ ସେପରି ସେଇ ।।

ପାଦପ ଲଗାଅ ଯତନଟି ନିଅ

ଲାଗିଥିବା ଜଙ୍ଗଲର ।

ଉପଯୁକ୍ତ ଯଜ୍ଞ ବିଶ୍ଵପାଇଁ ହେବ

ପାଇବା ପ୍ରକୃତ ବର ।।

ସମୁଦ୍ର ଜଗିବ ମାଟି ପାଣି ଥିବ

ଜୀବ ଜଗତର ପାଇଁ ।

ଦେବତାଙ୍କ ସମ ସାନ୍ନିଧ୍ୟ ପାଇବା

ଜୀବ ଥିବ ଯେତେଯାଇଁ ।।

ଅଶାନ୍ତ ପୃଥିବୀ ଅଶାନ୍ତ ପ୍ରକୃତି

ଅଶାନ୍ତି ମଣିଷ ଜାତି ।

ଜାଳି ପୋଡି ଦେବ ଭସାଇ ଚାଲିବ

ଆସୁଛି ଏବେ ସମାପ୍ତି ।।


ରଞ୍ଜନ କୁମାର ବ୍ରହ୍ମା

ଚିକିଟୀ ଗଡ଼, ଗଞ୍ଜାମ

ଦୂରଭାଷ - ୮୨୪୯୪୮୬୪୫୫

Comentarios

Obtuvo 0 de 5 estrellas.
Aún no hay calificaciones

Agrega una calificación*
bottom of page