ନଟରାଜ ଓ ଅମିନେଶ ଦୁଇ ସାଙ୍ଗ । ନଟରାଜ ଆସ୍ତିକ, ଅମିନେଶ ନାସ୍ତିକ । ନଟରାଜ ବହୁ ଚେଷ୍ଟା କଲା ଅମିନେଶକୁ ଆସ୍ତିକ ହେବାକୁ । ସବୁ ବୃଥା ହେଲା । ଏମିତି ବି ଅମିନେଶ ଜଣେ ଭଲ ମଣିଷ । ନଟରାଜ ସବୁ ସମୟରେ ଈଶ୍ୱରଙ୍କ କଥା ଅମିନେଶକୁ କୁହେ । ସେ ସବୁ ଶୁଣେ କିନ୍ତୁ ନୀରବ ରୁହେ । ନଟରାଜ ଯେତେବେଳେ ଜାଣିଲା ଯେ ସେ ଯେତେଚେଷ୍ଟା କଲେ ବି ଅମିନେଶକୁ ଆସ୍ତିକ କରିପାରିବ ନାହିଁ, ସେ ଭାଙ୍ଗିପଡ଼ିଲା । ନାଟରାଜର ଅନେକ ସାଧୁସନ୍ଥଙ୍କ ସହ ଚିନ୍ହା ପରିଚୟ ଥିଲା । ଦିନେ ସେ ଅମିନେଶକୁ ସଙ୍ଗରେ ନେଇ ଜଣେ ସାଧୁଙ୍କ ନିକଟକୁ ଗଲା । ବହୁସମୟ ସାଧୁଙ୍କ ସହ କଥା ହୋଇ ଅମିନେଶ ବିଷୟରେ ସାଧୁଙ୍କୁ ସମସ୍ତ କଥା କହିଲା । ସାଧୁ ସମସ୍ତ କଥା ନଟରାଜ ଠାରୁ ଶୁଣିଲାପରେ ଅମିନେଶକୁ ବହୁ ସମୟ ଚାହିଁ ନୀରବ ରହିଲେ । କିଛିସମୟପରେ ନାଟରାଜକୁ କହିଲେ, ମୁଁ ତୁମ ସାଙ୍ଗଙ୍କୁ ଆସ୍ତିକ ହେବା ପାଇଁ ଚେଷ୍ଟା କରିବି । ଅମିନେଶକୁ ନମସ୍କାର କରି, ନାଟରାଜକୁ କହିଲେ ଆଉ କେବେ ସାଙ୍ଗଙ୍କୁ ଆଣି ଆସ । ସାଧୁଙ୍କର ଅମିନେଶକୁ ନମସ୍କାର କରିବା ଦେଖି ନଟରାଜ ଯେତିକି ଆଶ୍ଚର୍ଯ୍ୟ ହେଲା ତା'ଠାରୁ ଅଧିକ ଆଶ୍ଚର୍ଯ୍ୟ ହେଲା ଅନିମେଷ ।
ଦିନେ ଅମିନେଶ ଗାଁ ଛାଡି କୁଆଡେ ଚାଲିଗଲା । ତା ଘରଲୋକ ବନ୍ଧୁବାନ୍ଧବ ଅନେକ ଖୋଜିଲେ କିଛି ଲାଭ ହେଲାନାହିଁ । ନଟରାଜ ସବୁଠାରୁ ଅଧିକ ଖୋଜିଲା । ଅନେକ ବର୍ଷ ବି ଖୋଜିଲା ଅନିମେଷକୁ ପାଇଲା ନାହିଁ । ଏଇ ଭିତରେ କିଛି ବର୍ଷ ବିତିଯାଇଛି । ଧୀରେ ଧୀରେ ସମସ୍ତେ ଅନିମେଷକୁ ଭୁଲିଗଲେ କେବଳ ନାଟରାଜକୁ ଛାଡି । ଏମିତି ବି ଦିନ ଆସିଲା ନଟରାଜ ବି ଅନିମେଷକୁ ଭୁଲିଗଲା । ଦିନେ ପାଖ ଗାଁ କୁ ନଟରାଜ ଯାଇଥିଲା ତା ବ୍ୟବସାୟୀ ବନ୍ଧୁ ବିନୋଦ ସହ କିଛି କଥା ହେବାପାଇଁ । ଫେରିଲା ବାଟରେ ଅଚାନକ ବର୍ଷା ପବନ ମାଡି ଆସିଲା । ମୁଣ୍ଡ ଗୁଞ୍ଜିବା ପାଇଁ କିଛି ଜାଗା ନପାଇ ବହୁଦୂରରେ ଦେଖିଲା ଗୋଟେ ଚାଳଘର । ଶୀଘ୍ର ସେଠାରେ ପହଞ୍ଚି ଦୁଆର ଖଟ ଖଟ କରିଲା । ସାଧୁ ଜଣେ କବାଟ ଖୋଲି ଭିତରକୁ ଡାକିଲେ । ବର୍ଷା ପବନରେ ଚାରିଆଡ ଅନ୍ଧାର ଘୋଟି ଆସିଲାଣି । ସାଧୁ ପ୍ରଦୀପଟେ ଲଗାଇ ଆଣିଲେ । ଦୀପ ଆଲୁଅରେ ସାଧୁଙ୍କୁ ଦେଖି ତା ମନରେ ସନ୍ଦେହ ଆସିଲା । ସେ ସାଧୁଙ୍କୁ ପଚାରିଦେଲେ ଆପଣ ଅନିମେଷ...। ସାଧୁ କଣ୍ଠ ସ୍ୱରରୁ ଜାଣି କହିପକାଇଲେ ଆପଣ ନଟରାଜ... ହଁ ହଁ ମୁଁ ନଟରାଜ ତୁମେ ଅନିମେଷ ତ ! ଆଖିରୁ ଲୁହଧାର ବୋହିଗଲା ନାଟରାଜର । ପଚାରିଲେ ଅନିମେଷ ତୁ ଏତେଦିନ କୁଆଡେ ଚାଲିଗଲୁ ? ତୋ ଘର ଲୋକ ମୁଁ କେତେ ଖୋଜିଲୁ, ଅନେକ ବର୍ଷ ମୁଁ ତୋତେ ଖୋଜିଲି ନିରାଶ ହୋଇ ରହିଲି । ତୁ କହ ତୁ କୁଆଡେ ଚାଇଥିଲୁ, ଆଉ ଏଠି ଆସି କିପରି ରହିଲୁ ?
ନଟରାଜ ତୋର ମନେ ଅଛି ଆମେ ଜଣେ ସାଧୁ ମହାରାଜଙ୍କ ପାଖକୁ ଯାଇଥିଲେ । ହଁ ହଁ ମୋର ମନେ ଅଛି ମୁଁ ପରା ତୋତେ ସଙ୍ଗରେ ନେଇ ଯାଇଥିଲି । ଆଉ ତୋର ମନେ ଅଛି ସେ ସାଧୁ ମହାରାଜ ମୋତେ ନମସ୍କାର କରିଥିଲେ । ହଁ ହଁ ମୋର ସବୁ ମନେଅଛି । ହେଲେ ତୁ କୁଆଡେ ଚାଲିଗଲୁ ? ଅନିମେଷ କହିଲା ସାଧୁ ମହାରାଜଙ୍କ ନମସ୍କାର ମୋତେ ଗାଁ ଛାଡି ହିମାଳୟ ନେଇଗଲା । ତା'ପରେ ସେଠାରେ ଅନେକ ଦିନ ସାଧୂସନ୍ଥଙ୍କ ଗହଣରେ ରହିଲା ପରେ ଜୀବନକୁ କିଛି ମାତ୍ରାରେ ବୁଝିପାରିଲି । ତା'ପରେ ମୁଁ ଏଠାକୁ ଆସି ଆଶ୍ରମ କରି ରହୁଛି । ଆଜି ମୁଁ ଯାହା ହୋଇଛି କେବଳ ତୋ ପାଇଁ । ମୁଁ ତୋ ନିକଟରେ ଋଣୀ । ନଟରାଜ କହିଲା ତୁ ଗାଁ କୁ ଫେରିଚାଲ । ତୋ ଘରେ ସମସ୍ତେ ଦୁଃଖରେ ଅଛନ୍ତି । ତୁ ଏଇ ବଣ ଜଙ୍ଗଲ ଘେରା ନିର୍ଜନ ଜାଗାରେ ରହି କଣ ସୁଖ ପାଇବୁ ? ଅନିମେଷ ହସିଦେଇ କହିଲା ସୁଖର ପରିଭାଷା କୌଣସି ସ୍ଥାନ କାଳ ପାତ୍ର ଉପରେ ନିର୍ଭର କରେନା । ତାହା ବ୍ୟକ୍ତି ଚେତନାରେ ସୃଷ୍ଟିର ଆରମ୍ଭରୁ ଈଶ୍ୱର ପ୍ରତ୍ୟକ ମଣିଷକୁ ଦେଇଛନ୍ତି । ମଣିଷ ତା ବୁଝିପାରେନା ତେଣୁ ସେ ସଦାବେଳେ କୁହେ I want peace. ଏତିକି ପାଇଁ ସେ ସାରାଜୀବନ ଅଶାନ୍ତିରେ ରୁହେ । ସୁଖ ହେଉବା ଶାନ୍ତି ହେଉ ଯାହା ତା ଭିତରେ ଅଛି ତା'କୁ ସେ ନିଜ ଅହଂକାରରେ ଭୁଲିଯାଏ । ଆଇ (I) ଅର୍ଥ ଅହଂକାର । Want ଅର୍ଥ ଦାବି ବା demand. ଯଦି I want କୁ ବାଦ ଦେବୁ କେବଳ peace (ଶାନ୍ତି) ହିଁ ରହିବ । ଶୁଣ ନଟରାଜ ଯାହା ଜୀବନରେ ଯେତିକି ଅପ୍ରାଶ୍ୟତ ସାଫଲ୍ୟ ଆସେ ତାହା ସମ୍ଭବ ହୋଇଥାଏ ବହୁ ଶକ୍ତିର ସମାହାର ଯୋଗେ, ଅଥଚ ଅହଂ ସମସ୍ତ ଶକ୍ତିର କୃତ୍ତିକୁ ଆତ୍ମସାତ କରିନିଏ । ସତ୍ୟର ଦୁଇଟି ଦିଗ । ପ୍ରଥମ- ଆମ ଦୃଷ୍ଟିରେ ଜଣେ ଯାହା ସେ ଆଧ୍ୟାତ୍ମିକ ଦୃଷ୍ଟିରୁ ତାହାଠୁ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । ଦ୍ଵିତୀୟ - ଆଧ୍ୟାତ୍ମିକ ଆଲୋକ ଜଣଙ୍କ ସତ୍ତାର ଯେକୌଣସି ଅଂଶକୁ ଅବଲମ୍ବନ କରି ତା ଚେତନାକୁ ଉଦ୍ଭାସିତ କରିପାରେ । ଏପରିକି ଜଣକର ତଥାକଥିତ ବୁଦ୍ଧିହୀନତା ତା ପାଇଁ ଜ୍ଞାନର ପ୍ରବେଶ ପଥ ହୋଇପାରେ । ଭକ୍ତର ବ୍ୟକ୍ତିଗତ ବ୍ୟାକୁଳତା ଓ ବିଶ୍ୱାସ ହିଁ ଈଶ୍ୱରଙ୍କ ସହ ତା'ର ସମ୍ପର୍କର ସୂତ୍ର । ଈଶ୍ୱର ହିଁ ତେଣିକି ସେ ସମ୍ପର୍କର ସୁରକ୍ଷକ । ଆଶାକରୁଛି ତୁ ସୁଖର ସ୍ୱରୂପକୁ ଠିକ ରୂପେ ବୁଝିପାରିଥିବୁ । ସେଦିନ ରାତ୍ରୀ ନଟରାଜ ଅମିନେଶ ପାଖେ ରହି ତାପର ଦିନ ଗାଁ ଅଭିମୁଖେ ବାହାରି ଗଲା । ବାଟରେ ଚାଲୁ ଚାଲୁ ଭାବୁଥିଲା କିସ ପୁଣି ଦେଖା ନଯାଏ ବଞ୍ଚିଥିଲେ ଜୀବନେ ।
ବିରଞ୍ଚି ନାରାୟଣ ମିଶ୍ର
ମଲ୍ଲୀପୁର, ନିଆଳ, ଖୋର୍ଦ୍ଧା
ଦୂରଭାଷ : ୯୪୩୯୦୧୧୦୬୩
コメント