ମାଲିକର ବାହୁବନ୍ଧନରେ ଶ୍ଵାନ ଶାବକର ନିରୀହ ଚାହାଣି ସୂଚାଇ ଦେଉଛି.....
ହେ ମୋର ରକ୍ଷାକର୍ତ୍ତା, ପ୍ରାଣକର୍ତ୍ତା ପ୍ରଭୁ ସ୍ୱାମୀ ମୋର । ଅନ୍ଧକାରରୁ ବାହାରି ଆସି ଆଲୋକର ଆଶୀର୍ବାଦ ନିଅ । କେତେଦିନ ଅନ୍ଧକାରରେ ବୁଡ଼ି ରହିଥିବ । ଦିନେ ଖୁଵ ନିକଟରେ ଥିବା ଆଲୋକ ନିଶ୍ଚିହ୍ନ ହୋଇଯିବ ଅନ୍ଧକାର ଛାୟାରେ। ଗଭୀର ଆତ୍ମବିଶ୍ୱାସ ତୁମର ଭ୍ରମାତ୍ମକ ହୋଇଯିବ। ମୁଁ ବଡ଼ ହୋଇଯିବି । ପଶୁ ସୁଲଭତା ମୋର ଜାଗ୍ରତ ହେବ। ସେତେବେଳେ ଏ ସ୍ନେହ ତୁମର ରହିବ ତ....???? ନରହିଲେ ଯନ୍ତ୍ରଣା ମୁଁ ପାଇବି।
-ତୁମ ଭଲପାଇବା ଟା କଣ ସତରେ ସତ୍ୟ ?
-ହଁ ସତ୍ୟ......
-ଶ୍ମଶାନ ସତ୍ୟ ଵୋଲି ସେ କଣ ମନ୍ଦିରରେ ସ୍ଥାନ ପାଇବ କି ?
ତୁମେ ଯେପର୍ଯ୍ୟନ୍ତ ଏମିତି ଗଭୀର ନିଦ୍ରାରେ ଥିବ ତୁମ ସବୁ ଭଲପାଇବା ତମସାଛନ୍ନ ହୋଇ ରହିଥିବ। ଏପରି ଭଲପାଇବା ତୁମ ଦୁଃଖର କାରଣ ହେବ।
ବିରଞ୍ଚି ନାରାୟଣ ମିଶ୍ର
ଭୁବନେଶ୍ୱର
ବୃହତ୍ତର ଭାବନା, ଲେଖକଙ୍କୁ ଧନ୍ୟବାଦ ।