ସାହିତ୍ୟର ସମୃଦ୍ଧି ପଥରେ ଓଡିଶାର ବିଭିନ୍ନ ମୁଦ୍ରିତ ପତ୍ର-ପତ୍ରିକା

ସାହିତ୍ୟର ସମୃଦ୍ଧି ଓ ବିକାଶ ଦିଗରେ ପତ୍ର-ପତ୍ରିକା ଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ସାହିତ୍ୟକୁ ଉଚିତ ମାର୍ଗରେ ପରିଚାଳିତ କରିବା ସହ ବିଭିନ୍ନ ସାରସ୍ଵତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ ପତ୍ର-ପତ୍ରିକା ଗୁଡିକର ନିଃସ୍ଵାର୍ଥପର ଉଦ୍ୟମକୁ କେବେହେଲେ ଏଡେଇ ଦିଆଯାଇ ନପାରେ । ସମାଜକୁ ସଦାସର୍ବଦା ଏମାନେ ଦିଗଦର୍ଶନ ଦେଇ ଆସିଥାନ୍ତି । ସାମଗ୍ରିକ ଦୃଷ୍ଟିକୋଣରୁ ବିଚାର କଲେ ପତ୍ର-ପତ୍ରିକା ଗୁଡିକୁ କଦାପି ଅବହେଳା କରାଯାଇ ନପାରେ । ଏହି ପତ୍ର-ପତ୍ରିକା ଗୁଡିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ନିମନ୍ତେ ଗୁରୁ ଦାୟିତ୍ଵ । ଏହି ପରିପ୍ରେକ୍ଷୀରେ ଓଡିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ବିଭିନ୍ନ ସାହିତ୍ୟ ପତ୍ରିକା ଗୁଡିକର ବିବରଣୀ ଓ ଠିକଣା ଗୁଡିକୁ ବଣମଲ୍ଲୀର ମହକ ୱେବପୋର୍ଟାଲ ମାଧ୍ୟମରେ ଉପସ୍ଥାପିତ କରିବାର ପ୍ରୟାସ କରାଯାଇଅଛି । ଆଜିର ଇଣ୍ଟରନେଟ ଯୁଗରେ ମୋବାଇଲ, ଟାବଲେଟ, କମ୍ପୁଟର, ଲାପଟପ ଆଦିରେ ପଢିବାର ସଉକ ଯୁବପିଢୀ ମାନଙ୍କ ନିକଟରେ ବହୁଳ ମାତ୍ରାରେ ଦେଖାଯାଉଛି । କିନ୍ତୁ ଛପା ପତ୍ରିକାର ସ୍ଵାଦ ଯେ ଟିକେ ନିଆରା, ଏକଥା ଆମ ସମସ୍ତଙ୍କୁ ହୃଦୟଙ୍ଗମ କରିବାକୁ ହେବ । ଯେକୌଣସି ଲେଖକ ଲେଖିକା ନିଜେ ସେମାନଙ୍କ ଲେଖା ଗୁଡିକୁ ସିଧାସଳଖ ନିମ୍ନ ତାଲିକାଭୁକ୍ତ ପତ୍ର-ପତ୍ରିକା ଗୁଡିକୁ ପଠାଇ ପାରିବେ । ଓଡିଆ ସାହିତ୍ୟର ସମୃଦ୍ଧି ଦିଗରେ ବିଭିନ୍ନ ସାହିତ୍ୟିକ ମାନଙ୍କ ଦ୍ଵାରା ସ୍ଵତନ୍ତ୍ର ଏବଂ ନିଃସ୍ଵାର୍ଥପର ଉଦ୍ୟମ ନିମନ୍ତେ ବଣମଲ୍ଲୀର ମହକ କୃତଜ୍ଞତା ଜ୍ଞାପନ କରୁଛି । ବନ୍ଦେ ଉତ୍କଳ ଜନନୀ ।


ଓଡ୍ରଭାଷା

ପତ୍ରିକାର ନାମ: ଓଡ୍ରଭାଷା
ପ୍ରକାଶନ ସମୟ: ମାସିକ
ପ୍ରତିଷ୍ଠା ବର୍ଷ: ୨୦୦୧ ମସିହା
ସମ୍ପାଦକ: ଚିନ୍ମୟ ରଞ୍ଜନ ମିଶ୍ର


ଠିକଣା: ପିତ୍ତଳ, ଗଞ୍ଜାମ
ଦୂରଭାଷ: ୯୪୩୯୪୦୭୧୮୯
ଇମେଲ: mishrachinmaya9@gmail.com


ଏହାର ଡିଜିଟାଲ କପି ପଢିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ

ସ୍ଵାଗତିକା

ପତ୍ରିକାର ନାମ: ସ୍ଵାଗତିକା
ପ୍ରକାଶନ ସମୟ: ବାର୍ଷିକ (କବିତା ସଙ୍କଳନ)
ପ୍ରତିଷ୍ଠା ବର୍ଷ: ୨୦୦୪ ମସିହା
ସମ୍ପାଦକ: ନିଶିକାନ୍ତ କହଲସିଂହ


ଠିକଣା: ଲୋକିପୁର, ବେଗୁନିଆ, ଖୋରଧା
ଦୂରଭାଷ: ୯୯୩୭୯୫୩୫୨୬
ଇମେଲ: swagatika.nishikanta@gmail.com


ଏହାର ଡିଜିଟାଲ କପି ପଢିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ

ସପ୍ତଫେଣୀ

ପତ୍ରିକାର ନାମ: ସପ୍ତଫେଣୀ
ପ୍ରକାଶନ ସମୟ: ଷାଣ୍ମାସିକ (କବିତା ସଙ୍କଳନ)
ପ୍ରତିଷ୍ଠା ବର୍ଷ: ୧୯୯୨ ମସିହା
ସମ୍ପାଦକ: ଗୋପୀନାଥ ଦାଶ


ଠିକଣା: ବ୍ରାହ୍ମଣ କୁଶଡିହ, ଆଙ୍କୁଲାଚଟି, ଖୋରଧା
ଦୂରଭାଷ: ୮୦୧୮୮୮୧୪୧୧
ଇମେଲ: NA


ଏହାର ଡିଜିଟାଲ କପି ପଢିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ

ପ୍ରେମ

ପତ୍ରିକାର ନାମ: ପ୍ରେମ
ପ୍ରକାଶନ ସମୟ: ତ୍ରୟମାସିକ
ପ୍ରତିଷ୍ଠା ବର୍ଷ: ୨୦୧୮ ମସିହା
ସମ୍ପାଦକ: ଲକ୍ଷ୍ମଣ କୁମାର ବେହେରା


ଠିକଣା: କବି କୁଟୀର, ଦଣ୍ଡାସିଂହା, ବାରକୋଟ, ଦେବଗଡ
ଦୂରଭାଷ: ୯୬୬୮୨୪୨୭୨୦
ଇମେଲ: premamagazine@gmail.com


ଏହାର ଡିଜିଟାଲ କପି ପଢିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ

ପୂଣ୍ୟତୋୟା ଜାହ୍ନବୀ

ପତ୍ରିକାର ନାମ: ପୂଣ୍ୟତୋୟା ଜାହ୍ନବୀ
ପ୍ରକାଶନ ସମୟ: ତ୍ରୟମାସିକ
ପ୍ରତିଷ୍ଠା ବର୍ଷ: ୨୦୧୭ ମସିହା
ମୁଖ୍ୟ ସମ୍ପାଦିକା: ରୀତା ଅପରାଜିତା ମହାନ୍ତି


ଠିକଣା: ଗଙ୍ଗୋତ୍ରୀ ନଗର, ଲେନ-୩, ଭୁବନେଶ୍ଵର
ଦୂରଭାଷ: ୯୩୩୮୫୮୪୮୫୭
ଇମେଲ: NA


ଏହାର ଡିଜିଟାଲ କପି ପଢିବାକୁ ଏହି ଲିଙ୍କରେ କ୍ଲିକ କରନ୍ତୁ