Generic selectors
Exact matches only
Search in title
Search in content
post
page
Filter by Categories
ପ୍ରାଚୀନ କାହାଣୀ
ବଣମଲ୍ଲୀ ୱେବ ପୋଷ୍ଟ

ଗୋପନୀୟତା ନୀତି

ବଣମଲ୍ଲୀର-ମହକ https://banamalli.org କୁ ଯେକୌଣସି ବ୍ୟକ୍ତି ବା ବ୍ୟବହାରକର୍ତ୍ତା (ଆପଣ/ଆମେ) ବ୍ୟବହାର କରିବା ସଂକ୍ରାନ୍ତୀୟ ସୂଚନା, ତଥ୍ୟ ସଂଗ୍ରହ ଓ ସଂରକ୍ଷଣକୁ ଏହି ପୃଷ୍ଠାରେ ବର୍ଣ୍ଣନା କରାଯାଇଛି । ବଣମଲ୍ଲୀର ମହକ ଅନୁଷ୍ଠାନ ଏହାର ୱେବସାଇଟ୍ (ସେବା) ଜରିଆରେ ବ୍ୟବହାରକର୍ତ୍ତାଙ୍କୁ ଗଳ୍ପ, କବିତା, ପ୍ରବନ୍ଧ, ନିବନ୍ଧ, ଚିତ୍ର, ଭିଡିଓ ଓ ଅଡିଓ ଇତ୍ୟାଦି ଭଳି ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ବିଷୟକୁ (ପ୍ରକାଶିତ ବିଷୟ) ପଢ଼ିବା, ଶୁଣିବା, ଦେଖିବା ଏବଂ ଅପଲୋଡ୍ କରିବା ତଥା ଅନ୍ୟମାନଙ୍କ ସୃଷ୍ଟି ଉପରେ ମନ୍ତବ୍ୟ ଓ ପ୍ରତିକ୍ରିୟା ପ୍ରଦାନ ମାଧ୍ୟମରେ ବଣମଲ୍ଲୀର ମହକ ଅନ୍ୟାନ୍ୟ ବ୍ୟବହାରକର୍ତ୍ତାଙ୍କ ସହ ଯୋଗାଯୋଗ କରିବାର ସୁବିଧା ଉପଲବ୍ଧ କରିଥାଏ ।

ଏହି ଗୋପନୀୟତା ନୀତି ବ୍ୟବହାରିକ ନିୟମାବଳୀର ଅଂଶବିଶେଷ ଅଟେ ଏବଂ ଏହାକୁ ପଢ଼ାବା ଆବଶ୍ୟକ । ଏହାକୁ ପଢିବାର ଅର୍ଥ ଏହି ୱେବସାଇଟ୍ ବ୍ୟବହାର କରିବାପାଇଁ ଆପଣ ଏହି ଗୋପନୀୟତା ନୀତି ପ୍ରତି ନିଜର ସମ୍ମତି ଜଣାଉଛନ୍ତି । ଯଦି ଆପଣ ସମ୍ମତ ହୋଇ ନଥାନ୍ତି ତେବେ ଦୟାକରି ୱେବସାଇଟ୍ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ ।

ବଣମଲ୍ଲୀର ମହକ କେଉଁ କେଉଁ ସୂଚନା ସଂଗ୍ରହ କରିଥାଏ ?

ବଣମଲ୍ଲୀର ମହକ ତା'ର ବ୍ୟବହାରକର୍ତ୍ତାଙ୍କୁ ଏହାର ସେବା ଯୋଗାଇବା ଏବଂ ବ୍ୟବହାରକର୍ତ୍ତାଙ୍କ ଅଭିଜ୍ଞତାକୁ ନିରନ୍ତର ଭାବେ ଉନ୍ନତ କରିବା ଉଦ୍ଦେଶ୍ୟରେ ନିମ୍ନରେ ଦର୍ଶାଯାଇଥିବା କେତେକ ସୂଚନା ସଂଗ୍ରହ କରିଥାଏ - ଯାହା ମଧ୍ୟରେ ବ୍ୟକ୍ତିଗତ ଭାବେ ଚିହ୍ନଟଯୋଗ୍ୟ ସୂଚନା (ଏପରି ସୂଚନା ଯାହାକୁ କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରେ) ଏବଂ ଅଣ-ବ୍ୟକ୍ତିଗତ ଚିହ୍ନଟଯୋଗ୍ୟ ସୂଚନା (ଏପରି ସୂଚନା ଯାହାକୁ କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହାର କରାଯାଇପାରିବ ନାହିଁ) ଅନ୍ତର୍ଭୁକ୍ତ (ବ୍ୟବହାରକର୍ତ୍ତା ସୂଚନା) ।

କେଉଁ ପ୍ରକାର ସୂଚନା ସଂଗ୍ରହ ହୋଇଥାଏ ?

ଲେଖା ପୋଷ୍ଟ/ଯୋଗାଯୋଗ ବେଳେ ନିମ୍ନଲିଖିତ ତଥ୍ୟ ସଂଗ୍ରହ କରାଯାଇଥାଏ, ଯଥା-

୧- ନାମ ଓ ବାସସ୍ଥାନ ଠିକଣା ବିବରଣୀ ଏହିସବୁ ପ୍ଲାଟଫର୍ମରେ ବ୍ୟବହାରକର୍ତ୍ତାଙ୍କ ଗୋପନୀୟତା ସେଟିଂସ୍ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କିମ୍ବା ଭାଗ କରାଯାଇପାରୁଥିବା ପ୍ରୋଫାଇଲ୍ ବିବରଣୀ ।

୨- ବ୍ୟବହାରକର୍ତ୍ତାଙ୍କ ଦ୍ୱାରା ଇଚ୍ଛାଧୀନ ଭାବେ ପ୍ରଦତ୍ତ ବିବରଣୀ ମଧ୍ୟରେ ଦୂରଭାଷ ନମ୍ବର, ଇମେଲ ଠିକଣା, ପ୍ରୋଫାଇଲ ଫଟୋ ଏବଂ ବ୍ୟବହାରକର୍ତ୍ତାଙ୍କ ସୋସିଆଲ ନେଟୱାର୍କ ପ୍ରୋଫାଇଲ ଇଉ.ଆର.ଏଲ ଇତ୍ୟାଦି ।

ବ୍ୟବହାରିକ ତଥ୍ୟ (ୱେବସାଇଟ୍ ରେ ବ୍ୟବହାରକର୍ତ୍ତାଙ୍କ ଇନପୁଟ୍) : ପରିଦର୍ଶନ କରିଥିବା ପୃଷ୍ଠା କିମ୍ବା ପ୍ରୋଫାଇଲ୍, କୌଣସି ପୃଷ୍ଠାରେ ଅତିବାହିତ କରିଥିବା ସମୟ, ପୋର୍ଟାଲରେ କରିଥିବା ଗତିବିଧି, ଅବସ୍ଥିତି, ଭାଷା ପ୍ରାଧାନ୍ୟତା, ସନ୍ଧାନ କ୍ରିୟା, ଅନ୍ୟାନ୍ୟ ବ୍ୟବହାରକର୍ତ୍ତାଙ୍କ ସହ ଭାବ ବିନିମୟ ସମେତ ଉପରୋକ୍ତ ସମସ୍ତ କାର୍ଯ୍ୟର ସମୟ ଓ ତାରିଖ ସମ୍ପର୍କିତ ତଥ୍ୟ ।

ଡିଭାଇସ୍ ତଥ୍ୟ : ପ୍ରତ୍ୟେକ ବ୍ୟବହାରକର୍ତ୍ତାଙ୍କ ପାଇଁ ଏକ ଡିଭାଇସ୍ ଚିହ୍ନଟକାରୀ ଟୋକନ୍ ଜାରି କରାଯାଏ, ଯେଉଁଥିରେ ଫୋନ୍, ବ୍ରାଉଜର୍ ଭର୍ସନ୍ ଓ ପ୍ରକାର, ଆଇପି ଠିକଣାର ତଥ୍ୟ ରହିଥାଏ ।

କଣ୍ଟାକ୍ଟ ତାଲିକା / ବନ୍ଧୁମାନଙ୍କ ତାଲିକା : ଯେଉଁଠାରେ ବ୍ୟବହାରକର୍ତ୍ତା ତାଙ୍କ କଣ୍ଟାକ୍ଟ ତାଲିକାକୁ ୱେବସାଇଟ୍/ଆପ୍ଲିକେଶନ୍ କୁ ରେଫର୍ କରିବା ଉଦ୍ଦେଶ୍ୟରେ ଭାଗ କରିବା ପାଇଁ ସମ୍ମତି ଦିଅନ୍ତି, ସେ କ୍ଷେତ୍ରରେ ବଣମଲ୍ଲୀର ମହକ ସେଗୁଡ଼ିକୁ କେବଳ ରେଫରାଲ୍ ଉଦ୍ଦେଶ୍ୟରେ ସଂଗ୍ରହ ଓ ବ୍ୟବହାର କରିଥାଏ ଏବଂ ଏପରି ସୂଚନାକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଉପଯୋଗ କରି ନ ଥାଏ । ରେଫର୍ କରାଯାଇଥିବା କଣ୍ଟାକ୍ଟମାନଙ୍କ ନିକଟରେ mail@banamalli.org କୁ ଲେଖି ନିଜ ସୂଚନାକୁ ଡାଟାବେସ୍ ରୁ ହଟାଇବାର ବିକଳ୍ପ ଉପଲବ୍ଧ ।

ବ୍ୟବହାରକର୍ତ୍ତା ସହାୟତା : ବଣମଲ୍ଲୀର ମହକ ଟିମ ନିକଟରୁ ବ୍ୟବହାରକର୍ତ୍ତା ସମ୍ପର୍କ ପୃଷ୍ଠାରେ ସହାୟତା ଲାଗି ଅନୁରୋଧ କରିଥିବା ସମୟରେ ପ୍ରଦାନ କରିଥିବା ସୂଚନା ।

ସଂଗୃହୀତ ବ୍ୟବହାରକର୍ତ୍ତା ସୂଚନାକୁ ବଣମଲ୍ଲୀର ମହକ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରିଥାଏ ?

୧- ୱେବସାଇଟ୍ ର ବ୍ୟବହାରକୁ ସକ୍ଷମ ଓ ସୁବିଧାଜନକ କରିବା ତଥା ବଣମଲ୍ଲୀର ମହକ ବ୍ୟବହାରର ନିୟମାବଳୀକୁ ଲାଗୁ କରିବା ନିମନ୍ତେ

୨- ବ୍ୟବହାରକର୍ତ୍ତାଙ୍କୁ ବାଧ୍ୟତାମୂଳକ ଏବଂ ଇଚ୍ଛାଧୀନ ଅଧିସୂଚନା ବା ନୋଟିଫିକେଶନ୍ ପଠାଇବା ନିମନ୍ତେ

୩- ବ୍ୟବହାରକର୍ତ୍ତାଙ୍କ ସହ ଯୋଗାଯୋଗ କରିବା ନିମନ୍ତେ

୪- ୱେବସାଇଟ୍ ଏବଂ ସେବାର କାର୍ଯ୍ୟକ୍ଷମତାକୁ ଉନ୍ନତ କରିବା ନିମନ୍ତେ (ଯେପରିକି ନୂଆ ବୈଶିଷ୍ଟ୍ୟାବଳୀ ଯୋଗ କରିବା ଏବଂ ବ୍ୟବହାରକର୍ତ୍ତା ତଥା ପ୍ରକାଶିତ କୃତିକୁ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଇତ୍ୟାଦି)

୫- କଷ୍ଟମାଇଜେଶନ୍, ପର୍ସନାଲାଇଜେଶନ୍ ତଥା ଅପ୍ଟିମାଇଜେଶନ୍ ଦ୍ୱାରା ବ୍ୟବହାରକର୍ତ୍ତାଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ନିମନ୍ତେ

୬- ୱେବସାଇଟ୍ ର ପରିଚାଳନା ଯାହା ମଧ୍ୟରେ ସମସ୍ୟାର ଦୂରୀକରଣ, ବିଶ୍ଳେଷଣ, ସର୍ବେକ୍ଷଣ ସଞ୍ଚାଳନ, ବ୍ୟବହାରକର୍ତ୍ତାଙ୍କ ପ୍ରକୃତିକୁ ବୁଝିବା ଇତ୍ୟାଦି ନିମନ୍ତେ

୭- ବ୍ୟବହାରକର୍ତ୍ତାମାନଙ୍କ ମଧ୍ୟରେ ସମ୍ପ୍ରଦାୟ ଗଠନ କରିବା ଉଦ୍ଦେଶ୍ୟରେ

ବ୍ୟବହାରକର୍ତ୍ତାଙ୍କ ସୂଚନାକୁ ବଣମଲ୍ଲୀର ମହକ ବ୍ୟତୀତ କୌଣସି ତୃତୀୟ ପକ୍ଷ ବ୍ୟବହାର କରିପାରିବେ କି ?

ବ୍ୟବହାରକର୍ତ୍ତାଙ୍କ ସୂଚନାକୁ ବଣମଲ୍ଲୀର ମହକ କୌଣସି ତୃତୀୟ ପକ୍ଷଙ୍କୁ ବିକ୍ରୟ କରିବା ନାହିଁ କିମ୍ବା ଭଡ଼ା ସୂତ୍ରରେ ଆଦୌ ଦେଇ ନଥାଏ । ବ୍ୟବହାରକର୍ତ୍ତାଙ୍କ ସୂଚନା ବ୍ୟବହାରିକ ଅଂଶୀଦାର ଅଧିକୃତ ତୃତୀୟ ପକ୍ଷ ପ୍ଲଗିନ ଗୁଡିକର ଉପଯୋଗବେଳେ ସେମାନଙ୍କ ନିଜସ୍ୱ ଗୋପନୀୟତା ନୀତି ଅନୁଯାୟୀ ଉପଯୋଗ କରିଥାନ୍ତି ।

କେଉଁ ବିଶେଷ ସ୍ଥିତିରେ ବଣମଲ୍ଲୀର ମହକ ବ୍ୟବହାରକର୍ତ୍ତାଙ୍କ ବ୍ୟକ୍ତିଗତ ଚିହ୍ନଟଯୋଗ୍ୟ ସୂଚନା ପ୍ରକାଶ କରିବ ?

୧- କୌଣସି ଆଇନଗତ ସମସ୍ୟା ସୃଷ୍ଟି ହେଲେ

୨- ରାଷ୍ଟ୍ରୀୟ ସୁରକ୍ଷା, ଆଇନ ପ୍ରଣୟନ କିମ୍ବା ସର୍ବସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନିମନ୍ତେ ଏପରି ପଦକ୍ଷେପ ଅନିବାର୍ଯ୍ୟ ବୋଲି ବଣମଲ୍ଲୀର ମହକକୁ ଅନୁଭୂତ ହେଲେ

୩- ବ୍ୟବହାରିକ ନିୟମାବଳୀକୁ ପ୍ରଣୟନ କରିବା ପାଇଁ

୪- କୌଣସି ଠକାମି, ସୁରକ୍ଷା ଓ ବୈଷୟିକ ସମସ୍ୟା କ୍ଷେତ୍ରରେ

୫- କୌଣସି ତୃତୀୟ ପକ୍ଷ ଅନୁଷ୍ଠାନ ସହ ନିଜର ପରିସମ୍ପତ୍ତିକୁ ସମଗ୍ର କିମ୍ବା ଆଂଶିକ ଭାବେ ବିଲୟ, ଅଧିଗ୍ରହଣ କିମ୍ବା ବିକ୍ରୟ କରିବା କ୍ଷେତ୍ରରେ

ବ୍ୟବହାରକର୍ତ୍ତାଙ୍କ ଦ୍ୱାରା ପ୍ରକାଶିତ ଲେଖା ଓ ବିଷୟ ଗୁଡିକ ଲେଖକ ଓ ପାଠକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନକୁ ସକ୍ଷମ କରିବା ପାଇଁ ବଣମଲ୍ଲୀର ମହକ ବ୍ୟବହାରକର୍ତ୍ତାମାନଙ୍କୁ ପରସ୍ପର ସହ ଯୋଗାଯୋଗ କରିବାର ସୁବିଧା ଯୋଗାଇଥାଏ । ତେଣୁ, ବ୍ୟବହାରକର୍ତ୍ତାଙ୍କ ନାମ, ମନ୍ତବ୍ୟ, ପସନ୍ଦ ଇତ୍ୟାଦି ସର୍ବସାଧାରଣରେ ଦୃଶ୍ୟମାନ ହେବ ଏବଂ ତାହାକୁ ଅନ୍ୟାନ୍ୟ ବ୍ୟବହାରକର୍ତ୍ତାମାନେ ଦେଖିପାରିବେ । ବ୍ୟବହାରକର୍ତ୍ତାମାନେ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁ ନ ଥିବା ଇନପୁଟ୍ ଗୁଡ଼ିକୁ ୱେବସାଇଟ୍ ରେ ସ୍ଥାନିତ ନ କରିବା ନିମନ୍ତେ ସୁନିଶ୍ଚିତ କରିବା ଜରୁରୀ । ଯେ କୌଣସି ସମୟରେ ବ୍ୟବହାରକାରୀ ଇମେଲ mail@banamalli.org ଠିକଣାରେ ଅନୁରୋଧ ପଠାଇ ସେମାନଙ୍କର ତଥ୍ୟ ଯୋଡିପାରିବେ ଓ ହଟାଇପାରିବେ ।

ବ୍ୟବହାରକର୍ତ୍ତାଙ୍କ ସୂଚନା ଓ ତଥ୍ୟକୁ କିପରି ସୁରକ୍ଷିତ ରଖାଯାଏ ?

ବଣମଲ୍ଲୀର ମହକର ସମସ୍ତ ତଥ୍ୟ ଓ ବ୍ୟବହାରକର୍ତ୍ତାଙ୍କ ସୂଚନାକୁ ସୁରକ୍ଷିତ ରଖିବା ନିମନ୍ତେ ଆମ ସେଲ୍ଫ ହୋଷ୍ଟିଙ୍ଗ ସେବା ନିକଟରେ ସୁଦୃଢ଼ ବ୍ୟବସ୍ଥା ରହିଛି । ଇଣ୍ଟରନେଟ୍ ର ପ୍ରକୃତିକୁ ଧ୍ୟାନରେ ରଖି, ବ୍ୟବହାରକର୍ତ୍ତାମାନଙ୍କୁ ଏହା ସ୍ୱୀକାର କରିବାକୁ ହେବ ଯେ, ଅତି ସୁଦୃଢ଼ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ୱେବସାଇଟର ସମସ୍ତ ତଥ୍ୟ ଓ ସୂଚନା ସୁରକ୍ଷାର ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ ।

ବ୍ୟବହାରକର୍ତ୍ତାଙ୍କ ସୂଚନା କିପରି ସଂଗୃହିତ ହୋଇଥାଏ ?

ବ୍ୟବହାରକର୍ତ୍ତାଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଗୁଡିକ ୱେବସାଇଟରେ ଲେଖା ଯୋଡିବା ଏବଂ ପ୍ରଶ୍ନ, ସମାସ୍ୟା ଓ ଅଭିମତ ନିମନ୍ତେ ବଣମଲ୍ଲୀ ଟିମ ସହିତ ସମ୍ପର୍କ କରିବା ତଥା ୱେବସାଇଟରେ କମେଣ୍ଟ ଦେବା ସମୟରେ ବ୍ୟବହାରକର୍ତ୍ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବିବରଣୀ । କୁକିଜ୍ ମାଧ୍ୟମରେ ୱେବସାଇଟର ଛୋଟ ଛୋଟ ଫାଇଲ୍ ଗୁଡିକ ଯାହା ବ୍ରାଉଜର ବ୍ୟବହୃତ ହୋଇଥାଏ, ସେଗୁଡିକ ସେଭ ରଖାଯାଇଥାଏ । ଜଣେ ବ୍ୟବହାରକର୍ତ୍ତା ଇଚ୍ଛାକଲେ ସେମାନଙ୍କ ବ୍ରାଉଜରରେ କୁକିଜ୍ ରଖାଯିବା ବିକଳ୍ପରୁ ଓହରିପାରିବେ ବା ପ୍ରସ୍ଥାନ କରିପାରିବେ । ହେଲେ, ଏହା ୱେବସାଇଟ୍ ର କାର୍ଯ୍ୟକ୍ଷମତାକୁ ପ୍ରଭାବିତ କରିପାରେ । ଏପିଆଇ କଲ୍ସ ଦ୍ଵାରା ୱେବସାଇଟ୍ ରେ ବ୍ୟବହାରକର୍ତ୍ତାଙ୍କ ବିଭିନ୍ନ ଗତିବିଧି ସମ୍ପର୍କିତ ତଥ୍ୟ ଗଚ୍ଛିତ ରହେ, ଯେପରିକି ବିଭିନ୍ନ ପୃଷ୍ଠାକୁ ଯିବା ଓ ଆସିବା, ବଟନଗୁଡ଼ିକୁ କ୍ଲିକ୍ କରିବା, ବିଷୟବସ୍ତୁକୁ ପଢ଼ିବା ଇତ୍ୟାଦି । ଏହି ତଥ୍ୟଗୁଡ଼ିକ ବଣମଲ୍ଲୀର ମହକ ଦ୍ୱାରା ସଂଗୃହୀତ ଓ ବ୍ୟବହାର କରାଯାଏ ଏବଂ ଏହାକୁ ଗୋପନୀୟତା ନୀତିରେ ବର୍ଣ୍ଣନା କରାଯାଇଥିବା ଅନୁଯାୟୀ ଅଧିକୃତ ତୃତୀୟ ପକ୍ଷଙ୍କ ସହ ଭାଗ କରାଯାଇପାରେ ।

ସଂଶୋଧନ କିମ୍ବା ବିଲୋପ : ବ୍ୟବହାରକର୍ତ୍ତାମାନେ ୱେବସାଇଟ୍ ରେ ସେମାନଙ୍କର ପ୍ରୋଫାଇଲ ବିବରଣୀ ଓ ତଥ୍ୟ ଗୁଡିକୁ କିମ୍ବା ବିଲୋପ ନିମନ୍ତେ ଇମେଲ mail@banamalli.org କୁ ଅନୁରୋଧ କରିପାରନ୍ତି । ବ୍ୟବହାରକର୍ତ୍ତା ସେମାନଙ୍କର ପ୍ରୋଫାଇଲକୁ ବିଲୋପ ବା ଡିଲିଟ୍ କରିବା ପାଇଁ କହିପାରନ୍ତି ଏବଂ ଏ କ୍ଷେତ୍ରରେ ସେମାନଙ୍କର ବ୍ୟକ୍ତିଗତ ଭାବେ ଚିହ୍ନଟଯୋଗ୍ୟ ସୂଚନା ସମେତ ୱେବସାଇଟ୍ ରେ ସେମାନେ ପ୍ରକାଶିତ କରିଥିବା ବିଷୟବସ୍ତୁକୁ ବିଲୋପ କରିଦିଆଯିବ । ହେଲେ, ବ୍ୟବହାରକର୍ତ୍ତା ସୂଚନାର ଅଂଶବେଶଶ ଇଣ୍ଟରନେଟ୍ ରେ ଉପଲବ୍ଧ ରହିପାରେ । ଅଧିକନ୍ତୁ, ବ୍ୟବହାରକର୍ତ୍ତାଙ୍କ ସମସ୍ତ ଇତିହାସ ବଣମଲ୍ଲୀର ମହକ ନିକଟରେ ରହିବ ।

ଅଧିସୂଚନା : ବଣମଲ୍ଲୀର ମହକ ୱେବସାଇଟ୍ ତଥା ଇମେଲ୍ ମାଧ୍ୟମରେ ପ୍ରସ୍ତାବିତ ପଠନ ଇତ୍ୟାଦି ପାଇଁ ଅଧିସୂଚନା ବା ନୋଟିଫିକେଶନ୍ ମାଧ୍ୟମରେ ବ୍ୟବହାରକର୍ତ୍ତାଙ୍କ ସହ ଭାବ ବିନିମୟ ପାଇଁ ଇଚ୍ଛୁକ ଥିବା ବ୍ୟବହାରକର୍ତ୍ତା ଅଧିସୂଚନା ପ୍ରାପ୍ତ କରିବାର ବାରମ୍ବାରତାକୁ ସ୍ଥିର କରିପାରିବେ କିମ୍ବା ଏଥିରୁ ସମ୍ପୂର୍ଣ୍ଣ ଭାବେ ଓହରି ଯାଇପାରିବେ । ତଥାପି, ବ୍ୟବହାରକର୍ତ୍ତାଙ୍କ ପ୍ରୋଫାଇଲ ଏବଂ ୱେବସାଇଟ୍ ସମ୍ପର୍କିତ ଅଧିସୂଚନା ପଠାଯିବା ଜାରି ରହିବ ।

ଓହରିବା : ଯଦି ଜଣେ ବ୍ୟବହାରକର୍ତ୍ତା ଏଠାରେ ଦର୍ଶାଯାଇଥିବା କୌଣସି ଉଦ୍ଦେଶ୍ୟରେ ୱେବସାଇଟ୍ ରେ ଥିବା ତାଙ୍କର ବ୍ୟବହାରକର୍ତ୍ତା ସୂଚନାକୁ ବଣମଲ୍ଲୀର ମହକ ବ୍ୟବହାର ନ କରୁ ବୋଲି ଚାହାନ୍ତି, ତେବେ ଏ ସମ୍ପର୍କରେ ସେ mail@banamalli.org ରେ ଲେଖିପାରନ୍ତି । ବ୍ୟବହାରକର୍ତ୍ତାଙ୍କ ଅନୁରୋଧକୁ ସମ୍ମାନ ଦେଇ ସହାୟତା କରିବା ଓ ତାଙ୍କ ଅନୁରୋଧକୁ ପୂରା କରିବା ପାଇଁ ବଣମଲ୍ଲୀର ମହକ ସମସ୍ତ ପ୍ରୟାସ ଜାରି ରଖିବ । ହେଲେ, ଏପରି କୌଣସି ପଦକ୍ଷେପ ୱେବସାଇଟରେ ବ୍ୟବହାରକର୍ତ୍ତାଙ୍କ ଅଭିଜ୍ଞତାକୁ ପ୍ରତିକୂଳ ଭାବେ ପ୍ରଭାବିତ କରିପାରେ ।

ଏହି ଗୋପନୀୟତା ନୀତିରେ ପରିବର୍ତ୍ତନ : ବଣମଲ୍ଲୀର ମହକ ଏହି ଗୋପନୀୟତା ନୀତିକୁ ସମୟ ସମୟରେ ସଦ୍ୟତନ ଓ ସଂଶୋଧନ କରିପାରେ । ସଂଶୋଧିତ ଗୋପନୀୟତା ନୀତିକୁ ସର୍ବଦା ଏହି ପୃଷ୍ଠାରେ ପଢିବାକୁ ପାଇବେ : https://banamalli.org/privacy-policy (ଗୋପନୀୟତା ନୀତି ସମ୍ପର୍କରେ ଅବଗତ ରହିବା ପାଇଁ ଏହି ପୃଷ୍ଠାକୁ ନିୟମିତ ଭାବେ ଯାଞ୍ଚ କରିବା ପାଇଁ ବ୍ୟବହାରକର୍ତ୍ତାମାନଙ୍କୁ ପରାମର୍ଶ ଦିଆଯାଉଛି) । ଯଦି ବ୍ୟବହାରକର୍ତ୍ତା ଏହି ଗୋପନୀୟତା ନୀତିରେ କୌଣସି ପରିବର୍ତ୍ତନକୁ ନେଇ ସମ୍ମତ ନହୁଅନ୍ତି ତେବେ ବ୍ୟବହାରକର୍ତ୍ତା ୱେବସାଇଟର ସେବାକୁ ବ୍ୟବହାର କରିବାରୁ ବିରତ ରହିବା ଉଚିତ । ସଂଶୋଧିତ ନୀତି ସ୍ଥାନିତ ହେବା ପରେ ମଧ୍ୟ ବ୍ୟବହାରକର୍ତ୍ତା ସେବା ବ୍ୟବହାରକୁ ଜାରି ରଖିବା ଏହା ସୂଚାଇବ ଯେ ବ୍ୟବହାରକର୍ତ୍ତା ପରିବର୍ତ୍ତନଗୁଡ଼ିକ ସମ୍ପର୍କରେ ନିଜର ସମ୍ମତି ଜଣାଇଛନ୍ତି ତଥା ସେଗୁଡ଼ିକ ପ୍ରତି ବାଧ୍ୟ ରହିବେ ବୋଲି ସ୍ୱୀକାର କରିଛନ୍ତି ।

ଯୋଗାଯୋଗ : ଏହି ଗୋପନୀୟତା ନୀତି ସମ୍ପର୍କରେ କୌଣସି ପ୍ରଶ୍ନ / ସନ୍ଦେହ / ଆଇନଗତ ଜିଜ୍ଞାସା କ୍ଷେତ୍ରରେ, ବ୍ୟବହାରକର୍ତ୍ତା ଆମ ସହ ଏହି ଇମେଲ ଠିକଣାରେ ଯୋଗାଯୋଗ କରିପାରିବେ: mail@banamalli.org

ବ୍ୟବହାରିକ ସର୍ତ୍ତାବଳୀ

ବଣମଲ୍ଲୀର ମହକ ସାହିତ୍ୟ ୱେବସାଇଟ୍ ଇଣ୍ଟରନେଟ ଡୋମିନ https://banamalli.org ରେ ଥିବା ସମସ୍ତ ତଥ୍ୟ, ସୂଚନା ଓ ସମ୍ପାଦିତ ବିଷୟ ଗୁଡିକ କେବଳ ସର୍ବସାଧାରଣଙ୍କ ପଢିବା ଓ ଜାଣିବା ଉଦ୍ଦେଶ୍ୟରେ ଖୋଲାଅଛି ।

ଇଣ୍ଟରନେଟ ମାଧ୍ୟମରେ ସେବାରେ ଥିବା ଏହି ୱେବ ପୋର୍ଟାଲରେ ଉପଲବ୍ଧ କୌଣସି ବିଷୟବସ୍ତୁରେ ଦୃଷ୍ଟିକୁ ଆସୁଥିବା କିଛି ତ୍ରୁଟି ନିମନ୍ତେ ବଣମଲ୍ଲୀର ମହକ ଦାୟୀ ନୁହେଁ । ଏଥି ନିମନ୍ତେ କେବଳ ସମ୍ପୃକ୍ତ ଲେଖକ ଲେଖିକାମାନେ ଦାୟୀ ଅଟନ୍ତି । ବଣମଲ୍ଲୀର ମହକ ଦ୍ଵାରା ଯୋଗାଇ ଦିଆଯାଉଥିବା ସେବାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ କୌଣସି ବୈଷୟିକ ତ୍ରୁଟି ଓ କ୍ଷତି ନିମନ୍ତେ ବଣମଲ୍ଲୀର ମହକ ଦାୟୀ ହୋଇନଥାଏ । ଏହି ୱେବପୋର୍ଟାଲର ବ୍ୟବହାରକାରୀଙ୍କୁ ବିନା କୌଣସି ପୂର୍ବ ସୂଚନାରେ ସେବାରେ ଥିବା ବିଷୟବସ୍ତୁରେ ଯୋଗ, ବିଲୋପ କିମ୍ବା ସଂଶୋଧନ କରିବାର ଅଧିକାର କେବଳ ବଣମଲ୍ଲୀର ମହକ ନିକଟରେ ସଂରକ୍ଷଣ ରହିଛି ।

କୌଣସି ବ୍ୟବହାରକାରୀ ଏହି ୱେବପୋର୍ଟାଲରେ ଉପଲବ୍ଧ ଥିବା ଫର୍ମ ମାଧ୍ୟମରେ କିଛି ବିଷୟକୁ ଯୋଡିବା ସମୟରେ ବ୍ୟବହାରକାରୀଙ୍କୁ ସେମାନଙ୍କ ନାମ, ବାସସ୍ଥାନ ଠିକଣା, ଫୋନ ନମ୍ବର ଓ ଇମେଲ ଠିକଣା ଆଦି ପ୍ରଦାନ କରିବାକୁ କୁହାଯାଇଥାଏ । ବ୍ୟବହାରକାରୀଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ବଣମଲ୍ଲୀର ମହକ ଗୋପନ ରଖିଥାଏ ।

ଏହି ୱେବ ପୋର୍ଟାଲର ଯେକୌଣସି ବ୍ୟବହାରକାରୀ ଏହି ୱେବସାଇଟରେ ଉପଲବ୍ଧ ଥିବା ଯେକୌଣସି ବିଷୟ ସଲଗ୍ନ ଲିଙ୍କ (URL) ଗୁଡିକୁ ନିଜର ଫେସବୁକ, ଟୁଇଟର, ଇନଷ୍ଟାଗ୍ରାମ, ଟେଲିଗ୍ରାମ ଓ ହ୍ଵାଟସଆପ ଆଦି ଯେକୌଣସି ସୋସିଆଲ କମୁନିକେସନ କ୍ଷେତ୍ର କିମ୍ବା ଇମେଲ ଇତ୍ୟାଦି ମାଧ୍ୟମରେ ନିଜର ବନ୍ଧୁମାନଙ୍କ ସହ ସିଧାସଳଖ ଅଂଶୀଦାର କରିପାରିବେ । ମନେରଖନ୍ତୁ ବଣମଲ୍ଲୀର ମହକ ୱେବସାଇଟରେ ଉପଲବ୍ଧ କୌଣସି ତଥ୍ୟ, ସୂଚନା, ଅଳଙ୍କରଣ ଓ ବିଷୟବସ୍ତୁର ନକଲ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।

ବଣମଲ୍ଲୀର ମହକ ୱେବସାଇଟ୍ ଏବଂ ଏହାର ବିଷୟବସ୍ତୁ ସହିତ ଜଡିତ କୋଣସି ସମସ୍ୟା ଥିଲେ, କିମ୍ବା କୋଣସି ମତାମତ ଦେବାକୁ ଚାହୁଁଥିଲେ ଆମ ଇମେଲ mail@banamalli.org ମାଧ୍ୟମରେ ଜଣାଇ ପାରିବେ ଓ ପ୍ରଶ୍ନ କରିପାରିବେ ।

ସମ୍ପର୍କ

ଠିକଣା : ମଙ୍ଗଳାଯୋଡି, ଖୋରଧା, ଓଡିଶା - ୭୫୨୦୨୩

ଇମେଲ ଠିକଣା : mail@banamalli.org