ପ୍ରବନ୍ଧ – ଗୋ’ବଧ ଶାସ୍ତ୍ର ବିରୁଦ୍ଧ – ଡକ୍ଟର ଲକ୍ଷ୍ମଣ ସାହୁ

ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । ଏ ସୃଷ୍ଟିରେ ମଣିଷକୁ କେବଳ ଛାଡିଦେଲେ ଅନ୍ୟ ସବୁ ପ୍ରାଣୀମାନଙ୍କ ଖାଦ୍ୟ ଭୋଜନ (ଆହାର) ବିଷୟରେ ଏକ ନିର୍ଦ୍ଦିଷ୍ଟ ନୀତି ରହିଛି । କେବଳ ମଣିଷ ତାର ଖାଦ୍ୟ ଭୋଜନ ସମ୍ବନ୍ଧରେ ସେଭଳି କୌଣସି ନୀତି ନିୟମ ମାନିବାକୁ କେବେ ପ୍ରସ୍ତୁତ ନୁହଁନ୍ତି । ଯେଉଁମାନେ ମାଂସ ଖାଇ ପରମାଂସରେ ନିଜ ଦେହର ମାଂସ ବୃଦ୍ଧି କରିବାକୁ ଅଭ୍ୟସ୍ତ ଓ ଅଭିଳାଷୀ, ସେମାନଙ୍କୁ ମାଂସଲୋଭୀ ଓ ମାଂସ ଭକ୍ଷଣକାରୀ ରାକ୍ଷସ ପ୍ରକୃତିର ବ୍ୟକ୍ତିଭାବରେ ଗ୍ରହଣ କରାଯାଇପାରେ । ବିଶେଷତଃ ରାଜସିକ ଓ ତାମସିକ ସଂସ୍କାରସଂପନ୍ନ ବ୍ୟକ୍ତିମାନେ ନିଜର ଉନ୍ନତ ଐତିହ୍ୟ ଓ ପରମ୍ଫରା ତ୍ୟାଗ କରି ପାଶ୍ଚାତ୍ୟ ଐତିହାସିକମାନଙ୍କର ପଦାନୁସରଣ କରି କହିଥାନ୍ତି-ପୂର୍ବକାଳରେ ଅତିଥିସତ୍କାର ନିମିତ୍ତ ଋଷିମାନେ ବାଛୁରୀ ବଳି ଦେଉଥିଲେ । ଏହି ବକ୍ତବ୍ୟକୁ ପ୍ରମାଣ ସିଦ୍ଧ କରିବାଲାଗି ସେମାନେ ବେଦଶାସ୍ତ୍ରରୁ ବିଖଣ୍ତିତ, ବିଚ୍ଛିନ୍ନ ପୂର୍ବାପର ସଂହତି ବିହୀନ କେତେକ ଶଦ୍ଦ ଓ ଶ୍ଳୋକର ଉଦ୍ଧାର କରିଗୋବଧ’ ବେଦ ସମ୍ମତ ବୋଲି ଯୁକ୍ତି କରନ୍ତି । ବାସ୍ତବରେ ଏହା ସମ୍ପୂର୍ଣ୍ଣ ଭ୍ରମପୂର୍ଣ୍ଣ ଓ ଅପ-ସିଦ୍ଧାନ୍ତ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବେଦ ଓ ବେଦାନୁସାରୀ ଶାସ୍ତ୍ରଗୁଡିକରେ କୌଣସି ସ୍ଥାନରେ ଗୋବଧ' କଥା ଉଲ୍ଲେଖ ନାହିଁ , ଏହା କେବଳ ଅଧର୍ମୀ ବ୍ୟକ୍ତିଙ୍କ ଅଶାସ୍ତ୍ରୀୟ ଉକ୍ତି ଓ ମନଗଢା ଅପପ୍ରଚାର । ଅର୍ଥକୁ ଅନର୍ଥ କରିବାର କଳାକୌଶଳ ବ୍ୟତିତ ଏହା ଆଉକିଛି ନୁହେଁ । ମନେରଖିବାକୁ ହେବଯେ ବେଦରେ କୌଣସି ସ୍ଥାନରେ ଗୋ-ମାଂସକୁ ଖାଦ୍ୟ ରୂପେ ଗ୍ରହଣ କରିବା ଉଲ୍ଲେଖ ନାହିଁ । ବେଦଶାସ୍ତ୍ରରେ ଗୋରୁର ଗୋଟିଏ ନାମଅଘ୍ନ୍ୟ’ ବା ଅଘ୍ନ୍ୟା' ରହିଛି । ଏହିଅଘ୍ନ୍ୟ’ ଶଦ୍ଦର ଅର୍ଥ- “ଯାହା କଦାପି ବଧଯୋଗ୍ୟ ନୁହେଁ” । ଏହି ଅଘ୍ନ୍ୟ' ବାଅଘ୍ନ୍ୟା’ ଶଦ୍ଦ ଋଗ୍ ବେଦ (10/87/16), ଯଜୁର୍ବେଦ ସଂହିତା(8/83) ଓ ଅଥର୍ବ ବେଦରେ (9/4/17 ମନ୍ତ୍ରରେ) ଗୋରୁ ନାମରେ ନାମିତ ହୋଇଛି । ଅନ୍ୟ କୌଣସି ପଶୁମାନଙ୍କ କ୍ଷେତ୍ରରେ ଏହି ଶଦ୍ଦଟିର ଅପପ୍ରୟୋଗ କରାଯାଇନାହିଂ ।

ଶାସ୍ତ୍ରରେ ଅଛି ଗୋଘ୍ନୋ£ତିଥିଃ'- ଏଠିଗୋଘ୍ନ’ ଶଦ୍ଦ ଅତିଥି ପୂଜାର ଅର୍ଥକୁ ବୁଝାଏ, ଅର୍ଥାତ୍ ଅତିଥି ଏତେ ପୂଜନୀୟ ଯେ ତାଙ୍କ ସମ୍ମାନ ଲାଗି ପରମପୂଜନୀୟା ଗାଈକୁ ମଧ୍ୟ ତ୍ୟାଗ କରାଯାଏ । ଏଠି ଗୋଘ୍ନଃ ତାତ୍ପର୍ଯ୍ୟ ବିଷୟ କେବେ ନୁହେଁ, ବରଂ ଗୋରୁ ଅପେକ୍ଷା ଅତିଥିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ଅତିଥିଙ୍କୁ ସବୁବେଳେ ଉଂଚ ସ୍ଥାନରେ ରଖାଯାଇଛି । ଏପରିକି ବେଦରେ ମୁକ୍ତ କଣ୍ଠରେ ସ୍ୱୀକାର କରାଯାଇଛି ଅତିଥି ଦେବ ଭବ', ଅତିଥିଙ୍କୁ ସବୁବେଳେ ଦେବତାଙ୍କ ସମ୍ମାନ ଦିଆଯାଏ । ଅଥର୍ବ ବେଦ ସଂହିତାର ଅତିଥି ସୂକ୍ତର’ 15/13/1,2,3,4,5,6,7,8,9 ଓ 10; 9/6; 2/6 ମନ୍ତ୍ରରେ ଅତିଥିଙ୍କ ମହତ୍ତ୍ୱ ଉଲ୍ଲେଖ ରହିଛି ଯେ ଅତିଥିଙ୍କ ଲାଗି ପୂଜନୀୟ ଗୋରୁ ମଧ୍ୟ ତ୍ୟାଗ କରିବାକୁ ପଡେ । ଏହି ତ୍ୟାଗ ଗୋସେବା ତ୍ୟାଗକୁ ବୁଝାଇ ଥାଏ, ଯାହା କେବଳ ଅତିଥିଙ୍କ ଆଗମନରେ ସକଳ କର୍ମ ଏପରିକି ଗୋ ସେବା ପରି ମହତ୍ କର୍ମକୁ ଛାଡି ପ୍ରଥମେ ଅତିଥିଙ୍କ ସେବା କରିବାକୁ ବୁଝାଏ । ଏହାର ପ୍ରକୃତ ଭାବାର୍ଥ ଗୋ-ସେବା ବିସର୍ଜନ ହିଁ ଗୋରୁ ବା ଗୋ’ମାତା ପାଇଁ ଅପମାନ ଜନକ; ଗୋ’ମାତା ଅପମାନ ହିଁ ଗୋ-ବଧ’ ବୋଲି ବୁଝିବାକୁ ହେବ । ତେଣୁ ଅତିଥିଙ୍କୁ ଗୋଘ୍ନ' କୁହାଯାଏ । ଏହାହିଁଗୋଘ୍ନୋ£ତିଥିଃ’ ପଦରେ ଥିବା ଗୋଘ୍ନ' ଶଦ୍ଦର ତାତ୍ପର୍ଯ୍ୟ ।ଗୋଘ୍ନୋ£ତିଥିଃ’ ପଦର ଭିନ୍ନ ଅର୍ଥ ହେଉଛି ଅତିଥି ଗୋ’ମାତା ବା ଗୋରୁ ଅପେକ୍ଷା କମ୍ ପୂଜ୍ୟ ହେବା ସତ୍ତ୍ୱେ ନିଜର ସତ୍କାର ସମୟରେ ପରମ ପୂଜନୀୟ ଗୋ’ମାତା ବା ଗୋରୁକୁ ନିକୃଷ୍ଟତର କରାଇବା ସମ୍ଭାବିତସ୍ୟ ଚାକୀର୍ତ୍ତିର୍ମରଣାଦ ତିରିଚ୍ୟତେ' ଶ୍ରୀମଦଭଗବତ୍ ଗୀତା (2/34) କୁହାଯାଇଛି । ଏହାର ଅର୍ଥ ସମ୍ମାନୀୟ ବ୍ୟକ୍ତିଙ୍କ ଅପକୀର୍ତ୍ତି ତାଙ୍କର ମୃତ୍ୟୁ ଅପେକ୍ଷା ଅଧିକ ଦୁଃଖଦାୟକ ହୋଇଥାଏ, ତେଣୁ ଏହା ନ୍ୟାୟର ପୋଷକ ହୋଇଥିବାରୁ ଅତିଥିଙ୍କୁଗୋଘ୍ନୋ£ତିଥିଃ” ବୋଲି କୁହାଯାଇଛି ।

ବାସ୍ତବରେ ଅତିଥି କେବେ ଗୋ’ମାତା ବା ଗୋରୁର ବଧକାରୀ ବା ବଧର କାରଣ ନୁହଁନ୍ତି । କାରଣ ସେ ଗୋ’ ବଧକାରୀ ବା ଘାତକ ହେଲେ ଚାଣ୍ତାଳ’ ଭାବେ ଅଭିହିତ ହେବେ, କିନ୍ତୁ ଏକଥା ସତ୍ୟ ଯେ ଅତିଥିଙ୍କୁ କେବେ ଚାଣ୍ତାଳ ଆଖ୍ୟା ଦିଆଯାଇ ପାରିବ ନାହିଁ । ପାଣିନି ଏ ସମ୍ଫର୍କରେ ତାଙ୍କ `ଦାଶ ଗୋଘ୍ନୌ ସଂପ୍ରଦାନେ’ ଗ୍ରନ୍ଥରେ ଲେଖିଛନ୍ତି-
“ନିପାତନ ସାମର୍ଥ୍ୟାର-ଦେବ ଗୋଘ୍ନ ଋତ୍ୱିଗାଦିରୁଚ୍ୟତେ, ନ ତୁ ଚାଣ୍ତାଳାଦିଃ ।
ଅସତ୍ୟପି ଗୋହନନେ ତସ୍ୟ ଯୋଗ୍ୟତୟା ଗୋଘ୍ନ ଇତ୍ୟଭିଧୀୟତେ ।”

ଏଥିରେ କେବଳ ଅତିଥିଙ୍କ ଗୋହନନର ଯୋଗ୍ୟତା ସମ୍ବନ୍ଧରେ ଦର୍ଶାଇ ଦିଆଯାଇଛି, କିନ୍ତୁ ଗୋହନନ କୁହାଯାଇ ନାହିଁ । ଅସତ୍ୟପି ଗୋହନନେ ଗୋଘ୍ନ ଇତ୍ୟଭିଧୀୟତେ' - ଅର୍ଥାତ୍ ଗୋହନନ ନହେଲେ ମଧ୍ୟ ଅତିଥିଙ୍କୁଗୋଘ୍ନ’ କୁହାଯାଏ ; ଫଳତଃ ଅତିଥି ପରମ ପୂଜନୀୟ ଗୋ’ମାତା ବା ଗୋରୁଙ୍କୁ ନିଜଠାରୁ ନ୍ୟୂନ ଧାରଣାରେ ଅପମାନିତ କରି ଅପମାନ ବଧର କାରଣ ପାଲଟନ୍ତି । ପୁନଶ୍ଚ ବେଦରେ ଗୋ’ମାତା ବା ଗୋରୁକୁ ବେଦରେ ଅଘ୍ନ୍ୟା (ଅବଧ୍ୟ) ବୋଲି ଋଗ୍ ବେଦ (10/87/16), ଯଜୁର୍ବେଦ (8/87) ଓ ଅଥର୍ବ ବେଦ (9/4/17)ରେ କୁହାଯାଇଛି, ସେତେବେଳେ ଗୋ'ବଧ ଚିନ୍ତା କରିବା ହିନ୍ଦୁ ମାନଙ୍କ ପରିସର ବାହାରେ ହୋଇଥାଏ । ତେଣୁଏବଂ କିଳ ପୂର୍ବମାଚାରଃ’ କଥାରୁ ସ୍ପଷ୍ଟ ହୁଏ, ପ୍ରାଚୀନ କାଳରେ ଅତିଥି ସତ୍କାରରେ ଗୋ’ବଧ କରାଯାଉନଥିଲା । ପରନ୍ତୁ `ଯାଞ୍ଗବଳ୍ଳ୍ୟ ସ୍ମୃତି’ କୁହାଯାଇଛି :

`ମହୋକ୍ଷଂ ବା ମହାଜାଂ ବା ଶ୍ରୋତ୍ରିୟାୟୋପ କଳ୍ପୟେତ ।
ସତ୍ କ୍ରିୟା£ନ୍ୱାସନଂ ସ୍ୱାଦୁ ଭୋଜନଂ ସୁନୃତଂ ବଚଃ ।” (1/5/109)

ଏଣୁ ଯାଞ୍ଗବଳ୍ଳ୍ୟ ସ୍ମୃତି' ଅନୁସାରେ ସେ ସମୟରେ ଅତିଥିଙ୍କୁ ଗାଈ ଓ ବାଛୁରୀ ଦାନ ଦିଆଯାଉଥିଲା । ଏପରିକି ଗୋ'ଦୁଗ୍ଧରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥ ଭୋଜନ ପାଇଁ ଦିଆଯାଉଥିଲା । ଏହା ହେଉଛିଗୋଘ୍ନ’ ଶଦ୍ଦର ଅର୍ଥ ଗୋ’ହନନ ଅର୍ଥ ନୁହେଁ । ତେଣୁ ଅଘ୍ନ୍ୟା' ହନନ କଦାପି ଶାସ୍ତ୍ରୀୟ ହୋଇପାରେ ନାହିଁ । ବିଚାର ଦୃଷ୍ଟିରୁ ଅତିଥିଙ୍କୁଗୋଘ୍ନ’ କୁହାଯାଏ ସତ, ଗୋବଧ କରିବାକୁ କୁହାଯାଏ ନାହିଁ । `ଗୋ’ମେଧ ଯ୍ଞ୍ଗ” ତତ୍ତ୍ୱ ଅନୁସାରେ ଗୋମେଧ ଯଞ୍ଗରେ ସାକ୍ଷାତ ଗୋ’ମାତା ବା ଗୋରୁ ବଧ୍ୟ ହୁଏ ନାହିଁ, ବରଂ ତଣ୍ତୁଳ ଦ୍ୱାରା ପ୍ରସ୍ତୁତ ଗୋରୁର ହୋମ କରାଯାଏ । ମନୁସ୍ଥୃତି’ରେ ଅଛି :

`କୁର୍ଯ୍ୟାଦ୍ ଘୃତପଶୁଂ ସଂଗେ କୁର୍ଯ୍ୟାତ୍ ପିଷ୍ଟପଶୁଂ ତଥା ।
ନ ତ୍ୱେବ ତୁ ବୃଥା ହନ୍ତୁ ପଶୁମିଚ୍ଛେତ୍ କଦାଚନ ।”

କୁହାଯାଇଛି ଯେ, ଯଞ୍ଗରେ ଘୃତ ନିର୍ମିତ ପଶୁ ଓ ପିଷ୍ଟତଣ୍ତୁଳ ନିର୍ମିତ ପଶୁ ବ୍ୟବହାର କରିବ, କିନ୍ତୁ କଦାପି ପଶୁବଧ ଇଚ୍ଛା ମଧ୍ୟ କରିବ ନାହିଁ, କାରଣ ପଶୁ ହତ୍ୟି ପାପରେ ଯଞ୍ଗ ବୃଥା ହୋଇଯିବ । ତେଣୁ ବେଦାଦି ଶାସ୍ତ୍ର ମାନଙ୍କରେ କେଉଁଠି ହେଲେ ଗୋ’ବଧ ଆଦେଶ ଉଲ୍ଲେଖ ନାହିଁ । ବରଂ ଚାଉଳ ପିଠା ଦ୍ୱାରା ପ୍ରସ୍ତୁତ ଗୋରୁର ହୋମ କରାଯାଥିଲା; ତାକୁହିଁ `ଗୋ-ମେଧ’ କୁହାଯାଉଥିଲା । କିନ୍ତୁ କଳିଯୁଗରେ ବ୍ରହ୍ମବୈବର୍ତ୍ତ ପୁରାଣ(185/180)ରେ ଏଭଳି ଗୋ’ମେଧ ମଧ୍ୟ ନିଷିଦ୍ଧ ବୋଇଛି ।

ଗୋରୁ ବା ଗୋ’ମାତା ଆମର ମାତା । ଦ୍ୱାପରରେ ଶ୍ରୀକୃଷ୍ଣ ଗୋ’ସେବା କରିଥିଲେ । ଗୋ’ସେବାରେ ପୁଣ୍ୟଫଳ ମିଳେ, ସେ କାମଧେନୁ’ ତା ସେବାରେ ସକଳ ଶକ୍ତି, ଐଶ୍ୱର୍ଯ୍ୟ, ଧନ, ବୈଭବ, ସୁଖ, ଶାନ୍ତି ଆଦି ମିଳିଥାଏ । ଗୋ’ମାତା ଗୋବର ପବିତ୍ରତାର ପ୍ରତୀକ । ମହାତ୍ମା ଗାନ୍ଧି ଗୋ’ସୁରକ୍ଷା ଉପରେ ପ୍ରାଧାନ୍ୟ ଦେଉଥିଲେ । ବିଭିନ୍ନ ଆଳ ଦର୍ଶାଇ ଗୋ’ବଧ ପାଇଁ କରାଯାଉଥିବା ବେପାରରୁ ନିବୃତ୍ତ ହେବା ଆବଶ୍ୟକ ।
ଭାଗବତ ବାଣୀ :
“ଜୀବେ ଦୟାଟି ଯାର ନାହିଁ
ଉଦ୍ଧବ ଚଣ୍ତାଳଟି ସେହି ।”


ଡକ୍ଟର ଲକ୍ଷ୍ମଣ ସାହୁ, ଅଧ୍ୟାପକ
ଓଡିଆ ଭାଷା ଓ ସାହିତ୍ୟ ବିଭାଗ
ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ଦୂରଭାଷ : ୯୪୩୭୭୪୦୨୮୦

ମନ୍ତବ୍ୟ ରଖନ୍ତୁ: