ଆପଣ ବର୍ତ୍ତମାନ ଏହିଠାରୁ ପଢୁଛନ୍ତି
ମୂଳପୃଷ୍ଠା > ଲେଖା ଯୋଡିବାର ନିୟମାବଳୀ

ବଣମଲ୍ଲୀର ମହକ banamalli_mahak ଲେଖା ଯୋଡିବାର ନିୟମାବଳୀ    “ବଣମଲ୍ଲୀର-ମହକ” ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତି ଜଗତର ଏକ ନିଆରା ପ୍ରୟାସ । ବିଜ୍ଞାନର ପ୍ରଗତିରେ ସାହିତ୍ୟ ଓ ସଂସ୍କୃତିକୁ ଆଦର ଅଭ୍ୟର୍ଥନାର ସହ ଆଗେଇ ନେବା ନେବା, ବଣମଲ୍ଲୀ ସଦୃଶ ନୂତନ ପିଢିର ଲେଖକ ଲେଖିକା ମାନଙ୍କ ନିମନ୍ତେ ଲେଖିବାର ସୁଯୋଗ ସୃଷ୍ଟି କରିବା ସହିତ ଓଡିଶା ଠାରୁ ଦୂରରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ନିମନ୍ତେ ଓଡିଆ ପଢିବାର ସୁଯୋଗ ସୃଷ୍ଟି କରିବା ଏହାର ମୂଳଲକ୍ଷ୍ୟ ।

 

  • “ବଣମଲ୍ଲୀର-ମହକ” ହେଉଛି ଏକ ଭିନ୍ନ ସ୍ଵାଦର ତ୍ରୟମାସିକ ଓଡିଆ ଇ-ପତ୍ରିକା । ଇଣ୍ଟରନେଟ ମାଧ୍ୟମରେ ପ୍ରତି ମାସରେ ବିଭିନ୍ନ ଲେଖକ ଲେଖିକା ମାନଙ୍କ ଲେଖା ଗୁଡିକୁ ଏହି ୱେବ-ପୋର୍ଟାଲରେ ସ୍ଥାନିତ କରିବା ସହିତ ପ୍ରତି ତିନିମାସରେ ଥରେ ସମ୍ପାଦନା ମଣ୍ଡଳୀ ଦ୍ଵାରା ନିର୍ବାଚିତ ବିଷୟ ଗୁଡିକୁ ନେଇ ବଣମଲ୍ଲୀର ମହକ ଇ-ପତ୍ରିକା (ପିଡିଏଫ ସଂକଳନ) ଆକାରରେ ବାର୍ଷିକ ଚାରିଗୋଟି ଡିଜିଟାଲ ସଂସ୍କରଣ ପ୍ରକାଶିତ କରାଯାଇଥାଏ, ଯଥା – ଜାନୁଆରୀ, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର ମାସର ୧୦ ତାରିଖ ସୁଧା ଏହି ଇ-ପତ୍ରିକାଟିର ତ୍ରୟମାସିକ ଇ-ସଂସ୍କରଣ www.banamalli.org ମାଧ୍ୟମରେ ଉପଲବ୍ଧ ହୋଇଥାଏ । ଏହି ପତ୍ରିକାର ବ୍ୟାପାର ସଂପୂର୍ଣ୍ଣ ନିଃଶୁଳ୍କ ବା ଦେୟମୁକ୍ତ ଅଟେ । ପୃଥିବୀର ଯେକୌଣସି ସ୍ଥାନରେ ରହି ଏହି ଇ-ପତ୍ରିକା ଗୁଡିକୁ ଆପଣଙ୍କ କମ୍ପୁଟର, ଟ୍ୟାବଲେଟ ଓ ମୋବାଇଲ ଫୋନ ଦ୍ଵାରା ଏହି ୱେବପୋର୍ଟାଲ ମାଧ୍ୟମରେ ପଢିବା ସହିତ ଏହାର ଡାଉନଲୋଡ ଓ ପ୍ରିଣ୍ଟ ସୁବିଧା ପାରିବେ ।

 

  • ବଣମଲ୍ଲୀର ମହକ ଦୈନିକ ଇ-ପ୍ରକାଶନରେ ଦୁଇଗୋଟି ସରଳ ପଦ୍ଧତ୍ତିରେ ଆପଣ ନିଜର ଲେଖାଟିଏ ସ୍ଥାନିତ କରିପାରିବେ । ସ୍ଵ-ସମ୍ପାଦିତ ବ୍ୟବସ୍ଥା ମାଧ୍ୟମରେ ନିଜେ ଯେକୌଣସି ସମୟରେ ଲେଖା ଯୋଡି ପାରିବେ । ଦ୍ଵିତୀୟ ପଦ୍ଧତ୍ତି ଅନୁସାରେ ଆମ ଇ-ମେଲ ଠିକଣା emagazine@banamalli.org ମାଧ୍ୟମରେ ଲେଖା ଗୁଡିକୁ ପଠାଇ ପାରିବେ ।

 

  • “ବଣମଲ୍ଲୀର-ମହକ” ରେ ଓଡିଆ ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ଦୁଇଗୋଟି ମୁଖ୍ୟ ବିଭାଗ ଅଧୀନରେ ଏକାଧିକ ଉପ-ବିଭାଗ ରହିଅଛି । ତେଣୁ ଗୋଟିଏ ସଂଖ୍ୟାର କୌଣସି ଉପ-ବିଭାଗରେ ଜଣେ ଲେଖକ କିମ୍ବା ଲେଖିକାଙ୍କର ଏକାଧିକ ଲେଖା ପ୍ରକାଶିତ କରିବାର ନିୟମ ନାହିଁ । ପ୍ରତ୍ୟେକ ଉପ-ବିଭାଗ ନିମନ୍ତେ ଗୋଟିଏ ଲେଖାଏଁ ଲେଖା ବଛା ଯାଇଥାଏ ଏବଂ ଏକାଧିକ ଲେଖା ଗୁଡିକୁ କ୍ରମାନ୍ଵୟରେ ପରବର୍ତ୍ତୀ ସଂଖ୍ୟା ଗୁଡିକରେ ପ୍ରକାଶିତ କରାଯାଏ । କିନ୍ତୁ ବଣମଲ୍ଲୀର ମହକ ୱେବ-ପୋର୍ଟାଲରେ ସବୁ ଲେଖା ଗୁଡିକ ଅନସାଇଟ ଓ ଅଫସାଇଟ ବ୍ୟବସ୍ଥା ଅନୁସାରେ ତୁରନ୍ତ ପ୍ରକାଶିତ ହୋଇଥାଏ ।

 

  • ପୂର୍ବ ପ୍ରକାଶିତ ଅର୍ଥାତ ଆଗରୁ କୌଣସି ପତ୍ର-ପତ୍ରିକାରେ ସ୍ଥାନିତ ହୋଇଥିବା ଲେଖା ଗୁଡିକ ଯଦି କୌଣସି ଲେଖକ ଲେଖିକା ଏହି ଇ-ପତ୍ରିକା ଗୁଡିକରେ ପୁନଃ ପ୍ରକାଶନ ନିମନ୍ତେ ପଠାଉଥାନ୍ତି, ତେବେ ପୂର୍ବ ପ୍ରକାଶିତ ପତ୍ର-ପତ୍ରିକାର ବିବରଣୀ ପ୍ରଦାନ କରନ୍ତୁ, ଯାହାର ସବିଶେଷ ସୂଚନା ସଂପୃକ୍ତ ଲେଖାଟି ସହିତ ସଂଲଗ୍ନ କରାଯାଇଥାଏ । ପ୍ରକାଶ ଥାଉକି, କୌଣସି ପତ୍ର ପତ୍ରିକାରେ ଆଗରୁ ପ୍ରକାଶିତ ହୋଇ ନଥିବା ଲେଖା ଗୁଡିକୁ ଆମେ ଅଧିକ ଗୁରୁତ୍ଵ ଦେଇଥାଉ ।

 

  • ଓଡିଆ ଭାଷା-ସାହିତ୍ୟକୁ ଭଲ ପାଉଥିବା ଏବଂ ଓଡିଆ ଭାଷାରେ ଲେଖା ଲେଖି କରୁଥିବା ସମସ୍ତ ବର୍ଗ ତଥା ନୂତନ ପିଢିର ଲେଖକ ଲେଖିକା ମାନଙ୍କ ଲେଖା ଗୁଡିକ ପ୍ରକାଶିତ କରାଯାଇଥାଏ । ସମ୍ପାଦନା ମଣ୍ଡଳୀ ଦ୍ଵାରା ମନୋନୀତ ଲେଖା ଗୁଡିକ ପ୍ରତି ତିନି-ମାସ ଅନ୍ତରରେ ଏହାର ତ୍ରୟମାସିକ ଡିଜିଟାଲ ସଂକଳନକୁ ପଠାଯାଇଥାଏ । ଅମନୋନୀତ ଲେଖା ଗୁଡିକ ଫେରସ୍ତ ଦେବାର କୌଣସି ବ୍ୟବସ୍ଥା ନାହିଁ । ଲେଖା ଗ୍ରହଣ କରିବାର ଏକ ମାସ ମଧ୍ୟରେ ଯଦି ଲେଖାଟି ବଣମଲ୍ଲୀର ମହକ ୱେବ-ପୋର୍ଟାଲରେ ସ୍ଥାନିତ ନହୁଏ, ତାହାଲେ ଏହା ଅମନୋନୀତ ବୋଲି ଧରି ନିଆଯାଏ । କୌଣସି ଲେଖାରେ ସାଧାରଣ ଅଶୁଦ୍ଧି ଗୁଡିକୁ ଯଥା ସମ୍ଭବ ସଂଶୋଧନ କରିବାକୁ ଚେଷ୍ଟା କରାଯାଇଥାଏ ଏବଂ ଅତ୍ୟଧିକ ଅଶୁଦ୍ଧି ଥିଲେ ଲେଖାଟିକୁ ସଂଶୋଧନ କରି ଇ-ମେଲ ମାଧ୍ୟମରେ ପୁନଃ ପ୍ରେରଣ କରିବା ନିମନ୍ତେ ଲେଖକ ଲେଖିକା ମାନଙ୍କୁ ସୂଚନା ଦିଆଯାଇଥାଏ ।

 

  • ସ୍ଵ-ସମ୍ପାଦିତ ବ୍ୟବସ୍ଥା ବ୍ୟତୀତ ଇ-ମେଲରେ ଆସୁଥିବା ଲେଖା ଗୁଡିକ ଯେକୌଣସି ଓଡିଆ ଲିପି ସଫ୍ଟୱେର ମାଧ୍ୟମରେ ଡିଟିପି ହୋଇଥିବା ଆବଶ୍ୟକ, ଏ ଗୁଡିକୁ ପ୍ରକାଶ କରିବା ସହଜସାଧ୍ୟ ଏବଂ ତୁରନ୍ତ ହୋଇଥାଏ । ପ୍ରଥମ କରି ଲେଖା ପଠାଉଥିବା ଲେଖକ ଲେଖିକା ମାନଙ୍କ ନିମନ୍ତେ – ଆପଣଙ୍କ ଲେଖା ସହିତ ନିଜ ବିଷୟରେ ଦୁଇପଦ ଓ ନିଜର ନାମ, ଠିକଣା, ଇ-ମେଲ ଠିକଣା ଏବଂ ଏକ ରଙ୍ଗୀନ ଫଟୋ ପଠାଇବା ଆବଶ୍ୟକ । ଆପଣଙ୍କ ପରବର୍ତ୍ତୀ ଲେଖା ପାଇଁ ଆଉ ଏସବୁର ଆବଶ୍ୟକ ପଡି ନଥାଏ । ସମ୍ପାଦନା ମଣ୍ଡଳୀ ଦ୍ଵାରା ମନୋନୀତ ଲେଖା ଗୁଡିକ ପ୍ରକାଶନ ନିମନ୍ତେ ଲେଖକ ଲେଖିକାଙ୍କୁ ବଣମଲ୍ଲୀର-ମହକ ତରଫରୁ କୌଣସି ଆର୍ଥିକ ମୂଲ୍ୟ ପ୍ରଦାନ କରାଯାଏ ନାହିଁ ଏବଂ ବଣମଲ୍ଲୀର-ମହକ ତରଫରୁ କୌଣସି ଆର୍ଥିକ ମୂଲ୍ୟ ଗ୍ରହଣ କରାଯାଏ ନାହିଁ । ଏହା ସଂପୂର୍ଣ୍ଣ ଆର୍ଥିକ କାରବାର ମୁକ୍ତ ଅଟେ ।

 

  • ସମସ୍ତ ଲେଖକ ଲେଖିକା ଏବଂ ପାଠକ ପାଠିକା ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛିଯେ, ଯଦି କୌଣସି ଲେଖାରେ କିଛି ଆଇନିଗତ ସମସ୍ୟା ସୃଷ୍ଟି ହୁଏ, ସେଥିପାଇଁ ସମ୍ପୃକ୍ତ ଲେଖକ ଲେଖିକା ହିଁ ଦାୟୀ ରହିବେ । “ବଣମଲ୍ଲୀର-ମହକ” କର୍ତ୍ତୁପକ୍ଷ ଏଥି ନିମନ୍ତେ ଦାୟୀ ନୁହଁନ୍ତି । କୌଣସି ଲେଖା ପ୍ରକାଶ କରିବା କିମ୍ବା ନକରିବା ହେଉଛି “ବଣମଲ୍ଲୀର ମହକ” ସମ୍ପାଦନା ମଣ୍ଡଳୀର ଇଚ୍ଛାଧୀନ କାରବାର । ଏଥିପାଇଁ କୌଣସି ଲେଖକ ଲେଖିକାଙ୍କ କ୍ଷତି ପୂରଣ ଦାବୀକୁ ଗ୍ରହଣ କରାଯିବ ନାହିଁ ।

BANAMALLIRA MAHAK has been verified in terms of the provision to Section 6 of the PRB ACT 1867. The RNI code ODIODI07894 in favour of BANAMALLIRA MAHAK has been issued by RNI (Ministry of Information Science and Broadcasting, Government of India) The publication through BANAMALLIRA MAHAK should primarily contain news/views/articles etc. in Odia language.

Top