ସାହିତ୍ୟିକ ଓ ଦେଶପ୍ରେମୀ ମନମୋହନ ଚୌଧୁରୀ

ଧନଶ୍ରୀ ମିଶ୍ର,
ମାର୍ଫତ : ନୃସିଂହ ଚରଣ ସାହୁ,
ଆର.ପି-୧୨୫, ପାଣ୍ଡବ ନଗର,
ଟଙ୍କପାଣି ରୋଡ, ଭୁବନେଶ୍ଵର

ମନମୋହନ ଚୌଧୁରୀ (ଜନ୍ମ -୧୧ ଅକ୍ଟୋବର ୧୯୧୫ ) ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ଓ ସାହିତ୍ୟିକ ରୂପେ ପରିଚିତ ଥିଲେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମନମୋହନ ପିଲାବେଳରୁ ଦେଶପ୍ରେମୀ ଥିଲେ । ସ୍ଵାଧୀନତା ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ କଂଗ୍ରେସରେ ଯୋଗଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ହତ୍ୟା ପରେ ସେ କଂଗ୍ରେସ ଛାଡି ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଲେ । ଜୀବନର ଶେଷ ଭାଗରେ ସେ ଗାଁ ଗହଳି ସ୍ତରରେ କ୍ଷମତା ବିକେନ୍ଦ୍ରୀକରଣ କରିବା ପାଇଁ କାର୍ଯ୍ୟ କରୁଥିଲେ । ମହାତ୍ମା ଗାନ୍ଧୀ, ବିନୋବା ଭାବେ, ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ହରିହର ଓ ରବିନ୍ଦ୍ରନାଥ ଠାକୁରଙ୍କ ସହ ତାଙ୍କର ବ୍ୟକ୍ତିଗତ ପରିଚୟ ଥିଲା । ମନମୋହନ ଚୌଧୁରୀଙ୍କ ପିତା ଗୋପବନ୍ଧୁ ଚୌଧୁରୀ ଓ ମାତା ରମାଦେବୀ ଚୌଧୁରୀ ଉଭୟ ମଧ୍ୟ ସ୍ଵାଧୀନତା ସଂଗ୍ରାମୀ ଥିଲେ । ପିଲାଦିନରୁ ହିଁ ମନମୋହନ, ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ପିଲାଦିନେ ତାଙ୍କ ସାଙ୍ଗସାଥୀମାନେ ତାଙ୍କୁ “ଗାନ୍ଧୀ” ବୋଲି ଚିଡାଉଥିଲେ । ଥରେ ସେ ଖଦଡ଼ ପିନ୍ଧି ଏକ ବାହାଘରକୁ ମାର୍କୁଣ୍ଡି ହୋଇ ମଧ୍ୟ ଯାଇଥିଲେ । କୌଣସି ବିଧିବଦ୍ଧ ଶିକ୍ଷାଗ୍ରହଣ କରିନଥିଲେ ମଧ୍ୟ ମନମୋହନ ନିଜ ପ୍ରଚେଷ୍ଟାରେ ଏକାଧିକ ଭାରତୀୟ ଓ ବିଦେଶୀ ଭାଷା ଶିଖି ପାରିଥିଲେ ।

ମନ୍ତବ୍ୟ ରଖନ୍ତୁ: