Find On Web
108 results found for ""
- ପୁରୀ ଆଉ କେତେଦୂର
ହଠାତ୍ ଦିନେ ଅନୁଭବ ହୁଏ ଏଇମିତି କଣ ସକାଳ ଆସି ସଂଜ ହେଇଯାଉଥିଲା ସବୁଦିନ, ଜୀବନରେ ! ସ୍ଵପ୍ନ ପଛରେ ଦଉଡୁ ଦଉଡୁ ଜଣା ପଡେ ନାହିଁ ସମୟ ଥାକ ଥାକ ହେଇ ଏମିତି ଗୁନ୍ଥୀ ହେଇଯାଏ ସ୍ଵପ୍ନ ସବୁ ଯେ ରାସ୍ତା ଅସରା ଲାଗେ, ଠିକଣା ପରେ ଠିକଣା ଆହୁରି କେତେ ତା ଆଗକୁ ଆଗକୁ ଆଖି ପାଏ ନାହି, ସ୍ଵପ୍ନ ସରେ ନାହିଁ ଖୁସି ଲାଗେ, ଷ୍ଟେସନ୍ ପରେ ଷ୍ଟେସନ୍ ଉପଲବ୍ଧି ପରେ ଉପଲବ୍ଧି କୋଳାହଳ ସଳିତା ଯେ ଜଳି ଜଳି ସରିଯିବ ତା ପାଶୋର ହେଇ ଯାଇଥାଏ ନିଦ ଭାଙ୍ଗିଲା ବେଳକୁ ଗାଡି ହୁଏତ ପହଞ୍ଚି ଯାଇଥାଏ ଖୋରଧା ୟା ପରେ ଶେଷ ଷ୍ଟପ୍ ପୁରୀ ବାସ୍ ଏତେ ଜଲଦି ସରିଗଲା ରାସ୍ତା ! ଆଶ୍ଚର୍ଯ୍ୟ ଲାଗେ ଇଚ୍ଛା ହୁଏ ଅଟକେଇ ହୁଅନ୍ତା କି ଗାଡି ଘୁଞ୍ଚି ଯାଆନ୍ତା କି ପୁରୀ ଲାଗେ ଆଉ ଟିକେ ଲମ୍ବି ଯାଆନ୍ତା କି ଦିନ ସବୁ ! ପଛରେ ଛାଡି ଆସିଥିବା ରାସ୍ତା ସବୁ ମନେପଡେ ଆଉଥରେ ଚାଲିବାକୁ ଇଚ୍ଛା ହୁଏ ସେଠି, ଅତୀତରେ ବେଞ୍ଚ ରେ ଆଉ ଘଡିଏ ବସିବାକୁ ଅପେକ୍ଷାରେ, କାଳେ ଜୀବନ ବଦଳି ଯାଇଥାନ୍ତା ବୋଲି ଅନ୍ୟ ରାସ୍ତା, ଅନ୍ୟ ଯାତ୍ରୀ ଅନ୍ୟ ଏକ ସୂର୍ଯୋଦୟ ପାଇଁ ଆହୁରି କେତେ କଣ କରିବାକୁ ଥିଲା ମନେପଡେ ଗାଡି କିନ୍ତୁ ପଛକୁ ଚାଲେନି ହସ୍ପିଟାଲ୍ ରୁ ଘର, ପୁଣି ଘରୁ ହସ୍ପିଟାଲ୍ ଇଂଜେକସନ୍ ଆଉ ଟାବଲେଟ୍ ବା ମନ୍ଦିରରୁ ମନ୍ଦିର ପାପ ଆଉ ପୁଣ୍ୟ ଗଣୁ ଗଣୁ କେତେବେଳେ ହଂସା ଉଡି ଯାଇଥାଏ ପୁରୀରେ ଡକ୍ଟର ନୀଳମାଧବ କର ଓଲଭରହାମ୍ପଟନ, ଇଂଲଣ୍ଡ
- ସାହିତ୍ୟର କୋଣାର୍କ
ଭାଷା ମୋର ମାତା ଭାଷା ମୋର ପିତା ଭାଷା ମୋର ଭାଗବତ ଭାଷା ସାହିତ୍ୟର ସୁରକ୍ଷା ନିମନ୍ତେ ହେଉ ସଦା ମୋର ବ୍ରତ । ନୁହେଁ ମୁଁ ଗାଳ୍ପିକ ନୁହେଁ ଜଣେ କବି ନୁହେଁ ଜଣେ ପ୍ରାବନ୍ଧିକ ମାନସ ପଟଳେ ଶବ୍ଦ ଉତ୍ତାରିଣ ଗଢେ ସାହିତ୍ୟ କୋଣାର୍କ । କାହିଁକି କେଜାଣି ଶବ୍ଦ ସବୁ ଆସି ପାଶେ ଭିଡା ମୋଡ଼ି ହ୍ୱନ୍ତି ଛନ୍ଦାଛନ୍ଧି ହୋଇ ଶବ୍ଦ ରାଜି ସବୁ ମୂର୍ତ୍ତିମନ୍ତ ହୋଇ ଯାନ୍ତି । ସାହିତ୍ୟ ସାଧନା ସହଜ ନୁହଁଇ ଫୁଲ ମାଳ ଗୁନ୍ଥା ପରି ନିଖୁଣ ମୂର୍ତ୍ତିଟେ ଗଢିବାକୁ ହେଲେ ଲୋଡ଼ା ଯେ ଶବ୍ଦ ଚାତୁରୀ । କଳ୍ପନା ରାଇଜେ ଉଡ଼ିବୁଲୁ ଥିବା ଭାବନାର ଶବ୍ଦରାଜି ଉଦ୍ଭାସିତ ସବୁ ଭାବନା ସମୁଦ୍ରେ ଉତ୍ତାଳ ତରଙ୍ଗେ ମଜ୍ଜି । ଅନୁଭବେ ଯାହା ଲେଖିଚାଲେ ତାହା ଲେଖିବାଟା ମୋର ନିଶା ଚରିତ୍ର ଚିତ୍ରଣ କରେ ସନ୍ତର୍ପଣେ ଶୁଦ୍ଧ କରି ମୋର ଭାଷା । ଭାବନା ଭିତରେ ଭାଷାର ପ୍ରାବଲ୍ୟ ଆସିଯାଏ ଯେତେବେଳେ ମନେ ଭାବ ଭରି ଶବ୍ଦମାଳା ଗୁନ୍ଥି ବିନ୍ୟାସେ ସଞ୍ଜ ସକାଳେ । ଗଢ଼ି ଚାଲିବି ମୁଁ ସାହିତ୍ୟ କୋଣାର୍କ ଅଦମ୍ୟ ଉତ୍ସାହ ଭରି ଆଲୋଚନା ଅବା ସମାଲୋଚନାରେ ମଥା ମୋର ନତ କରି । ମନୋଜ କୁମାର ଭୋଇ ପ୍ରତିଷ୍ଠାତା, ସାହିତ୍ୟ ସଂସଦ ଟିକାବାଲି, କନ୍ଧମାଳ
- ମୁଁ ଯେ ଚାହିଁଅଛି ଚଉବାହାକୁ
ମୁଁ ଯେ ଚାହିଁଅଛି ଚଉବାହାକୁ ସେ ତ ଚଳାଏ ମୋ ଟିକି ନାଆକୁ ହୃଦେ ଧ୍ୟାୟୀ ପଦପଙ୍କଜକୁ ତା'ର ପାରି ହେବି ଭବ ସିନ୍ଧୁକୁ ॥୦॥ ହାତ ନାହିଁ ସିନା ଆହୁଲା ଚାଳୁଛି ପାଦ ନାହିଁ ସାରା ବ୍ରହ୍ମାଣ୍ଡ ବୁଲୁଛି ଯାହା ଦେଖେ ସବୁ ଅଟେ ତା'ର ଦାନ ଆନନ୍ଦେ ଭରଇ ମନକୁ ପାରି ହେବି ଭବ ସିନ୍ଧୁକୁ ॥୧॥ ଚକାଆଖି ଦୁଇ ନପଡ଼େ ପଲକ ଟାଣୁଥାଏ ପାଶେ ନୁହଇ ଚୁମ୍ବକ ରତ୍ନ ସିଂହାସନେ ଦେଖାଏ ଝଲକ ଭାବ ଯୋଡ଼ିଦେବି ଚକାବଇଠିରେ ପାରି ହେବି ଭବ ସିନ୍ଧୁକୁ ॥୨॥ ଏ ଦେହଟି ମୋର ନଉକା ତାହାର ନାବିକ ହୋଇ ସେ ନେଉ ଯେଉଁ କୂଳ ସେଇଟି ମୋହର ବୈକୁଣ୍ଠ ଭୁବନ ତେଜିବି କି ଅହମିକାକୁ ପାରି ହେବି ଭବ ସିନ୍ଧୁକୁ ॥୩॥ ରଙ୍ଗନାଥ ରଥ ବରଗଡ ବ୍ରିଟ କଲୋନୀ, ବୁବନେଶ୍ଵର ଦୂରଭାଷ - ୯୮୬୧୦୩୧୨୨୭
- ଆମେ ସ୍କୁଲ ଯିବା
ଆସ ପିଲେ ଆମେ ସ୍କୁଲ ଯିବା ଲେଖି ପଢି ଦେଶ ନାଁ ରଖିବା । ଆମ ଗାଆଁ ସ୍କୁଲ ଅତି ସୁନ୍ଦର ଶିକ୍ଷକ କରନ୍ତି ଭାରି ଆଦର । ସେଇଠି ରହିଛି ସବୁ ସୁବିଧା ପଢ଼ା ଖିଆ ପିଆ ଖେଳର ମଜା । ଉତ୍ସବ ଦିବସ ମନକୁ କଳି ମାଗଣା ପୋଷାକ ଭଳିକି ଭଳି । ପକ୍କା କୋଠା ଚିତ୍ର ମନକୁ କିଣେ ସ୍କୁଲ ଘଣ୍ଟା ରଡି ଡାକିକି ଆଣେ । ସେଠୁ ଫୋନ ଆସେ ଦିନେ ନ ଗଲେ ପୁରସ୍କାର ମିଳେ ତାରକା ମେଳେ । ଚିକିତ୍ସା ସୁବିଧା ଅଛି ସେଠାରେ ଆମ ଭବିଷ୍ୟତ ଗଠନ କରେ । ଆମ ସ୍କୁଲ ଲାଗେ ଅତି ନିଜର ବଡ଼ ହୋଇ ନାମ ରଖିବା ତା'ର । ପ୍ରକୃତିବନ୍ଧୁ ରଞ୍ଜନ କୁମାର ବ୍ରହ୍ମା, ଶିକ୍ଷକ ଚିକିଟୀ ଗଡ଼, ଗଞ୍ଜାମ ମୋ ନଂ - ୮୨୪୯୪୯୬୪୫୫
- ମାଁ ମାଣିକେଶ୍ୱରୀ
ଅଧିଶ୍ୱରୀ ଅଟୁ ତୁହି କଳାହାଣ୍ତି ତୋ ନାମେ ଉଡଇ ନେତ, ଆଦିଶକ୍ତି କାତ୍ଯାୟନୀ ଭଇରବୀ ନାମେ ପୁରପଲ୍ଲୀ ଖ୍ୟାତ ॥ ତୋଗୁଣ ଗାରିମା ସଙ୍ଗେ ତୋ ମହିମା ଚଉଦିଗେ ତୋର ଆଖି, ଦୁଃଖି, ରଙ୍କୀଙ୍କର ଅଟୁ ସହୋଦର ତୁ ଅଟୁ ଧବଳମୁଖି ॥ ତୁହି ମାହେଶ୍ୱରୀ ତୁହି ଲଙ୍କେଶ୍ୱରୀ ତୁହି ମହିଷାମର୍ଦ୍ଧିନୀ, ତୁହି ଶାକମ୍ବରୀ ତୁହି ଖମ୍ବେଶ୍ୱରୀ ତୁହି ଦୁଃଖ ନିବାରିଣୀ ॥ ତୁ ବିନ୍ଧ୍ୟବାସିନୀ ମନ୍ଦାର ମାଳିନୀ କେତେକେତେ ତୋର ରୂପ, ତୁହି ଠାବଦାତ୍ରୀ ତୁହି ରକ୍ଷାକର୍ତ୍ତ୍ରୀ ଅସମ୍ଭାଳ ତୋର କୋପ ॥ ହୁଳ ହୁଳି ନାଦ ଭେରୀ ତୁରୀ ବାଦ ରାଜରାସ୍ତେ କରୁ ନୃତ୍ୟ, ତୁହି କ୍ଷମାମୟୀ ତୁହି ରକ୍ଷାମୟୀ ଥରହର ସବୁ ଦୈତ୍ୟ ॥ ଆର୍ତ୍ତତ୍ରାଣ ଖୁର୍ଡିଆ ବଙ୍କିଆ, ବୀ.ମା.ପୁର, ସୋନପୁର
- ଭାବୁଛ ନିଜକୁ ହିରୋ
ନିଜର ବେଶ ଭୂଷା ଦେଖେଇ ଭାବୁଛ ନିଜକୁ ହିରୋ କିନ୍ତୁ ତୁମ ଭିତରେ ଦେଖିଲେ ଅଟ ତୁମେ ଜିରୋ । ଏକ ଝିଅକୁ ପଟେଇ ଗର୍ବିତ ରୋମିଓ ସାଜିଛ ନିଜ କୁ ନିଜେ କେତେ ଯେ ଗର୍ବିତ କରୁଅଛ । ପ୍ରେମ ଅଟଇ ନୁହେଁ ଜନ୍ମ ଜନ୍ମ ଜନ୍ମାନ୍ତର ପ୍ରେମିକା ବି ଦିନେ କହିବ ମୁ କିଏ ତୁମର । କେତେ ଠକିବ ଦୁଃଖରେ ଅଛି ଜଞ୍ଜାଳରେ ଅଛି କିନ୍ତୁ ପାଗଳ ପ୍ରେମିକ ତା ପାଇଁ କେତେ ଝୁରୁଛି । ଜାଣିନାହିଁ ତା ମନ ଭିତର ଭିତିରିଆ ପ୍ରକୃତି ଜାଣିଲେ ରହିପାରିବୁନି ପିଟିହେବୁ ନିଜ ଛାତି । ଦିନେ ଲାଗୁଥିଲା ତା କଥା ସବୁ ମହୁ ମିଠା କିନ୍ତୁ ଆଜି ବନେଇ ଦେଇଛି ଗୋଟେ ଚୋଠା । ସଞ୍ଜୟ ନାଏକ ରଏନଗୁଡା, କୋକସରା, କଳାହାଣ୍ଡି ମୋ-୮୨୬୦୪୩୮୨୭୩
- ଖୋଜୁଛି ଅଠି ପହର
ନାଁ ଅଟେ ଆପଣାର ନାଁ ଅଛି ଅଧିକାର, ନାଁ ଦେଇଛି ସିନ୍ଦୁର ନାଁ ଦିଶୁଛି ସୁନ୍ଦର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ଦେଲି ଉପହାର ନାଁ କଲି ଉପକାର, ନାଁ ଅଛି ଧନ ମୋର ନାଁ ଅଛି ମହଲ ମୋର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ହେବୁ ରାଣୀ ମୋର ନାଁ ହେବି ରାଜା ତୋର, ନାଁ ମୁହିଁ ସଂପର୍କର ନାଁ ମୁହିଁ ସୁଗୁଣର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ସାଥି ଜୀବନର ନାଁ ସାଥି ମରଣର, ନାଁ ସାଥି ବନ୍ଧୁତାର ନାଁ ସାଥି ବନ୍ଧନର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ନାଁ ସଂଧ୍ୟା ସପନର ନାଁ ରବି ସକାଳର, ନାଁ ରଙ୍ଗ ପୀରତିର ନାଁ ଫଗୁ ବସନ୍ତର, ତଥାପି ମନ ମୋର ଖୋଜୁଛି ଅଠି ପହର ॥ ତଥାପି ମନ ମୋର ଖୋଜୁଛି ଅଠି ପହର ॥ ଆର୍ତ୍ତତ୍ରାଣ ଖୁର୍ଡିଆ ବଙ୍କିଆ, ବୀ.ମା.ପୁର, ସୋନପୁର
- ଭାସିଯା ଆମ କାଗଜ ଡ଼ଙ୍ଗା
ଆକାଶରୁ ଝର ଝର ବହୁଛି ବରଷା ଧାର ଗାଆଁ ବଡ଼ଦାଣ୍ଡ ଆମ ଦିଶୁଛି କେଡେ ସୁନ୍ଦର । ବାସୁଛି ଧୂଳି ଚନ୍ଦନ ବହୁଛି ଥଣ୍ଡା ପବନ ମେଘୁଆ ପାଗଟି ଦେଖି ଖୁସି ହୋଇଯାଏ ମନ । ଲାଗୁଛି ଟିକେ ଶୀତୁଆ ମନ ହୁଏ ଅମାନିଆ ଭିଜିବାକୁ ପୁଣି ଥରେ ବରଷାରେ ହୋଇ ଠିଆ । ଟୁପୁରୁ ଟାପୁରୁ ମେଘ ଲାଗୁଅଛି ଅତି ବାଗ ତା' ସଙ୍ଗେ ଗରମ ମୁଡ଼ି ଏଇତ ଅଭୁଲା ପାଗ । ଶୀତଳ ପବନ ବାଜି ତନୁ ମନ ଯାଏ ଭିଜି ଅନେକ ଦିନ ଯେ ବିତି ଆସିଛି ଏ ଦିନ ଆଜି । ଆସିଛି ବରଷା ରାଣୀ ଆ ମୋର ସୁନା ଭଉଣୀ କାଗଜରେ କରି ଡ଼ଙ୍ଗା ଭସେଇବା ଦୁହେଁ ପୁଣି । କରିବିନି ମୁହିଁ କଳି ସେନେହକୁ ଦେବି ବୋଳି ଚାଲିଆ ପାଖକୁ ମୋର ନକରି ଅଝଟ ଅଳି । ଖବର କାଗଜ ଚିରି ଡ଼ଙ୍ଗା ଦେବି କେତେ କରି ଖେଳିବୁ ସରାଗେ ତୁହି ନିଜ ହାତରେ ତୋ ଧରି । ଭାଇ ଓ ଭଉଣୀ ମିଶି ନାଆ ଭସେଇଲୁ ହସି ଆମ ଦାଣ୍ଡ ପିଣ୍ଡାପରେ ପାଖାପାଖି ହୋଇ ବସି । ଭାସିଯାରେ ଡ଼ଙ୍ଗା ତୁହି ପାଣି ଯିବ ଯେଣେ ବହି କାହାକୁ ନଦେବୁ ଧରା କେଉଁଠି ନଯିବୁ ରହି । ଅମରନାଥ ବାରିକ୍ କୟାଁ, ମଙ୍ଗଳପୁର, ଯାଜପୁର ଦୂରଭାଷ - ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
- ଓଡ଼ିଆ ବୋହୁ
ଗେଲବସରର ଦିନ ସରିଗଲା କନ୍ୟାରୁ ହୋଇଲି ବଧୂ ପରକୁ ଆପଣା ସ୍ନେହେ ପ୍ରେମେ କଲି ବରଷିଲା ଖାଲି ମଧୁ । ପ୍ରଭାତୁ ଉଠିଣ ଗୋମୟ ସିଞ୍ଚିଲି ଦୁଆର ଅଗଣା ସାରା, ମୁଖ ପ୍ରକ୍ଷାଳନ ଗୃହ ପରିଷ୍କାର ଆସିବା ଆଗରୁ ଖରା । ଶୌଚାଦି କରମ ନିତ୍ୟ ପୂଜା ପାଠ ସାରି ମୁଁ ଯତନ ଭରେ ଶାଶୁ ଓ ଶ୍ଵଶୁର ପିତା ମାତା ମୋର ଆଶୀର୍ବାଦ ଭିକ୍ଷା କରେ । ଧୀରେ ଧୀରେ ଯାଏ ରୋଷେଇ ଘରକୁ ରାନ୍ଧଣାରେ ଦିଏ ମନ ଜଳପାନ ଆଉ ମଧ୍ୟାହ୍ନ ଭୋଜନ କରେ ସର୍ବ ଆୟୋଜନ । ଏହି ନିତ୍ୟ କର୍ମ ସବୁ ଦିନ ଥାଏ ତା'ପରେ ଅନେକ ଅଛି ବ୍ରତ ଉପବାସ ପିଠା ପଣା ଭୋଗ ସବୁ କରେ କିଛି କିଛି । ପରିବାରଟିକୁ ସ୍ୱର୍ଗ କରିବାକୁ ସବୁ ଦୁଃଖ ସହି ଯାଏ କଟୁ କଥା କହି କାହାରି ମନରେ ଅଶାନ୍ତି କେବେ ନ ଦିଏ । ରୋଗରେ ପଡିଲେ ମୋ ଘରେ କେହିବି ରଖିଥାଏ ମୁଁ ନଜର ସେବା ଶୁଶ୍ରୁଷାରେ ଉଣା କରେ ନାହିଁ ଥାଏ ପଛେ ଉଜାଗର । ତଥାପି ଏତିକି ଯାହା ମୁଁ କରିଛି କହିଦେଲି କହୁ କହୁ ପସନ୍ଦ ଆସିଲେ କହିଦେବ ଥରେ ମୁଁ ଓଡ଼ିଆ ଘରର ବୋହୁ ମୁଁ ଓଡ଼ିଆ ଘରର ବୋହୁ । ଅଞ୍ଜନା ନନ୍ଦ କେନ୍ଦୁଝର, ଓଡିଶା
- ସେ ଜାଳିବ ଆମେ ଜଳିବା
ଆଜି ଜଙ୍ଗଲ ଜଳୁଛି ଦୁନିଆ ଦେଖୁଛି ଚକିତ ଆମେରିକାବାସୀ । ବେଳୁ ସାବଧାନ ନ ହୋଇପାରିଲେ ଜଳିବ ଆମରି ଛାତି ।। ଜଳି ଜଳି ବନ ବାରତା ଦେଉଛି ଅତିଷ୍ଠ ମଣିଷ ଗୁଣେ । ପଲିଥିନ ମୋହ ନ ଛାଡି ପାରିଲେ ଜଳିବା ଆସନ୍ତା ଦିନେ ।। ଦାଣ୍ଡ ବାରି ପକ୍କା ସିମେଣ୍ଟ ଶିଳା ରାସ୍ତା ସହାୟ ହେବେନି କେହି । ଗଛ କାଟିଅଛେ ପଡିଆ କରିଛେ ଜାଳିବ ସେପରି ସେଇ ।। ପାଦପ ଲଗାଅ ଯତନଟି ନିଅ ଲାଗିଥିବା ଜଙ୍ଗଲର । ଉପଯୁକ୍ତ ଯଜ୍ଞ ବିଶ୍ଵପାଇଁ ହେବ ପାଇବା ପ୍ରକୃତ ବର ।। ସମୁଦ୍ର ଜଗିବ ମାଟି ପାଣି ଥିବ ଜୀବ ଜଗତର ପାଇଁ । ଦେବତାଙ୍କ ସମ ସାନ୍ନିଧ୍ୟ ପାଇବା ଜୀବ ଥିବ ଯେତେଯାଇଁ ।। ଅଶାନ୍ତ ପୃଥିବୀ ଅଶାନ୍ତ ପ୍ରକୃତି ଅଶାନ୍ତି ମଣିଷ ଜାତି । ଜାଳି ପୋଡି ଦେବ ଭସାଇ ଚାଲିବ ଆସୁଛି ଏବେ ସମାପ୍ତି ।। ରଞ୍ଜନ କୁମାର ବ୍ରହ୍ମା ଚିକିଟୀ ଗଡ଼, ଗଞ୍ଜାମ ଦୂରଭାଷ - ୮୨୪୯୪୮୬୪୫୫
- ବିଶ୍ଵ ବନ୍ଦିତା
ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ମରତ ଭୁବନେ ଆଜି, ମାଆ ସରସ୍ଵତୀ କରିଛନ୍ତି ବିଜେ ବିଦ୍ୟା ଅଧିଷ୍ଠାତ୍ରୀ ସାଜି । ଶ୍ଵେତାମ୍ବରୀ ବୀଣା ବାଦିନୀ, ଆରୁଢ଼ା ହଂସ ପୃଷ୍ଠେ ସୁଶୋଭିତା, କମନୀୟ ରୂପ କାନ୍ତି ପଦ୍ମେସ୍ଥିତା ହସ୍ତେ ପୁସ୍ତକ ରଞ୍ଜିତା । ବକ୍ଷ ସ୍ଥଳେ ମୋତି ଝଲସାଏ ଜ୍ୟୋତି ବିଦ୍ୟା, ବୁଦ୍ଧିପ୍ରଦାୟିନୀ, ତବ ଦିବ୍ୟ ଜ୍ଞାନ ଲଭିଲେ, ହୋଇବେ ମହା ମୁର୍ଖ ମହା ଜ୍ଞାନୀ । ଘେନ ମୋ ପ୍ରଣତି ସାରଦା, ବରଦା ଭକ୍ତି ପ୍ରିୟା ମହାଶ୍ୱେତା, ସ୍ଥାବର, ଜଙ୍ଗମ, କୀଟ, ପ୍ରାଣୀ ନିତ୍ୟ ବିଶ୍ଵ ଭୁବନ ବନ୍ଦିତା । ମୀନାକ୍ଷି ପାଢ଼ୀ ଚିକିଟୀ ପେଣ୍ଠ, ଗଞ୍ଜାମ ଦୂରଭାଷ - ୯୭୭୬୫୪୫୦୦୧
- ଆମେ ଠିକ୍ ତ ?
ପାଶ୍ଚାତ୍ୟ ସଭ୍ୟତା ଅନ୍ଧାନୁକରଣେ ହେଉଅଛୁ ଦିଗଭ୍ରାନ୍ତ ଭ୍ରଷ୍ଟାଚାର ତଥା ବ୍ୟଭିଚାରେ ରହି ମନ ହୋଇଥାଏ ଶ୍ରାନ୍ତ । ନୀତି ବିହୀନତା ଅର୍ଥ ଲୋଲୁପତା କରିଛି ଆମକୁ ଗ୍ରାସ ଶୈଶବ ଯୌବନ ଦିଶାହୀନ ହୋଇ ହରାଉଛି ଶୁଭ୍ର ବାସ । ଆଧ୍ୟାତ୍ମିକ ଶିକ୍ଷା ବହୁ ଦୂରେ ରହି ହେଉଅଛି ଛଟପଟ ଶତ ଚେଷ୍ଟାକରି ଆମରି ସହିତ ହୋଇପାରୁନାହିଁ ଭେଟ । ସଦାଚାର ଭାଵ ପ୍ରୀତିର ବିଭବ ନହୁଏ ବୀଜ ବପନ ସତ୍ୟ ଓ ଅହିଂସା ବ୍ରାହ୍ମଚର୍ଯ୍ୟ ମାର୍ଗ ହେଉଛି ସାତ ସପନ । ମନୁଷ୍ୟ ଜୀବନ ବାସ୍ତବ ଲକ୍ଷ୍ୟରେ ନହୁଏ ମନୋନିବେଶ ଶୁଣିବାକୁ କ୍ଷଣେ ଅପ୍ରସ୍ତୁତ ସିଏ ଅକୃତ୍ରିମ ଉପଦେଶ । ଶାଶ୍ୱତ ସୁଖର ସନ୍ଧାନ ନିମନ୍ତେ ଯାଇ ସାଧନା ପଥରେ ଜୀବନରେ ଯୋଗ ଧର୍ମ ଆଚରିଲେ ଶୁଦ୍ଧତା ଆସେ ଚିତ୍ତରେ । ସଂସ୍କାର ସଂସ୍କୃତି ଆମ ପରମ୍ପରା ଅଟେ ସବୁଠୁ ମହାନ ଆମେ ଠିକ୍ ବୋଲି କହିବା କାହାକୁ ଦୂରେଇ ତା'ଠାରୁ ପୁଣ । କାହା ପ୍ରତି କ୍ରୋଧ ନିନ୍ଦା ପରଶିଲେ ନହୁଏ ଶୂନ୍ୟ ପୂରଣ ଭକ୍ତି ଓ ଜ୍ଞାନର ପରମ ବଇରି ଅଟେ କ୍ରୁର ହିଂସାପଣ । ଆଚାର ଅଟଇ ଶ୍ରେଷ୍ଠ ଉପଦେଶ ସତ୍ୟର ପରିଚାୟକ ସମୃଦ୍ଧିର ମୂଳ ମଙ୍ଗଳ ଦାୟକ ଶକ୍ତି ମୁକ୍ତି ପ୍ରଦାୟକ । ଅନିନ୍ଦିତ କର୍ମ କରିଣ ସରସେ ବହି କ୍ଷମାଶୀଳ ଗୁଣ ଉଚ୍ଚ ଆଦର୍ଶରେ ଆଗକୁ ବଢିଲେ ହେବ ନିଜ ମୂଲ୍ୟାୟନ । ଅନୁପମା ବିଶ୍ଵାଳ ସମ୍ବଲପୁର, ଓଡିଶା ଦୂରଭାଷ - ୭୯୭୮୫୬୮୩୨୨