ଛବି ଦେଖନ୍ତୁ କବିତା ଲେଖନ୍ତୁ

kg_logo

ପ୍ରତିଯୋଗୀତାର ନାମ :
ଛବି ଦେଖନ୍ତୁ କବିତା ଲେଖନ୍ତୁ

ପ୍ରତିଯୋଗୀତାର ସ୍ଥାନ :
ହ୍ଵାଟସଆପ ସଙ୍ଘ "କବିର ଘର"

ପ୍ରତିଯୋଗୀତାର ସମୟ :
ପ୍ରତ୍ୟେକ ମାସର ପ୍ରଥମାର୍ଦ୍ଧ (୧ ରୁ ୧୫ ତାରିଖ) ଏବଂ ଦ୍ଵିତୀୟାର୍ଦ୍ଧ (୧୬ ରୁ ୩୦ ତାରିଖ)

ଉଦ୍ଦେଶ୍ୟ : ଛବିଟିଏ ଦେଖି କବିତା ଲେଖିବା ହେଉଛି ଏହି ପ୍ରତିଯୋଗିତାର ବିଶେଷତ୍ଵ । କବିର ସୃଜନଶୀଳତାର ଅଭିବୃଦ୍ଧି ଦିଗରେ ଏହି ପ୍ରତିଯୋଗୀତାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ଅଂଶଗ୍ରହଣ କରିବାର ନିୟମ :

  • ଛବିଟିଏ ଦେଖି କବିତା ଲେଖିବା ହେଉଛି ଏହି ପ୍ରତିଯୋଗିତାର ବିଶେଷତ୍ଵ । କବିର ସୃଜନଶୀଳତାର ଅଭିବୃଦ୍ଧି ଦିଗରେ ଏହି ପ୍ରତିଯୋଗୀତାର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
  • ଏହି ପ୍ରତିଯୋଗୀତା କବିରଘର ହ୍ଵାଟସଆପ ସଙ୍ଘରେ ଅନୁଷ୍ଠିତ ହୋଇଥାଏ । ଏଥିରେ ଅଂଶଗ୍ରହଣ କରିବା ନିମନ୍ତେ ଆପଣଙ୍କୁ ପ୍ରଥମେ କବିରଘର ହ୍ଵାଟସଆପ ସଙ୍ଘର ସଦସ୍ୟତା ଗ୍ରହଣ କରିବାକୁ ପଡିଥାଏ । ଯଦି ବର୍ତ୍ତମାନ ସୁଧା ଆପଣ ଏହି ସଙ୍ଘରେ ଯୋଗ ଦେଇ ନାହାଁନ୍ତି, ତେବେ ଆମ ହ୍ଵାଟସଆପ ନମ୍ବର ୮୦୧୮୬୪୬୭୦୪ ଇଂରାଜୀରେ JOIN ଲେଖି ପଠାନ୍ତୁ । ଆମେ ଆପଣଙ୍କୁ ଯୋଗାଯୋଗ କରିବା ସହ ଆପଣଙ୍କୁ ଏହି ସଙ୍ଘର ସଦସ୍ୟତା ପ୍ରଦାନ କରିବୁ । ସଙ୍ଘର ସଦସ୍ୟତା ଗ୍ରହଣ କରିସାରିଲା ପରେ ଆପଣ "ଛବି ଦେଖନ୍ତୁ କବିତା ଲେଖନ୍ତୁ" ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ।
  • ଏହି ପ୍ରତିଯୋଗୀତା ପ୍ରତି ୧୫ ଦିନରେ ଥରେ ଅନୁଷ୍ଠିତ ହୋଇଥାଏ । ଅର୍ଥାତ ମାସର ପ୍ରଥମାର୍ଦ୍ଧ ପ୍ରତିଯୋଗୀତା ନିମନ୍ତେ ଚୟନ କରାଯାଇଥିବା ଛବିଟିକୁ ୧ ତାରିଖରରେ ଏବଂ ଦ୍ଵିତୀୟାର୍ଦ୍ଧ ପ୍ରତିଯୋଗୀତା ନିମନ୍ତେ ଚୟନ କରାଯାଇଥିବା ଛବିଟିକୁ ୧୬ ତାରିଖରେ କବିରଘର ହ୍ଵାଟସଆପ ସଙ୍ଘରେ ଉପସ୍ଥାପିତ କରାଯାଏ । ପ୍ରଥମାର୍ଦ୍ଧରେ ୧୫ ତାରିଖ ରାତି ଘ ୧୧:୫୯ ମି ପର୍ଯ୍ୟନ୍ତ ଏବଂ ଦ୍ଵିତୀୟାର୍ଦ୍ଧରେ ୩୦ ତାରିଖ ରାତି ଘ ୧୧:୫୯ ମି ପର୍ଯ୍ୟନ୍ତ କବି/କବୟତ୍ରୀ ମାନଙ୍କ ଠାରୁ ଲେଖା ଗ୍ରହଣ କରାଯାଇଥାଏ ।
  • ପ୍ରତିଯୋଗୀତା ନିମନ୍ତେ ଲେଖାଟି ପଠାଉଥିବା କବି/କବୟତ୍ରୀ ମାନେ ସ୍ଵ-ରଚିତ କବିତା ତଳେ ନିଜ ନାମ ଓ ଠିକଣା ଲେଖିବା ବାଧ୍ୟତାମୂଳକ । ନାମ ଓ ଠିକଣା ସୂଚିତ ହୋଇନଥିଲେ ଏବଂ ନିର୍ଦ୍ଧାରିତ ସମୟ ଅତିକ୍ରମ କରିସାରିଥିଲେ କବିତାଟି ପ୍ରତିଯୋଗୀତାର ଅନ୍ତର୍ଭୁକ୍ତ ହୋଇନଥାଏ ।
  • ପ୍ରଥମାର୍ଦ୍ଧର ଫଳାଫଳ ଦ୍ଵିତୀୟାର୍ଦ୍ଧର ଶେଷ ବେଳକୁ ଏବଂ ଦ୍ଵିତୀୟାର୍ଦ୍ଧର ଫଳାଫଳ ପରବର୍ତ୍ତୀ ମାସର ପ୍ରଥମାର୍ଦ୍ଧର ଶେଷବେଳକୁ ଘୋଷିତ ହୋଇଥାଏ । ଶ୍ରେଷ୍ଠ ଲେଖା ତିନୋଟିକୁ ବିଜେତା ଘୋଷଣା କରାଯାଇ କବିରଘର ଅନୁଷ୍ଠାନ ତରଫରୁ ଡିଜିଟାଲ ମାନପତ୍ର (ପିଡିଏଫ ଏବଂ ଇମେଜ ଆକାରରେ) ପ୍ରଦାନ କରାଯାଇଥାଏ ।


ସୌଜନ୍ୟ

କବିରଘର ହ୍ଵାଟସଆପ ସଙ୍ଘ
ଯୋଗାଯୋଗ : ୮୦୧୮୬୪୬୭୦୪