ତୁ ନଥିଲେ ମା’ ମୋର ନାହିଁ ନାଁ – ଜିତେନ୍ଦ୍ର ସାହୁ

ଯେବେ କିଣିଭିଣା କରି ଝୁଣି ପକାଉଥାଏ କ୍ଷୁଧା ମୋ ଉଦର ଭିତରେ, ସେତେବେଳେ ତୋରି ହିଁ ନାଁ ସର୍ବପ୍ରଥମେ ମୋ ମୁଖରୁ ନିସୃତ ହୋଇଥାଏ । ମୁଁ ବଡହେଲା ପରେ ସିନା ତୋ କୋଳ ଛାଡି ରୋଜଗାର ପାଇଁ ପରଦେଶୀ ହେଇଗଲି କିନ୍ତୁ, ତୋର ପଣତକାନି ତଳରୁ ଚାଲିଆସିଲା ପରେ ସତେ ଯେମିତି ମୋ ଶ୍ବାସରୁଦ୍ଧ ହେଲା ଭଳି ଲାଗୁଛି । ତୁ ମୋର ସମୀପରେ ରହିଥିଲେ ମୁଁ କେବେବି ବିଚଳିତ ବିବ୍ରତ ହେଉନଥିଲି । କିନ୍ତୁ ତୋ’ର ଅନୁପସ୍ଥିତ ମତେ ସଦାସର୍ବାଦା ଖାଇ ଗୋଡାଉଥାଏ । କେବେ ଭୋକ ଉପାସରେ କିମ୍ବା କୌଣସି ରୋଗରେ ପିଡୀତ ହେଲେ, ଦୁରେ ଥାଇ ମଧ୍ୟ ତୁ ମୋ ଆଖିର ଅଶ୍ରୃକୁ ରୋକି ଅଧରରେ ହସ ହୋଇ ହୃଦୟକୁ ହାଲକା କରିଦେଉଥାଉ । ତୋର ମଧୂର କଥାଗୁଡିକ ମଲମ ହୋଇ ମତେ ଯଥାଶିଘ୍ର ଆରୋଗ୍ୟ ଲାଭ କରିବାପାଇଁ ବାଧ୍ୟ କରିଦେଉଥାଏ । ସତରେ ତୁ ସର୍ବବ୍ୟାପି, ଯେତେ ଦୁରେ ତୁ ରହିଲେ ମଧ୍ୟ ତୋର ସ୍ନେହ, ମମତା ଓ ଭଲପାଇବା କେବେ ମଧ୍ୟ ସନ୍ତାନ ଠାରୁ ଅଲଗା ହୋଇ ରହିପାରେନା । ଜୀବନର ପ୍ରତିଟି ଖୁସିକୁ ଜଳାଞ୍ଜଳି ଦେଇ ଛୋଟରୁ ବଡ କରିଥାଉ ଏବଂ ପରଦେଶ ଗଲେ ମାନସିକ, ପୂଜା ବ୍ରତ କରି ଶୁଭ ମନାସୁଥାଉ । ତେଣୁ ତୋର ସେନେହ ମମତା ଠାରୁ ବଳି ଆଉକିଛି ନାହିଁ । ମା’ ସତରେ କେଡେ ମଧୁର ତୋର ନାଁ ! ନା ତୋ ଶବ୍ଦର କିଛି ବିକଳ୍ପ ଅଛି ନା ବାଖ୍ୟା କରିହେଉଛି, ଯାହାଖାଲି ଅନୁଭବ ହିିଁ କରି ହେଇପାରୁଛି । ମା’ ଶବ୍ଦର ସଂଜ୍ଞା ଲେଖିବା ସଭିଙ୍କ ପକ୍ଷରେ କାଠିକର ପାଠ ଆଉ କ’ଣ ବା ମୁଁ ଅଧିକା ଲେଖିପାରିବି । ଗୋଟିଏ ଶବ୍ଦରେ ଖାଲି ଏତିକି କହିବି “ତୁ ନଥିଲେ ମା’ ମୋର ବି ନାହିଁ ନାଁ……।।”

ମନ୍ତବ୍ୟ ରଖନ୍ତୁ: