ସାରସ୍ଵତ ପରିଚୟ ଓ ସୃଷ୍ଟି

Change your cover photo
Change your cover photo

ସାହିତ୍ୟ ସହିତ ସମ୍ପର୍କ ଖୁବ ପିଲାବେଳୁ । ସାହିତ୍ୟ କ୍ଷେତ୍ରରେ ମୋର ପ୍ରଥମ ପ୍ରେରଣା ହେଉଛନ୍ତି ମୋର ସ୍ଵର୍ଗତ ପିତା । ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା ବେଳେ ହୃଦୟକୁ ଖୁବ ବ୍ୟଥିତ କରିଥିବା ଏକ ଘଟଣାକୁ ନେଇ ମୋର ପ୍ରଥମ ସାରସ୍ଵତ ସୃଷ୍ଟି “ଅପରେସନ” ନାମରେ ଛୋଟ ଏକାଙ୍କିକାଟିଏ । ଦଶମ ଶ୍ରେଣୀରେ ପାଠ ପଢୁଥିଲା ବେଳେ ଆଞ୍ଚଳିକ ସ୍ତରୀୟ ଗଳ୍ପ ଲିଖନ ପ୍ରତିଯୋଗିତାରେ ଶୀର୍ଷସ୍ଥାନ ହାସଲ କରି ଅତ୍ୟନ୍ତ ଅନୁପ୍ରାଣିତ ହୋଇ ସାରସ୍ଵତ ପ୍ରେମରେ ପଡିଯାଇଥିଲି । ଛୋଟ ଛୋଟ ଅନୁଭୂତିକୁ ନେଇ ଗଳ୍ପ ଓ ଭ୍ରମଣ କାହାଣୀ ଲେଖିବା ମୋର ସବୁଠୁ ବଡ ସଉକ ପାଲଟି ଯାଇଥିଲା ସେହିଦିନ ଠାରୁ । ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା କରୁଥିବା ସମୟରେ ରେଭେନ୍ସାଭିଆନ, ତୁଳସୀ, ସାୟଂତନ ଆଦି ବିଭିନ୍ନ ପତ୍ରପତ୍ରିକା ଗୁଡିକରେ ପ୍ରଥମ କରି ମୋର ଲେଖା ମାନ ପ୍ରକାଶିତ ହୋଇଥିଲା । ଭାଷା ସାହିତ୍ୟ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ନିମନ୍ତେ ଶାନ୍ତି ନିକେତନର ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ ସୁଧା ଆଗକୁ ବଢି ପାରିନଥିଲି । ହଠାତ ପିତାଙ୍କର ମୃତ୍ୟୁ ମୋର ଗତିପଥକୁ ବଦଳେଇ ଦେଇଥିଲା । ଖୁବ କମ ବଯସରୁ ପାରିବାରିକ ଚାପର ବୋଝକୁ ମୁଣ୍ଡେଇ ସାହିତ୍ୟ ଠାରୁ ଖୁବ ଦୂରକୁ ଠେଲି ହୋଇଯାଇଥିଲି ଦୀର୍ଘ ବର୍ଷ ପର୍ଯ୍ୟନ୍ତ । ଇତି ମଧ୍ୟରେ ଅନେକ ପୁରାତନ ଲେଖା ଗୁଡିକ ଅଦ୍ୟାବଧି ପାଣ୍ଡୁଲିପି ଆକାରରେ କିଛି ରହିଛି ଏବଂ କିଛି ମଧ୍ୟ ନଷ୍ଟ ହୋଇ ଯାଇଛି । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୭ ମସିହାରୁ ପୁନର୍ବାର ଲେଖା ଲେଖିରେ ମନୋନିବେଶ କରିଛି । ଏହି ସୀମିତ ସମୟର ପରିଧି ମଧ୍ୟରେ ପ୍ରାୟ ୧୦୦ ରୁ ଉର୍ଦ୍ଧ ଗୀତି କବିତା, ଆଧୁନିକ ଶୈଳୀର କବିତା ଏବଂ ଭ୍ରମଣ କାହାଣୀ ଓ କ୍ଷୁଦ୍ରଗଳ୍ପ କିଛି ରଚନା କରି ସାରିଛି । ତନ୍ମଧ୍ୟରୁ ଅନେକ ଗୁଡିଏ କବିତା ଓ କିଛି ଗଳ୍ପ ମଧ୍ୟ ଓଡିଶାର ଅନେକ ଦୈନିକ ଖବର କାଗଜ ତଥା ପତ୍ର ପତ୍ରିକା ମାନଙ୍କରେ ପୃଷ୍ଠା ମଣ୍ଡନ କରିସାରିଛି । ଏଯାବତ ମୋ ରଚିତ କୌଣସି ପୁସ୍ତକ ପ୍ରକାଶିତ ହୋଇନାହିଁ । ଆଶା ରଖିଛି ପଦ୍ୟ ସଂକଳନଟିଏ ପ୍ରକାଶ କରିବା ନିମନ୍ତେ । ସାଂପ୍ରତିକ ବ୍ୟସ୍ତ ବହୁଳ ଜୀବନଚର୍ଯ୍ୟା ମଧ୍ୟରେ ଭାଷା ଓ ସାହିତ୍ୟ ସମ୍ପର୍କିତ ଛାପା ପତ୍ରିକାଟିଏ ବା ବହିଟିଏ ଆଗ୍ରହର ଦୃଷ୍ଟିକୋଣରୁ ଦୂରେଇ ଯାଉଥିବା ବେଳେ "ବଣମଲ୍ଲୀର ମହକ" ନାମରେ ଇ-ପତ୍ରିକାଟିଏ ପ୍ରତିଷ୍ଠା କରି ଓଡିଆ ସାହିତ୍ୟ ଓ ସଂସ୍କୃତିର ସମୃଦ୍ଧି ଓ ବିକାଶ ଦିଗରେ ନିଜକୁ ସର୍ବଦା ନିଯୋଜିତ ରଖିବା ସହିତ ନିଜର ଲେଖା ଲେଖି ମଧ୍ୟ ଜାରି ରଖି ଆସୁଛି ।

ମଙ୍ଗଳାଯୋଡି, ଖୋରଧା, ଓଡିଶା
ଦୂରଭାଷ : ୯୮୬୧୬୧୬୧୨୬

This user account status is Approved

ଆପଣ ବଣମଲ୍ଲୀର ମହକ ପରିବାରର ଜଣେ ପଞ୍ଜୀକୃତ ସଦସ୍ୟ ଅଟନ୍ତି । ଆପଣଙ୍କର ଏହି ପରିଚୟ ପୃଷ୍ଠାରେ ନିଜ ଠିକଣା ଏବଂ ନିଜ ସାହିତ୍ୟିକ ଜୀବନ ବିଷୟରେ କିଛି ଲେଖିବାକୁ ଯଦି ଚାହୁଁଥାନ୍ତି, ତେବେ ଏହି ପୃଷ୍ଠାର ଉପରେ ଆପଣଙ୍କ ପ୍ରୋଫାଇଲ ନାମର ଡାହାଣ ପାର୍ଶ୍ଵରେ ପ୍ରଦତ୍ତ ସେଟିଙ୍ଗ ଚିହ୍ନକୁ କ୍ଲିକ କରି Edit Profile ଅପ୍ସନରେ ଆଗକୁ ଗଲେ Tell a bit about yourself କୋଠରୀ ଭିତରେ ନିଜ ଠିକଣା ଓ ନିଜ ବିଷୟରେ ଲେଖି ପାରିବେ ଏବଂ ପ୍ରୋଫାଇଲ ଇମେଜ ଉପରେ କ୍ଲିକ କରି ନିଜର ପ୍ରୋଫାଇଲ ଫଟୋ ନୂଆ କିମ୍ବା ବଦଳାଇ ପାରିବେ । ସମ୍ପର୍ଣ୍ଣ କରିସାରି Update Profile ବୋତାମକୁ ଦବାଇ ନିର୍ଦ୍ଧିଷ୍ଟ କରିବେ ।