1 May 2026 Editor 0 Comments କୃପାସାଗର ସାହୁଙ୍କ “ରେଳଗଳ୍ପ” ଏକ ଅନୁଶୀଳନ କାଜଲ ପୃଷ୍ଟି (ଗବେଷିକା)ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟତକତପୁର, ବାରିପଦା, ମୟୂରଭଞ୍ଜ, ପିନ – ୭୫୭୦୦୩Article No. 182Article Received On: 04-04-2026Article Published On: 01-05-2026 READ FULL ARTICLE ARTICLE INDEX ପ୍ରକାଶନ ବିବରଣୀ ଦ୍ଵିତୀୟ ବର୍ଷ, ପଞ୍ଚମ ସଂଖ୍ୟା – ମଇ ୨୦୨୬Volume No.02, Issue No.05 – May 2026ISSN : 3108-2041 DOWNLOAD ➡ FULL MAGAZINE ସାରାଂଶ ରେଳଗଳ୍ପ ଓଡ଼ିଆ କଥାସାହିତ୍ୟର ଏକ ଅନନ୍ୟ ଗଳ୍ପ ସଂକଳନ, ଯେଉଁଥିରେ ରେଳବାଇ ଜୀବନର ବାସ୍ତବ ଚିତ୍ର ମାନବୀୟ ସମ୍ବେଦନା ସହ ଉପସ୍ଥାପିତ ହୋଇଛି । ଲେଖକ କୃପାସାଗର ସାହୁ ଦୀର୍ଘ ୩୪ ବର୍ଷ ରେଳବାଇ ବିଭାଗରେ କାର୍ଯ୍ୟ କରିଥିବାରୁ ତାଙ୍କ ଗଳ୍ପଗୁଡ଼ିକରେ ରେଳ ଜୀବନର ଯଥାର୍ଥ ଅନୁଭବ ଫୁଟିଉଠିଛି । ସେ ରେଳବାଇକୁ କେବଳ ପରିବହନ ବ୍ୟବସ୍ଥା ଭାବେ ନୁହେଁ, ବରଂ “କ୍ଷୁଦ୍ର ଭାରତ” ଭାବରେ ଚିତ୍ରଣ କରିଛନ୍ତି । ଏହି ସଂକଳନର ଗଳ୍ପଗୁଡ଼ିକରେ ରେଳ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା, ମାନବିକତା, ଦୁଃଖ, ସଂଘର୍ଷ, ପ୍ରେମ, ପ୍ରତାରଣା ଏବଂ ସାମାଜିକ ବିଡ଼ମ୍ବନାର ସୁନ୍ଦର ଚିତ୍ର ଦେଖିବାକୁ ମିଳେ । “ସେଇ ନୀଳ ଆଖି”, “ଧନ୍ୟବାଦ ଭାରତ”, “ଅନ୍ୟ ଏକ ଦ୍ରୌପଦୀ”, “ତମାଣ୍ଡୋରେ ତାମସା” ପରି ଗଳ୍ପମାନଙ୍କ ମାଧ୍ୟମରେ ଲେଖକ ସମାଜର ବିଭିନ୍ନ ଚରିତ୍ର ଓ ପରିସ୍ଥିତିକୁ ଉଜାଗର କରିଛନ୍ତି । ହାସ୍ୟ, ବ୍ୟଙ୍ଗ, କରୁଣା ଏବଂ ଜୀବନଦର୍ଶନର ସମନ୍ୱୟ ଏହି ଗଳ୍ପଗୁଡ଼ିକୁ ଅଧିକ ସଜୀବ କରିଛି । ରେଳ ଷ୍ଟେସନ, ଯାତ୍ରୀ ଏବଂ କର୍ମଚାରୀଙ୍କ ଜୀବନକୁ କେନ୍ଦ୍ର କରି ଲେଖକ ଜୀବନର ଅନିତ୍ୟତା ଓ ଗତିଶୀଳତାର ସନ୍ଦେଶ ଦେଇଛନ୍ତି । ସମଗ୍ର ସଂକଳନଟି ରେଳ ଚକର ଶବ୍ଦ ଭିତରେ ଲୁଚିଥିବା ଅଗଣିତ ମଣିଷଙ୍କ ଜୀବନ କାହାଣୀର ଏକ ମର୍ମସ୍ପର୍ଶୀ ଦଲିଲ ଅଟେ । Share with friends: