ସୁନୀଲ କୁମାର ବେହେରା (ଗବେଷକ)
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ
ତକତପୁର, ବାରିପଦା, ମୟୂରଭଞ୍ଜ, ପିନ – ୭୫୭୦୦୩
Article No. 148
Article Received On: 24-02-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ପ୍ରକୃତିର ସୃଷ୍ଟିରେ ମନୁଷ୍ୟ ବଡ଼ ବିଚିତ୍ରମୟ ଜୀବ । ସୃଷ୍ଟିର ପ୍ରାକକାଳରୁ ଯେତେବେଳେ ମନୁଷ୍ୟ ବଣଜଙ୍ଗଲରେ ବସବାସ କରୁଥିଲା ସେ ବଣର ଫଳମୂଳ ଓ ଶିକାର କରି ନିଜ ଜୀବିକା ଅର୍ଜନ କରୁଥିଲା । ମାତ୍ର ସଭ୍ୟତାର ଅଗ୍ରଗତି ଫଳରେ ସେ ସଂଘବଦ୍ଧ ଭାବରେ ବସବାସ ଆରମ୍ଭ କଲା । ତାର ଦୈନଦିନ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଲା । ଏପରିକି ନିଜକୁ ଅନ୍ୟମାନଙ୍କ ଠାରୁ ରକ୍ଷା କରିବା ପାଇଁ ବିଭିନ୍ନ ଉପାସନା ଆରମ୍ଭକଲା । ଏଥିରୁ ଦେବତାଙ୍କର ସୃଷ୍ଟିହେଲା ଓ ପରବର୍ତ୍ତୀ କାଳରେ ପୁରାଣ, ତନ୍ତ୍ର, ଧର୍ମ ସୃଷ୍ଟି । ମନୁଷ୍ୟ ପ୍ରାକକାଳରେ ପୂର୍ଣ୍ଣ ବିଶ୍ଵାସର ସହିତ ଉପାସନା କରୁଥିଲା ସେମାନଙ୍କୁ ଲୋକ ଦେଵତା କୁହାଗଲା । ମନୁଷ୍ୟ ଏମାନଙ୍କୁ ସରଳ ଜୀବନର ବିଶ୍ଵାସ ସହିତ ପୂଜା କରିଥାଏ । ପ୍ରକୃତିର ଉପକାରୀ ଉପାଦାନକୁ ସମ୍ନାନ ଦେଇ ଦେଵତା ରୂପେ ପୂଜିଥାଏ । ପ୍ରକୃତିର ବିଭିନ୍ନ ଜଡ଼ ବସ୍ତୁ ମଧ୍ୟରେ ଦେବତାଙ୍କୁ ଆବାହନ କରି ଆରୋପ କରିଥାଏ । ଏହି ଧର୍ମୀୟ ଭାବନା ଆଦିମକାଳରୁ ଏଯାବତ ପରମ୍ପରା କ୍ରମେ ପ୍ରଚଳିତ ହୋଇ ଆସୁଅଛି । ବିଭିନ୍ନ ପର୍ବ ପର୍ବାଣୀରେ ଲୋକ ନିଜ ଗୋତ୍ରର ସଙ୍କେତକୁ ପୂଜା କରିବା ସହ ଜଙ୍ଗଲ, ପାହାଡ଼, ପୃଥିବୀ, ନଦୀ, ଚନ୍ଦ୍ର, ସୂର୍ଯ୍ୟ, ଗ୍ରହ, ନକ୍ଷତ୍ର, ପଥର, ମାଟି ସମସ୍ତଙ୍କୁ ପୂଜା କରୁଛନ୍ତି । ଲୋକ ଜୀବନରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଏହି ଦେଵତା ମାନେ ଅଂଶ ଗ୍ରହଣ କରି ମଣିଷର ଦୈନଦିନ ଜୀବନକୁ ସୁନିୟନ୍ତ୍ରିତ କରି ଥାଆନ୍ତି.. ।
