Volume.02 – Issue.02 – February 2026
Author – Prafulla Chandra Mishra
Address – Mangalajodi, Tangi, Khordha
Contact – 8249234143
ଫୁଲେଇ ଫଗୁଣେ ପସରା ପ୍ରସୂନେ ପରଶି ଦେଉଛି ମହୁ
ପ୍ରଣୟ କମଳ ପୁଷ୍ପ ରଙ୍ଗ-ଦଳ ପ୍ରସାରି ଦେଇଛି ବାହୁ
ପ୍ରଣୟବତୀ ସେ ଆନମନା ରସେ ଆମ୍ଵ ବଉଳର ଦେହେ
ପରଭୃତ ତାନେ ବସନ୍ତ ଲଗନେ ସବୁରି ମନକୁ ମୋହେ ।।
ଦକ୍ଷିଣା ପବନ ଲହରେ ଚନ୍ଦନ ବନରୁ ଚୋରାଇ ବାସ
ପହିଲି ବସନ୍ତେ ଚମ୍ପା ମଲ୍ଲୀ ବୃନ୍ତେ ରଚେ ଅବା ପ୍ରୀତି ରାସ
ଗୋଧୂଳି ଲଗନ କରିଛି ମଗନ ସାତ ରଙ୍ଗର ଅବିର
ହୋଇ ଅଭିନବ ରଙ୍ଗରେ ରଙ୍ଗେଇ ଦିଶେ ପ୍ରକୃତି ରୁଚିର ।।
କଳାନିଧି ଦ୍ୟୁତି ରଜତ କୌମୁଦୀ ସ୍ପର୍ଶେ ହସେ କୁମୁଦିନୀ
ମହୁଲ ସୁମନ ସୌରଭେ ସପନ ଦେଖୁଛି ପଲ୍ଲୀ ତରୁଣୀ
ଚାନ୍ଦିନୀ ମଞ୍ଜୁଳ ମୁକୁର ପଟଳ ସମ ଝଟକଇ କାନ୍ତି
ଦର୍ପକ ଦାରୁଣ ଫୁଲ ଶର ବାଣ ପ୍ରେମେ ଭୋଳ ରଙ୍ଗବତୀ ।।
ପୁଲକିତ ହୂଏ ପୃଥିବୀ ଫଗୁଣେ ମଳୟ ଝରା ପ୍ରକୃତି
ବିମାନ ଖଳାରେ ଶ୍ରୀରାଧା ଗୋବିନ୍ଦ ପୂଣ୍ୟ ରାସ ରଚୁଛନ୍ତି ।।
