ରମେଶ ମଙ୍ଗରାଜ
କବି ଓ କବିତା ଭବନ
ମହୁଲ, ଅଙ୍ଗାରପଡା, ଖୋରଧା
ମୋ – ୮୧୧୪୬୦୯୨୮୦
Article No. 155
Article Received On: 04-03-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ଏହି କବିତାରେ ଓଡ଼ିଶା ମାଟିର ସୌନ୍ଦର୍ଯ୍ୟ, ଐତିହ୍ୟ ଓ ଓଡ଼ିଆ ଜନଜୀବନକୁ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । କବି ଓଡ଼ିଶାକୁ ଏକ ଲାବଣ୍ୟମୟୀ ଓ ଐତିହ୍ୟସମ୍ପନ୍ନ ମାୟାବିନୀ ରୂପେ କଳ୍ପନା କରିଛନ୍ତି । ଓଡ଼ିଆ ଲୋକମାନଙ୍କର ସରଳ ଜୀବନଶୈଳୀ, ଓଷା-ବ୍ରତ ଓ ପରମ୍ପରାଗତ ଆଚାର ବିଚାରକୁ ମଧ୍ୟ ଏଥିରେ ବର୍ଣ୍ଣନା କରାଯାଇଛି । ଜୀବନର ଅନେକ ଦୁଃଖ ଓ କଷ୍ଟ ସତ୍ୱେ ମଧ୍ୟ ପ୍ରତିଟି ଓଡ଼ିଆର ମନ ଓ ପ୍ରାଣ ଭଗବାନଙ୍କ ଭକ୍ତିରେ ନିମଗ୍ନ ରହେ ଏବଂ ସେମାନେ ଶ୍ରୀ ଜଗନ୍ନାଥଙ୍କୁ ନିଜର ଗର୍ବ, ଆଶ୍ରୟ ଓ ଆରାଧ୍ୟ ଭାବେ ମାନି ଥାନ୍ତି । କବି ମତରେ ଓଡ଼ିଆମାନେ ଭାରି ସାହସୀ, ସ୍ୱାଭିମାନୀ ଓ ନ୍ୟାୟପ୍ରିୟ ଅଟନ୍ତି । ସେମାନେ ଅନ୍ୟାୟକୁ ସହିନଥାନ୍ତି ଏବଂ ଉନ୍ନତ ଚିନ୍ତାଧାରାକୁ ସର୍ବଦା ଗୁରୁତ୍ୱ ଦେଇଥାନ୍ତି । ସମଗ୍ର କବିତାରେ ଓଡ଼ିଆ ସଂସ୍କୃତି, ଓଡିଆ ହୃଦୟର ଭକ୍ତିଭାବ ଓ ଓଡ଼ିଆ ଭାବେ ନିଜକୁ ଗର୍ବ କରିବାର ଭାବନାକୁ ଉପସ୍ଥାପନ କରାଯାଇଛି ଏହି କବିତାରେ.. ।
