Categories
Journal Poetry

ମନ ରହିଗଲା ଅଧା

Open Access Journal 768x74

Volume.02 – Issue.01 – January 2026
Author – Tara Prasad Jena
Address – Raj Ranapur, Nayagarh

କଥା କହି ତୁମେ ହସିଦେଲ ଯେବେ
ମନ ରହିଗଲା ଅଧା
ଆଖି ମାରିଦେଲେ ଲାଜ ଲାଜ ଭାବେ
ମନ ରହିଗଲା ଅଧା ॥୦॥

ଚୁଟି ଚୁପି କାନେ ମୁହେଁ ମୁହଁ ଯୋଡ଼
ପ୍ରେମ ରହିଗଲା ଅଧା
ହାତ ଧରାଧରି ଖରା ଛାଇ ତଳେ
ବେଳ କଟିଗଲା ଅଧା ॥୧॥

ରୂପ ହୋଇ ରାତ୍ରୀ ମାପି ଚୁପି ଆସ
ସ୍ଵପ୍ନ ବଢ଼ିଗଲା ଅଧା
ତୃଷ୍ଣା ଅଭିସାର ଲୁହ ହୋଇ ବୋହେ
ମଗ୍ନ ହୋଇଗଲା ଅଧା ॥୨॥

ମାନ ଅଭିମାନ ଜଣାପଡ଼େ ଏବେ
କାର୍ଯ୍ୟ ରହିଗଲା ଅଧା
ମନ ନେଇ ଘର କରିବାଟା ଗୋଟେ
ଧାର୍ଯ୍ୟ ପାଇଗଲା ଅଧା ॥୩॥

‘ତାରା’ ଅଧା ପଣ ଖୋଜିବାରେ ବେଶି
ମୁଣ୍ଡ ଖେଳିଗଲା ଅଧା
ତୁମ ଛଡ଼ା ଆଉ କେହି ନାହିଁ ପାଶେ
ପୂର୍ଣ୍ଣ ହୋଇଗଲା ଅଧା ॥୪॥

End Line Of Article 768x5
Share with friends: