Categories
Journal Poetry

ମୁଁ ଓ ସେ

ISSN 3108 2041 OPEN ACCESS

କବି – ଜ୍ୟୋତିମୟୀ ଲେଙ୍କା
କୁରାଢିଲେ, ପଙ୍ଗାରସିଂହ, ବେଗୁନିଆ, ଖୋର୍ଦ୍ଧା
ମୋ – ୬୩୭୨୭୪୩୭୮୧

Article No. BMM2026/128
Received On 02.02.2026
Published On 03.03.2026

End Line Of Article 768x5
ପ୍ରକାଶନ ବିବରଣୀ

ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041

End Line Of Article 768x5
ସାରାଂଶ

ଏହି କବିତାରେ କବି ନିଜକୁ ଓ ତାଙ୍କ ପ୍ରିୟଜନଙ୍କୁ ବିଭିନ୍ନ ଉପମା ଓ ରୂପକ ମାଧ୍ୟମରେ ତୁଳନା କରିଛନ୍ତି । ନିଜକୁ ଜ୍ୱଳନ୍ତ ନିଆଁ, ଛୁଆ ପରି ସ୍ନେହୀ, କଥାକୁହା ତାରା, ଦୁବ ଘାସ, ଯାଯାବର ଓ ଶୁଖିଲା ପତ୍ର ଭାବେ ଦେଖାଇଛନ୍ତି । ଅର୍ଥାତ୍ ସେ ଅଶାନ୍ତ, ସରଳ, ଭାବୁକ ଓ ଅସ୍ଥିର । ତାଙ୍କ ପ୍ରିୟଜନଙ୍କୁ ଶାନ୍ତ ଝରଣା, ମେଘମୟ ଆକାଶ, ମରୁଉଦ୍ୟାନର ମରୀଚିକା, ସବୁଜ ବନର ସମାହାର ଭାବେ ଉପସ୍ଥାପନା କରିଛନ୍ତି, ଯାହା ସ୍ଥିରତା, ଶାନ୍ତି, ବିଶାଳତା ଓ ସୌନ୍ଦର୍ୟର ପ୍ରତୀକ । ସମଗ୍ର କବିତାରେ ଏକ ଭିନ୍ନ ଆକାଂକ୍ଷା ଭାବ ଦେଖାଯାଏ । କବି ନିଜକୁ ଛୋଟ, ଅସ୍ଥିର ଓ ଅପୂର୍ଣ୍ଣ ବୋଲି ମନେ କରୁଥିବା ବେଳେ ପ୍ରିୟଜନଙ୍କୁ ଉଚ୍ଚ, ଶାନ୍ତ ଓ ବିଶାଳ ହୃଦୟରେ ଦେଖୁଛନ୍ତି । ଶେଷରେ, ନିଜ ଭିତରେ ବିଚ୍ଛେଦ ଓ ଅପୂରଣୀୟ ପ୍ରେମର ବେଦନାକ୍ତ ସ୍ଵରକୁ ପରିପ୍ରକାଶ କରିଛନ୍ତି । ଏହି କବିତାର ମୁଖ୍ୟ ସାରାଂଶ ହେଉଛି, ଦୁଇଟି ଭିନ୍ନ ସ୍ୱଭାବର ମନୁଷ୍ୟଙ୍କ ମଧ୍ୟରେ ଥିବା ଗଭୀର ପ୍ରେମ, ଆକାଂକ୍ଷା ଓ ବିଚ୍ଛେଦର ଭାବନା.. ।

Share with friends: