କବି – ଡ଼ଃ ମନ୍ଦାକିନୀ ପାଢ଼ୀ
ରାଜନୀତି ବିଜ୍ଞାନ ଅଧ୍ୟାପିକା
ପଦ୍ମପୁର, ବରଗଡ଼
Article No. BMM2026/131
Received On 03.02.2026
Published On 03.03.2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ତୃତୀୟ ସଂଖ୍ୟା – ମାର୍ଚ୍ଚ ୨୦୨୬
Volume No.02, Issue No.03 – March 2026
ISSN : 3108-2041
ସାରାଂଶ
ଏହି କବିତାରେ କବି ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଅଦ୍ୱିତୀୟ ପ୍ରେମଭାବକୁ ସମଗ୍ର ପ୍ରକୃତି ସହ ଏକାତ୍ମ କରି ଚିତ୍ରିତ କରିଛନ୍ତି । ପ୍ରକୃତିକୁ ଶ୍ରୀରାଧାଙ୍କ ରୂପ ଭାବେ, ଆତ୍ମା ଓ ପରମାତ୍ମାର ମିଳନର ଆନନ୍ଦକୁ ଉଜ୍ଜୀବିତ କରାଯାଇଛି । ପ୍ରଭାତ ସମୟର ପବିତ୍ର ପରିବେଶ, ପୂର୍ବ ଆକାଶର ସୂର୍ଯ୍ୟୋଦୟ, ମଳୟ ପବନ ଓ ମୁରଲୀର ମଧୁର ସ୍ୱର, ସବୁକିଛି କୃଷ୍ଣ ପ୍ରେମର ଅଭିବ୍ୟକ୍ତି ଭାବେ ପ୍ରତିଭାସିତ ହୋଇଛି ଏହି କବିତାରେ । କୃଷ୍ଣମନ୍ତ୍ରର ଝଙ୍କାର କାନରେ ପଡ଼ିଲେ ହୃଦୟରେ ପ୍ରେମଭାବ ଜାଗ୍ରତ ହୁଏ । ବଂଶୀର ସୁମଧୁର ସୁର ରାଧାନାମକୁ ଡାକୁଥାଏ ଏବଂ ସେହି ପ୍ରେମର ଆବେଗରେ ଯମୁନା ମଧ୍ୟ ଉଛୁଳି ଉଠେ । ରାଧା କୃଷ୍ଣ ବିନା ଅଧୁରା, ତାଙ୍କ ତନୁମନ କୃଷ୍ଣଙ୍କ ପ୍ରେମରେ ଭିଜିଥାଏ । ସମଗ୍ର କବିତାରେ ରାଧା କୃଷ୍ଣଙ୍କ ଦିବ୍ୟ ପ୍ରେମ, ଆତ୍ମା ପରମାତ୍ମାର ମିଳନ ଓ ପ୍ରକୃତିର ଆଧ୍ୟାତ୍ମିକ ରୂପକୁ ସୁନ୍ଦର ଭାବରେ ପ୍ରକାଶ କରାଯାଇଛି.. ।
