କବିଙ୍କ ବର୍ଣ୍ଣନାରେ ସବୁ ସକାଳ ସବୁବେଳେ ଖୁସି ଓ ଆଲୋକ ନେଇ ଆସେ ନଥାଏ । ଜୀବନରେ କେବେ କେବେ ସନ୍ଦେହ, ଅଭିମାନ ଓ ବିଭିନ୍ନ ସମସ୍ୟା ଆସି ଜୀବନର ସବୁ ସୁଖକୁ ଦୂରକୁ ଠେଲି ଦେଇଥାଏ । ଦିନକୁ ଦିନ ଦୁଃଖ ଓ ସମସ୍ୟାଗୁଡିକ ବଢି ବଢି ଚାଲେ ଏବଂ ସେଗୁଡିକୁ ସମ୍ମୁଖୀନ ହେବାରେ ସମୟ ଯେ କେମିତି କଟିଯାଏ ଜଣା ପଡ଼େ ନାହିଁ । ତଥାପି କବି ତାଙ୍କ ପ୍ରିୟତମଙ୍କୁ କହୁଛନ୍ତି ଯେ, ଅଭିଯୋଗ କରିବା ଅପେକ୍ଷା ଆଶା ଓ ସ୍ୱପ୍ନକୁ ନେଇ ଏକାସାଥିରେ ଆଗକୁ ବଢ଼ିବା । ପ୍ରାତଃ ଭ୍ରମଣ ପରି ନୂଆ ଆଶା ସହିତ ଜୀବନକୁ ଜିଇଁଲେ ଜୀବନ ପୁନର୍ବାର ସଜାଡି ହୋଇଯାଏ । ପ୍ରତ୍ୟେକଙ୍କ ମନ ଓ ଭାବନା ଭିନ୍ନ ହୋଇପାରେ ସତ, କିନ୍ତୁ ପ୍ରେମରେ ଅଧିକ ମେଳ ଅମେଳ ଖୋଜିବା ଠିକ ନୁହେଁ । ଏହି କବିତାଟି ପ୍ରେମ, ଆଶା ଓ ସାଥୀ ହୋଇ ଆଗକୁ ବଢିବାର ମହତ୍ତ୍ୱକୁ ଉପସ୍ଥାପନ କରେ.. ।