Categories
Journal Poetry

ପାଞ୍ଚଟି ଏକପଦୀ

Open Access Journal 768x74

Volume.02 – Issue.01 – January 2026
Author – Ramesh Mangaraj
Address – Kabi O Kabita Bhawan, Mahula, Angarapada, Khordha
Contact – 8114609280

ଇଶାରା କରିଛି ନୂଆବର୍ଷ ଏବେ
ଇଂରାଜୀ ତାରିଖ ନେଇ
ଇଣ୍ଟରନେଟରେ ଶୁଭେଚ୍ଛା ବାରତା
ଇଲାକା ଦେଲାଣି ଧୋଇ ॥୧॥

ଇଆଡିକି ଥରେ ଅନା ଲୋ ସଜନୀ
ଇତର କରନା ଆଉ
ଇଚ୍ଛାମାନେ ସବୁ ତୋ ପାଇଁ ପାଗଳ
ଇଙ୍ଗିତ ସେତିକି ଥାଉ ॥୨॥

ଇନ୍ଦ୍ରାଣୀକି ଭଲ ପାଇଥିଲି ଦିନେ
ଇନ୍ଦ୍ର ନୀଳମଣି ପାଇଁ
ଇନ୍ଦୁ ପୂର୍ଣ୍ଣିମାରେ ଇନ୍ଦୁମତି ଆସି
ଇଚ୍ଛା ମୋର ଗଲା ନେଇ ॥୩॥

ଇଜ୍ଜତ ହରାଇ ଯୌବନ ଗଳିରେ
ଇସ୍ତାହାର ପତ୍ର ଲେଖି
ଇଲାକାଟା ସାରା ପ୍ରଚାର କରିଛି
ଇହକାଳେ ତୁ ମୋ ସଖୀ ॥୪॥

ଇଳାବୃତ୍ତଦୀପେ ରହିଛି ଚାହିଁ ଗୋ
ଇନ୍ଦ୍ରଧନୁ ରଙ୍ଗ ପରି
ଈପ୍ସିତ ମନ ମୋ ନିଇତି ଝୁରୁଛି
ଈଶ୍ଵରୀ ଆସିବୁ ଫେରି ॥୫॥

End Line Of Article 768x5
Share with friends: