Categories
Journal Poetry

ତୁମେ ଗଲାପରେ

Open Access Journal 768x74

Volume.IX – Issue.X – October 2025
Author – Prashant Kumar Behera
Address – Raipitambara, Soro, Balasore
Contact – 9937189693

ତୁମେ ଗଲାପରେ ଭୁଲି ଗଲ ମୋତେ
ବୁଝିଲନି କେବେ ଥରେ
କେମିତି ମୁଁ ଅଛି କିପରି ମୁଁ ଅଛି
ଆଉ କାହା ମାଧ୍ୟମରେ ।
ନିତି ମୁଁ ଖୋଜୁଛି ସକାଳୁରୁ ସଞ୍ଜ
ପୋଖରୀ ତୁଠରେ ମନ୍ଦିର ବେଢାରେ
ତୋ ପାଦ ନୁପୁର ମୋ କାନରେ ଶୁଭେ
ଦେଖିପାରେ ନାହିଁ ତୋତେ
କାହିଁ ଭୁଲିଗଲୁ ମୋତେ ?
ତୋର ଭାତ ରନ୍ଧା ତିଅଣ ସୁଆଦ
ଖୋଜିଲେ ମିଳୁନି ସତେ
ନିତି ମୁଁ ଖାଇକି ଅଖିଆ ରହୁଛି
ପେଟ ପୁରୁନାହିଁ ବୋଧେ
ଭୋକରେ ଅଣ୍ଟା ସଳଖି ହେଉନି
ଦିନ ରାତି ଖାଲି କାନ୍ଦେ
ତୁମେ ଗଲାପରେ ସତେ ।
ତୁମର ବିଛଣା ରହିଛି ସାଇତା
ଆଖିରେ ନ ଆସେ ନିଦ
ରାତି ସରିଯାଏ ତାରା ଗଣି ଗଣି
ପଲକେ ନ ପଡେ ନେତ୍ର
କାହିଁକି ଏମିତି ମୋତେ ଜଳଉଛ
ତୁମେ ଚାଲିଗଲା ପରେ
ସତରେ ଯଦି ଭଲ ପାଅ ତୁମେ
ନେଇଯା ତୁମ ପାଖରେ
ରହିବ ଯଦି ଭଲରେ,
ତୁମେ ଗଲାପରେ ନିତି ମୁଁ ଜଳୁଛି
ଚିନ୍ତାଭାବନାର ନିଆଁରେ
ଦେଖିଯାଅ ଆସି କିପରି ଅଛି ମୁଁ
ତୁମ ବିନା ଥରେ, ତୁମ ବିନା ଥରେ
ତୁମେ ଗଲାପରେ ।

End Line Of Article 768x5
Share with friends: