Categories
Journal Poetry

ପାଞ୍ଚଟି ଏକପଦୀ

Open Access Journal 768x74

Volume.02 – Issue.02 – February 2026
Author – Ramesh Mangaraj
Address – Kabi O Kabita Bhawan, Mahula, Angarapada, Khordha
Contact – 8114609280

ଉଣିଶି ବୟସୀ ଚଗଲି ହେଲାଣି
ଉତୁରିଲା କ୍ଷୀର ଭଳି
ଉଷ୍ମପ୍ରସବଣ ଦେହଟା ତାହାର
ଉଲ୍ଲସିତ କରେ ଭାରି ॥୧॥

ଊଇଖିଆ ମନ ହୁଅଇ ଉଚ୍ଛନ୍ନ
ଉଆସ ଭିତରେ ଥାଇ
ଉଦାର ହୃଦୟେ ନିଜର କରି ନେ
ଉଦାସୀ ମନକୁ ସହି ॥୨॥

ଉଆଁସରେ ଜନ୍ମ ଉଆଁସୀ କନିଆ
ଉଦାସୀ ହୁଅନା ଏତେ
ଉଆପଖିଆ ତୋ ଧୋବଲା ଦେହକୁ
ଉଇଲ କରି ଦେ ମୋତେ ॥୩॥

ଉତ୍ତଙ୍ଗ ଲହରୀ ଉଲ୍ଲସିତ କରେ
ଉପକୂଳ ଛୁଇଁ ଯାଏ
ଉତ୍ ପୀଡିତ ମନେ ଦହନ ପରାଣେ
ଉଦ୍ଭଟ ଚିନ୍ତନ ଥାଏ ॥୪॥

ଉଇଁବା ସୂରୁଜ ବୁଢା ହୋଇଲାଣି
ଉଭେଇବା ବେଳ ଚାହିଁ
ଉତ୍ତାପ ପରାଣ ହାଉଳି ଖାଉଛି
ଉର୍ବଶୀ ଗୋ ତୋଅ ପାଇଁ ॥୫॥

End Line Of Article 768x5
Share with friends: