କରିନା ସେଠୀ
ବଡକୁଳ, ଚିଲିକା, ଖୋରଧା, ଓଡିଶା
Article No.145
Article Received On: 24-02-2026
Article Published On: 01-04-2026
ପ୍ରକାଶନ ବିବରଣୀ
ଦ୍ଵିତୀୟ ବର୍ଷ, ଚତୁର୍ଥ ସଂଖ୍ୟା – ଅପ୍ରେଲ ୨୦୨୬
Volume No.02, Issue No.04 – April 2026
ISSN : 3108-2041
ସାରାଂଶ
ସେଦିନ ରବିବାର ଥିଲା । ସେଥିପାଇଁ ଦୁହେଁ ଭାବିଲେ ଵାହାରକୁ ଯାଇ କିଛି ପରିବା ଓ ରାସନ କିଣି ଆଣିବେ । ପାର୍ବତୀ କାମିନୀକୁ କହିଲା, “ତୁ ଯା, ସେଠାରୁ ପରିବା ନେଇ ଆସିବୁ । ମୁଁ ଏଇଠୁ କିଛି ରାସନ ସାମଗ୍ରୀ କିଣୁଛି । ତାପରେ କାମିନୀ ପରିବା କିଣିବା ପାଇଁ ଚାଲିଗଲା । ପାର୍ବତୀ କିଛି ସାମଗ୍ରୀ କିଣୁଥାଏ, ଠିକ୍ ସେହି ସମୟରେ ଶେଖର ଆସି ସେଇ ଦୋକାନରୁ କିଛି କିଣିବା ପାଇଁ ଦୋକାନୀକୁ ତାଲିକା ଦେଲା । ପାର୍ବତୀ ଦୋକାନୀ ଉପରେ ରାଗି ଯାଇ କହିଲା, “କଣ ହେଲା? ଆରେ ଦୋକାନୀ ମଉସା ମୁଁ ଆପଣଙ୍କୁ ସେତେବେଳୁ କହୁଛି ମୋ ରାସନ ମତେ ଦିଅ ବୋଲି, କିନ୍ତୁ ଆପଣ ତାଙ୍କ କଥା ଶୁଣୁଛନ୍ତି, ଏଇଟା କେମିତିକା ନ୍ୟାୟ କହିଲେ ? ଏତିକି କହି ସେ ପଛକୁ ବୁଲି ପଡ଼ିଲା ବେଳକୁ ସେ ହଠାତ୍ ଶେଖରଙ୍କୁ ଦେଖିଲା, ସେ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ, ଯେ ସେଇ ପୁଅ କୁ ଦେଖୁଛି, ଯିଏ ସବୁବେଳେ ପାର୍ବତୀର ସ୍ଵପ୍ନରେ ଆସି ତାକୁ ହଇରାଣ କରୁଛି । ଯେତେବେଳେ ସେ ଶେଖରକୁ ଦେଖି ଦେଇଛି ସେ ପୁଣି ଜିଭ କାମୁଡ଼ି ଆଗକୁ ବୁଲି ପଡ଼ିଲା ଆଉ ଦୋକାନୀକୁ ପଇସା ଦେଇ ତା’ର ରାସନ ନେଇ ଚାଲି ଆସିଲା କାମିନୀ ପାଖକୁ.. ।
