Categories
Journal Poetry

ମଧୁରାଣୀ

Open Access Journal 768x74

Volume.1 – Issue.10 – October 2025
Author – Soumya Ranjan Nanda
Address – Samana, Hatadihi, Keonjhar
Contact – 9583701531

ମଧୁ ଆକାଶରେ ମଧୁଚାନ୍ଦଟିଏ
ମୃଦୁ ମୃଦୁ ହସୁଅଛି
ମଧୁର ମିଳନ ହେବାକୁ ବ୍ୟାକୁଳ
ମଧୁବନ ଖୋଜୁଅଛି ॥୧॥

ମଧୁର ସ୍ୱପ୍ନରେ ମଧୁ ସନ୍ଧାନରେ
ଫୁଲ ମଧୁ ଚୁମ୍ବିବାକୁ
ମନ୍ତ୍ରମୁଗ୍ଧ ହୋଇ ମଧୁର ଗତିରେ
ଚାଲିଯାଏ ବସିବାକୁ ॥୨॥

ମଧୁ ଯୋଛନାରେ ମଧୁମିଳନକୁ
ମନ ତ ଖୋଜୁଛି ଆଜି
ମଧୁମକ୍ଷୀଙ୍କର ରାଣୀ ମଧୁଟିଏ
ପ୍ରେମରେ ଯାଇଛି ମଜ୍ଜି ॥୩॥

ମଧୁର ଶବ୍ଦରେ ଗୁଣୁଗୁଣୁ ହୋଇ
ମଧୁର ସଙ୍ଗୀତ ଗାଏ
ମଧୁର ମନଟେ ପାଇବା ପାଇଁକି
ମଧୁଟି ବ୍ୟାକୁଳ ହୁଏ ॥୪॥

ମଧୁର ମନରେ ମେଘର ମଲ୍ହାର
ମଧୁ ରାତି ବାଛିଦେବ
ମଧୁପ୍ରେମେ ମାତି ମତୁଆଲା ମତି
ମହାରାଣୀ ହୋଇଯିବ ॥୫॥

End Line Of Article 768x5
Share with friends: